ETV Bharat / bharat

ସୁଧୁରୁନି ଚୀନ ସେନା, ଲଦାଖର ଡେମଚୁକରେ ପଶି ଉଡାଇଲା ପତାକା - ଡେମଚୁକ

ଲଦାଖର ଡେମଚୁକ ସ୍ଥିତ ସିନ୍ଧୁ ନଦୀ ପାଖରେ ବ୍ୟାନର ଓ ପତାକା ଉଡାଇଛି ଚୀନ ସେନା । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମ ଦିବସ ପାଳନକୁ ବିରୋଧ କରି ଚୀନ ସେନା ଉଡାଇଛି ପତାକା । ଅଧିକ ପଢନ୍ତୁ...

ସୁଧୁରୁନି ଚୀନ ସେନା, ଲଦାଖର ଡେମଚୁକରେ ପଶି ଉଡାଇଲା ପତାକା

author img

By

Published : Jul 12, 2021, 9:20 PM IST

Updated : Jul 12, 2021, 10:01 PM IST

ଲେହ: ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର । ବିବାଦର ମଧ୍ୟ ଘଟିନାହିଁ ଅନ୍ତ । ଏହାରି ମଧ୍ୟରେ ଲଦାଖର ଡେମଚୁକ ସ୍ଥିତ ସିନ୍ଧୁ ନଦୀ ପାଖରେ ବ୍ୟାନର ଓ ପତାକା ଉଡାଇଛି ଚୀନ ସେନା ।

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମ ଦିବସ ପାଳନକୁ ବିରୋଧ କରି ଚୀନ ସେନା ଉଡାଇଛି ପତାକା । ଦଲାଇଲାମାଙ୍କ 86 ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ, ଚୀନ ସେନାର ଯବାନ ଏବଂ କିଛି ସାଧାରଣ ନାଗରିକ ଡେମଚୁକରେ ବ୍ୟାନର ଉଡାଉଥିବାର ଦେଖିବାକୁ ମିଳିଥିଲା । ଏହି ସ୍ଥାନରେ ଦଲାଇ ଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ପୂର୍ବ ଲଦାଖର ଗତ ବର୍ଷ ରକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ସୀମାରେ ବ୍ୟାନର ପତାକା ଉଡାଇଛି ଚୀନ ସେନା ।

ଗତ ବର୍ଷ ମେ 5ରେ ଏହି ବିବାଦ ଆରମ୍ଭ ହେବା ପରେ ଉଭୟ ପକ୍ଷ ଚଳିତ ବର୍ଷ ଫେବୃଆରୀରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ସୈନ୍ୟ ଓ ଅସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥିଲେ। ଅନେକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିଲା । ତଥାପି ହଟ୍ ସ୍ପ୍ରିଙ୍ଗସ୍, ଗୋଗ୍ରା ଭଳି ଅଞ୍ଚଚଳରେ ଏବେ ବି ବିବାଦ ଲାଗି ରହିଛି ।

Last Updated : Jul 12, 2021, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.