ETV Bharat / bharat

ଘରକୁ ଫେରିବେ ଅପହୃତ ମିରାମ ତାରୋନ - ମିଳିଲା ମିରାମ ତାରୋନଙ୍କ ପତ୍ତା

ମିଳିଲା ନିଖୋଜ ଅରୁଣାଚଳ ପୁଅ ମିରାମ ତାରୋନଙ୍କ ପତ୍ତା । ଗତ ଜାନୁଆରା ୨୦ ତାରିଖରେ ଚୀନ ପିପୁଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ନାବାଳକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ଘରକୁ ଫେରିବେ ଅପହୃତ ଯୁବକ ମିରାମ ତାରୋନ
ଘରକୁ ଫେରିବେ ଅପହୃତ ଯୁବକ ମିରାମ ତାରୋନ
author img

By

Published : Jan 23, 2022, 2:12 PM IST

ନୂଆଦିଲ୍ଲୀ: ମିଳିଲା ନିଖୋଜ ଅରୁଣାଚଳ ପୁଅ ମିରାମ ତାରୋନଙ୍କ ପତ୍ତା । ଗତ ଜାନୁଆରା ୨୦ ତାରିଖରେ ଚୀନ ପିପୁଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ନାବାଳକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଅପହୃତର ୫ ଦିନ ପରେ ଆଜି ଚୀନ ସୀମାରୁ ଉଦ୍ଧାର ହୋଇଛନ୍ତି ମିରାମ ତାରୋନ । ଚୀନ ସେନା ଖୋଦ ଏ ନେଇ ସୂଚନା ଦେଇଛି ।

ମିରାମ ତାରୋନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଔପଚାରିକ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସୂଚନା ଦେଇଛନ୍ତି ତେଜପୁର ପ୍ରତିରକ୍ଷା ମନ୍ତ୍ରଣାଳୟ ପିଆରଓ ହର୍ଷବର୍ଦ୍ଧନ ପାଣ୍ଡେ । ଗତ ୧୯ ତାରିଖରେ ମିରାମ ତାରୋନଙ୍କୁ ଅପହରଣ କରି ନେଇଥିବାବେଳେ ତାଙ୍କର ଜଣେ ବନ୍ଧୁ ଜନି ୟାୟିଙ୍ଗ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ । ପିଏଲଏର ଏଭଳି କାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା । ସେମାନେ ଶିକାର କରନ୍ତି । ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା କହିଥିଲେ ସେଠାକାର ଏମପି ତାପିର ଗାଓ ।

ଆହୁରି ପଢନ୍ତୁ..ଅରୁଣାଚଳରୁ ନାବାଳକକୁ ଅପହରଣ କଲା ଚୀନ

ଏହାପରେ ମିରାମଙ୍କ ଉଦ୍ଧାର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଭାରତୀୟ ସେନା ଚୀନକୁ ତୁରନ୍ତ ଯୁବକଙ୍କୁ ଫେରାଇବାରୁ ଚେତାବନୀ ଦେଇଥିଲା ହେଲେ ନିଖାେଜ ଯୁବକଙ୍କ ବିଷୟରେ କୌଣସି ଖବର ନଥିବା କହିଥିଲା ଚୀନ । ଭାରତୀୟ ସେନା ପକ୍ଷରୁ ପ୍ରୟାସ ଜାରି ରହିଥିଲା । ଆଜି ଯୁବକଙ୍କୁ ପାଇଥିବା ସୂଚନା ଦେଇଛି ଚୀନ ସେନା । ଖୁବ ଶୀଘ୍ର ସେ ଘରକୁ ଫେରିବେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.