ETV Bharat / bharat

ସୀମାରୁ ଅପହୃତ ଯୁବକଙ୍କୁ ଫେରାଇବାକୁ ରାଜିହେଲା ଚୀନ

author img

By

Published : Jan 26, 2022, 6:54 PM IST

ଭାରତ ଫେରିବେ ଚୀନ ସୀମାରୁ ନିଖୋଜ ଯୁବକ ମିରାମ ତାରୋନ । ଚୀନ ସେନା ଯୁବକଙ୍କୁ ଫେରାଇ ଦେବାକୁ ରାଜି ହୋଇଥିବା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

ସୀମାରୁ ଅପହୃତ ଯୁବକଙ୍କୁ ଫେରାଇବକୁ ରାଜିହେଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ନିକଟରୁ ନିଖୋଜ ଯୁବକ ଦେଶକୁ ଫେରିବେ । ଚୀନ୍ ନିଖୋଜ ଯୁବକଙ୍କୁ ଫେରାଇ ଦେବାକୁ ରାଜି ହୋଇଥିବା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ନିଖୋଜ ମିରାମ ତାରୋନଙ୍କୁ ଚୀନ ସେନା PLA ଫେରାଇ ଦେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ରିଜିଜୁ ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ୧୯ ବର୍ଷୀୟ ମିରାମ ତାରୋନ ଅରୁଣାଚଳ ପ୍ରଦେଶର ଭାରତ-ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ । ପରେ ଚୀନ ପିପୁଲ୍ସ ଲିବରେସନ ଆର୍ମି ସେନା ସମ୍ପୃକ୍ତ ଯୁବକଙ୍କୁ ସୀମାରେ ଅନୁପ୍ରବେଶ କରି ଅପହରଣ କରିଥିବା ଅଭିଯୋଗ କରିଥିଲା ଭାରତ । ପ୍ରଥମେ ଚୀନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଘଟଣାର ୫ ଦିନ ମିରାମ ଚୀନରେ ଥିବା ନେଇ ମାନିଥିଲା ।

ଏହା ମଧ୍ୟ ପଢନ୍ତୁ:- ଘରକୁ ଫେରିବେ ଅପହୃତ ମିରାମ ତାରୋନ

ଏହାପରେ ଔପଚାରିକ ଭାବେ ଯୁବକଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଶେଷରେ ଆଜି(ବୁଧବାର) ଗଣତନ୍ତ୍ର ଦିବସରେ ଚୀନର PLA ସେନା ମିରାମଙ୍କୁ ଫେରାଇ ଦେବା ନେଇ ରାଜି ହୋଇଥିବା ସ୍ପଷ୍ଟ ହୋଇଛି । ଖୁବଶୀଘ୍ର ସମ୍ପୃକ୍ତ ଯୁବକଙ୍କୁ ଛାଡ଼ିବାର ସ୍ଥାନ ଓ ତାରିଖ ସମ୍ପର୍କରେ ଚୀନ ସେନା ପକ୍ଷରୁ ଜଣାଇଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.