ETV Bharat / bharat

ଜାଡ ସହିପାରୁ ନାହାଁନ୍ତି ଚୀନ ସେନା, ଯବାନ ଅଦଳବଦଳ କଲା ଡ୍ରାଗନ - ଚୀନ ଯବାନ ଅଦଳବଦଳ

ଲଦାଖ ସେକ୍ଟର ଅପରପାଖରେ କଷ୍ଟରେ ଅଛନ୍ତି ଚୀନ ସେନା । କାରଣ ହେଉଛି ଅସମ୍ଭାଳ ଜାଡ । ସୂଚନା ଅନୁଯାୟୀ, ଖସୁଥିବା ପାରଦ ଯୋଗୁଁ ଚୀନ ସେନା ଚିନ୍ତାରେ ଅଛି । ଅଧିକ ପଢନ୍ତୁ...

ଜାଡ ସହିପାରୁ ନାହାଁନ୍ତି ଚୀନ ସେନା, ଡ୍ରାଗନ କଲା ଯବାନ ଅଦଳବଦଳ

author img

By

Published : Jun 6, 2021, 4:26 PM IST

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଲଦାଖ ସେକ୍ଟର ଅପରପାଖରେ କଷ୍ଟରେ ଅଛନ୍ତି ଚୀନ ସେନା । କାରଣ ହେଉଛି ଅସମ୍ଭାଳ ଜାଡ । ସୂଚନା ଅନୁଯାୟୀ ଖସୁଥିବା ପାରଦ ଯୋଗୁଁ ଚୀନ ସେନା ଚିନ୍ତାରେ ଅଛି ।

ସୀମାରେ ପ୍ରବଳ ଥଣ୍ଡା କାରଣରୁ ଚୀନ ନିଜ 90 ପ୍ରତିଶତ ସୈନିକଙ୍କ ଅଦଳ ବଦଳ କରିଛି । ଅର୍ଥାତ ଜାଡରୁ ବଞ୍ଚାଇବା ପାଇଁ ସୀମାରେ ପୁରୁଣା ସୈନିକଙ୍କୁ ପ୍ରତ୍ୟାବର୍ତ୍ତନ କରାଇ ନୂଆ ସୈନିକଙ୍କୁ ପଠାଯାଇଛି । ଏଲଏସିରେ ଗତ ଏକ ବର୍ଷରୁ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି ।

ଗତ ବର୍ଷ ଏପ୍ରିଲ-ମେ’ରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ପୂର୍ବ ଲଦାଖର ଅପରପାର୍ଶ୍ବ ଏଲଏସିରେ 50 ହଜାରରୁ ଅଧିକ ସୈନିକ ମୁତୟନ କରିଛି । ସୀମାରେ ଚୁକ୍ତି ପରେ ମଧ୍ୟ ବ୍ରବଳ ସଂଖ୍ୟକ ଚୀନ ସୈନିକ ଉପସ୍ଥିତ ରହିଛନ୍ତି ।

କିଛି ଫରୱାର୍ଡ ଲୋକେଶନ ଓ ପାଙ୍ଗୋଙ୍ଗ ହ୍ରଦ ସେକ୍ଟରରେ ଚୀନର କିଛି ସୈନିକଙ୍କ ପ୍ରତ୍ୟାବର୍ତ୍ତନ ଜରୁରୀ ହୋଇପଡିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଦାବି କରିଛି ଯେ ଏଲଏସିରେ ଗତ ଏକ ବର୍ଷରୁ ମୁତୟନ ସୈନିକଙ୍କୁ ଫେରାଇ ଅଣାଯାଉ ଥିବାବେଳେ ନୂଆ ସୈନିକଙ୍କୁ ପଠାଯାଉଛି । ସୂଚନା ଅନୁଯାୟୀ, ଗତ ବର୍ଷ ଅସହ୍ୟ ଜାଡ ଯୋଗୁଁ ବିବାଦପୂର୍ଣ୍ଣ ଅଞ୍ଚଳରେ ପ୍ରତ୍ୟେକ ଦିନ ଚୀନ ପକ୍ଷରୁ ସୈନିକଙ୍କ ଅଦଳବଦଳ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.