ETV Bharat / bharat

ଭାରତ ପାଇଁ ଚୀନ ପାକିସ୍ତାନଠୁ ବଡ ବିପଦ: ପ୍ରତିରକ୍ଷା ମୁଖ୍ୟ

author img

By

Published : Nov 13, 2021, 8:33 AM IST

ଭାରତ ପାଇଁ ଚୀନ ପାକିସ୍ତାନଠୁ ବଡ ବିପଦ । ଗଲୱାନ ଆକ୍ରମଣ ପରି ଆଉ ଏକ ଆକ୍ରମଣ ଷଡଯନ୍ତ୍ର ହେଉଥିବା ପୂର୍ବାନୁମାନ କରିଛନ୍ତି ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ । ଅଧିକ ପଢନ୍ତୁ...

china biggest security threat for India says general Bipin Rawat
ଭାରତ ପାଇଁ ଚୀନ ପାକିସ୍ତାନଠୁ ବଡ ବିପଦ: ପ୍ରତିରକ୍ଷା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ପାଇଁ ସବୁଠୁ ବଡ ବିପଦ ହେଉଛି ଚୀନ । ସୁରକ୍ଷା ଦୃଷ୍ଟିରୁ ଭାରତ ପାଇଁ ଚୀନ ପାକିସ୍ତାନ ଠାରୁ ମଧ୍ୟ ବଡ ବିପତ୍ତି ବୋଲି ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି । ପୂର୍ବ ଲଦାଖ ସମେତ ବିଭିନ୍ନ ସୀମାରେ ଚୀନର ଷଡଯନ୍ତ୍ରକୁ ଦୃଷ୍ଟିରେ ରଖି ଜେନେରାଲ ରାୱତ ଏପରି ପୂର୍ବାନୁମାନ କରିଛନ୍ତି । ରାୱତ ଆହୁରି ମଧ୍ୟ କହିଛନ୍ତି ଯେ, 'ଚୀନ ହେଉଛି ଭାରତ ପାଇଁ 'ଶତ୍ରୁ ନଂ ୱାନ' ଏଥିରେ ସନ୍ଦେହ କରିବାର କିଛିନାହିଁ, ସମସ୍ତେ ଏ ବାବଦରେ ଜାଣିଛନ୍ତି । ଉତ୍ତରରେ ବିଶୃଙ୍ଖଳା ବୃଦ୍ଧି ପାଇଛି । ଚୀନ ଯେତେ ଷଡଯନ୍ତ୍ର କଲେ ମଧ୍ୟ ଭାରତ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ସେମାନେ ଗଲୱାନ ଆକ୍ରମଣ ପରି ଆଉ ଏକ ଘଟଣା ଘଟାଇ ପାରନ୍ତି । ଆମେ ଏଥିପାଇଁ ସତର୍କ ରହୁଛୁ ।

ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ଗତ ଜୁନ୍ ୧୫ ରେ ଗଲୱାନ ଘାଟିରେ ହୋଇଥିବା ଭାରତ-ଚୀନ ସଙ୍ଘର୍ଷରେ ୨୦ରୁ ଅଧିକ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ । ଏହି ୧୮ ମାସ ମଧ୍ୟରେ ପୂର୍ବ ଲଦାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଛି । ସୀମାବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଅଧିକରୁ ଅଧିକ ସୈନ୍ୟଙ୍କୁ ନିୟୋଜିତ କରାଯାଇଥିବା ବିପିନ ରାୱତ କହିଛନ୍ତି ।

ତେବେ ଚୀନ୍‌ର ପ୍ରତ୍ୟେକଟି ଚାଲ୍‌ ଏବଂ ଷଡ଼ଯନ୍ତ୍ରକୁ ବୁଝି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରାୱତ କହିଛନ୍ତି । ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘ ୩୪୮୮ କିମି ପରିବ୍ୟାପ୍ତ ସୀମା ରହିଥିବା ପୂର୍ବ ଲଦାଖ୍‌ ଏବଂ ଅରୁଣାଚଳ ସୀମାରେ ଅଧିକ ଉତ୍ତେଜନା ରହିଛି । ତେଣୁ ଏଥିପ୍ରତି ଦୃଷ୍ଟି ଦିଆଯାଉଥିବା ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.