ETV Bharat / bharat

ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣା, ଏମିତି କହିଲା ଚୀନ !

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ପଡିବା ଘଟଣାରେ ମତ ରଖିଲା ଚୀନ । କହିଲା କଥାବର୍ତ୍ତା ସହ ପାରସ୍ପାରିକ ସହଯୋଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ଦୁଇ ଦେଶ । ଅଧିକ ପଢନ୍ତୁ

ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣା, ପାରସ୍ପାରିକ ସହଯୋଗ ଭିତ୍ତିରେ ତଦନ୍ତ କରିବାକୁ ଚୀନର ପରାମର୍ଶ

author img

By

Published : Mar 14, 2022, 10:31 PM IST

ନୂଆଦିଲ୍ଲୀ: ତ୍ରୁଟିବଶତଃ ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ଘଟଣାରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟାଶୀଳ ହେବରେ ଲାଗିଥିବାବେଳେ ପ୍ରସଙ୍ଗରେ ହସ୍ତକ୍ଷେପ କରିଛି ଚୀନ । ଆଜି (ସୋମବାର) ଏହି ପ୍ରସଙ୍ଗରେ ବେଜିଂର ମତାମତ ସାମ୍ନକୁ ଆସିଛି । ଘଟଣା ସମ୍ପର୍କରେ ଉଭୟ ଭାରତ ଏବଂ ପାକିସ୍ତାନ ଯଥାଶୀଘ୍ର ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ କରିବା ଉଚିତ । ପାରସ୍ପାରିକ ସହଯୋଗରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ଆବଶ୍ୟକତା ରହିଥିବା ଚୀନ କହିଛି ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ପାକିସ୍ତାନ ଏବଂ ଭାରତ ଉଭୟ ଦକ୍ଷିଣ ଏସିଆର ଦୁଇ ଗୁରୁତ୍ୱପୂର୍ଣ୍ଣ ଦେଶ । ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ରକ୍ଷା କରିବା କ୍ଷେତ୍ରରେ ଉଭୟଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ତେବେ ଏପରି ଆକସ୍ମିକ ଘଟଣାରେ ଉଭୟ ପକ୍ଷର ସହଯୋଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଉକ୍ତ ଘଟଣା ଓ ପରବର୍ତ୍ତୀ ଘଟଣାକ୍ରମ ଉପରେ ଚୀନ ମଧ୍ୟ ନଜର ରଖିଛି । ତେବେ ଚୀନର ଏହି ପ୍ରତିକ୍ରିୟା ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

ଏପରି ଅଘଟଣ ପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଭାରତୀୟ ହାଇକମିଶନରଙ୍କୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ରଖିବା ଲାଗି ସମନ ମଧ୍ୟ ଜାରି କରିଥିଲା । ତେବେ ଭାରତ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ମଧ୍ୟ ଦିଆସରିଛି । ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ଉଦ୍ଦେଶ୍ୟମୂଳକ ନୁହେଁ ବଂର ତ୍ରୁଟିପୂର୍ଣ୍ଣ ଭାବେ ଏପରି ହୋଇଥିବା ଦର୍ଶାଇବା ସହ ଘଟଣାର କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦିଆସରିଥିବା ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୯ରେ ଏହି ଅଘଟଣ ଘଟିଥିଲା । ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଷେପଣାସ୍ତ୍ର ହଠାତ ଫାଏର ହେବା ସହ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ପଡିଥିଲା । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ମଧ୍ୟ ସୂଚନା ମିଳିଛି । ଉଭୟ ପାକିସ୍ତାନ ଓ ଭାରତ ପକ୍ଷରୁ ତଦନ୍ତ ଜାରି ରହିଛି । ଏପରି ସ୍ଥଳେ ଚୀନ ମଧ୍ୟ ଘଟଣା ସମ୍ପର୍କରେ ନଜର ରଖିବା ସହ ପରାମର୍ଶ ଦେଇଛି ।

ତେବେ ପାକିସ୍ତାନରେ ମିସାଇଲ ପଡିବା ନେଇ ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବକ୍ତବ୍ୟ ରଖିବେ । ଏହାସହିତ ଆମେରିକା ମଧ୍ୟ ଏହି ପ୍ରସାଙ୍ଗରେ ଭାରତକୁ ସମର୍ଥନ କରିଛି । ଆମେରିକା କହିଛି ଏଭିଳି ଯାନ୍ତ୍ରିକ ତୃଟି ସାଧାରଣତଃ ଦେଖାଦେଇଥାଏ, କିନ୍ତୁ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.