ETV Bharat / bharat

LAC ରୁ 10 ହଜାର ସୈନ୍ୟଙ୍କୁ ପଛକୁ ହଟାଇଲା ଚୀନ

author img

By

Published : Jan 11, 2021, 9:40 PM IST

ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ ସେନା ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ନିକଟରେ ଥିବା ଆଭ୍ୟନ୍ତରୀଣ ଅଞ୍ଚଳରୁ ପ୍ରାୟ 10,000 ସୈନ୍ୟଙ୍କୁ ପଛକୁ ହଟାଇଛି । ପଢନ୍ତୁ ଅଧିକ...

LAC ରୁ 10 ହଜାର ସୈନ୍ୟଙ୍କୁ ପଛକୁ ହଟାଇଲା ଚୀନ
LAC ରୁ 10 ହଜାର ସୈନ୍ୟଙ୍କୁ ପଛକୁ ହଟାଇଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ ସେନା ପୂର୍ବ ଲଦାଖର ଆଭ୍ୟନ୍ତରୀଣ ଅଞ୍ଚଳରୁ ପ୍ରାୟ 10,000 ସୈନ୍ୟଙ୍କୁ ପଛକୁ ହଟାଇଛି ।ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନ ସେନା ପୂର୍ବଲଦାଖ ସେକ୍ଟର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକର ପାରମ୍ପାରିକ ପ୍ରଶିକ୍ଷଣ କ୍ଷେତ୍ରରୁ ପ୍ରାୟ 10,000 ସୈନ୍ୟଙ୍କୁ ପଛକୁ ହଟାଇ ନେଇଛି ।

ଗତବର୍ଷ ଭାରତ-ଚୀନ ସମ୍ପର୍କରେ ତିକ୍ତତା ପରଠାରୁ ଚୀନ ନିଜ ସୈନ୍ୟ ମାନଙ୍କୁ ଉକ୍ତ ଅଞ୍ଚଳରେ ମୂତୟନ କରିଥିଲା । ପରେ ଉଭୟ ଦେଶ ଘଟଣାସ୍ଥଳରୁ ଉତ୍ତେଜନ ହ୍ରାସ କରିବା ପାଇଁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲେ । ହେଲେ ଚୀନ ସେନା ଆଜି ଉକ୍ତ ଅଞ୍ଚଳରୁ ପ୍ରାୟ 10 ହଜାର ସୈନ୍ୟଙ୍କୁ ପଛକୁ ହଟାଇ ନେଇଛି ।

କିନ୍ତୁ ଚୀନର ଏପରି ରଣନୀତିକୁ ହାଲୁକା ଭାବେ ନେବା ଉଚିତ ନୁହେଁ ବୋଲି କହିଛନ୍ତି ରକ୍ଷା ବିଶେଷଜ୍ଞ । ପ୍ରବଳ ଥଣ୍ଡା ଓ ତୁଷାରପାତ ଫଳରେ ଚୀନ ସରକାର ନିଜ ସୈନ୍ୟ ମାନଙ୍କୁ ପଛକୁ ହଟାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ଗୁରୁତର ସହ ନେବା ସହିତ ଚୀନ ସେନାର କାର୍ଯ୍ୟାବଳୀ ଉପରେ ତୀକ୍ଷ୍ନ ନଜର ରଖିଛି ଭାରତୀୟ ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.