ETV Bharat / bharat

ମାସେ ହେବ ଅନ୍ଧାରରେ ଗାଁ, ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଛନ୍ତି ପିଲା - Khunti District of Jharkhand

ଟ୍ରାନ୍ସଫର୍ମର ଖରାପ ହୋଇଯିବାରୁ ମାସେ ହେବ ଅନ୍ଧାରରେ ରହିଛି ଗାଁ । ବାଧ୍ୟ ହୋଇ ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଛନ୍ତି ପିଲା । ଅଧିକ ପଢ଼ନ୍ତୁ

ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଛନ୍ତି ପିଲା
ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଛନ୍ତି ପିଲା
author img

By

Published : Apr 26, 2023, 6:47 AM IST

ରାଞ୍ଚି: କଥାରେ ଅଛି ଯେ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛାଶକ୍ତିର ନିହାତି ଆବଶ୍ୟକ । ତେବେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡର ଖୁଣ୍ଟି ଜିଲ୍ଲାରେ । ଏହି ଜିଲ୍ଲାର ବିରହୁ ପଞ୍ଚାୟତ ଅନ୍ତର୍ଗତ ପତରାଟୋଲି ଗ୍ରାମର ଛାତ୍ରମାନେ ଗାଁର ରାସ୍ତା କଡ଼ରେ ଲାଗିଥିବା ସୋଲାର ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଖୁଣ୍ଟି ସହର ଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଏହି ବିରହୁ ପଞ୍ଚାୟତର ପତରାଟୋଲି ଗାଁ । ଏହି ଗାଁରେ ପ୍ରାୟ ୧ ମାସ ପୂର୍ବରୁ ଟ୍ରାନ୍ସଫର୍ମର ଜଳିଯାଇଥିଲା । ତେବେ ଦୀର୍ଘ ୧ ମାସ ପରେ ମଧ୍ୟ ଏହା ଠିକ ହୋଇନଥିଲା । ପିଲାମାନେ କିଛିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ବିଜୁଳି ନଆସିବାରୁ ଶେଷରେ ରାସ୍ତା କଡ଼ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତଳେ ହିଁ ପାଠପଢ଼ା ଆରମ୍ଭ କରିଥିଲେ ।

ପ୍ରକାଶ ଥାଉ କି, ଏହି ଖୁଣ୍ଟି ଜିଲ୍ଲା ଝାରଖଣ୍ଡର ଏକ ମାଓ ପ୍ରବଣ ଜିଲ୍ଲା । କିନ୍ତୁ ଏହି ଜିଲ୍ଲାର ପିଲାମାନଙ୍କ ମଧ୍ୟରେ ଖୁବ ପ୍ରତିଭା ରହିଛି । ସେ ପାଠ ପଢ଼ା ହେଉ କିମ୍ବା ଖେଳକୁଦ, ରାଜ୍ୟରେ ଖୁଣ୍ଟି ଜିଲ୍ଲା ସବୁବେଳେ ଆଗରେ ରହିଛି । ତେବେ ଏହି ଜିଲ୍ଲାରେ ଅନେକ ସ୍ଥାନରେ ଲୋକମାନଙ୍କୁ ମୌଳିକ ସୁବିଧା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଆସୁଛି । ବିଜୁଳି ଭଳି ମୌଳିକ ସୁବିଧା ସହର ସ୍ଥାନ ଗୁଡ଼ିକରେ ମଧ୍ୟ ବିଶେଷ ଭାବେ ଲୋକଙ୍କୁ ମିଳିପାରୁନାହିଁ । ଗ୍ରାମାଞ୍ଚଳ କଥା ନକହିବା ଭଲ ।

ତେବେ ଝାରଖଣ୍ଡ ଖୁଣ୍ଟି ଜିଲ୍ଲାର ବିରହୁ ପଞ୍ଚାୟତ ଅନ୍ତର୍ଗତ ପତରାଟୋଲି ଗ୍ରାମରେ ବିଜୁଳି ନଆସିବାରୁ ପିଲାମାନେ ସୋଲାର ଆଧାରିତ ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ା ଆରମ୍ଭ କରିଥିଲେ । ଟ୍ରାନ୍ସଫର୍ମର ଖରାପ ହୋଇଯିବାରୁ ପ୍ରାୟ ୧ ମାସ ହେବ ଏହି ଗାଁରେ ବିଜୁଳି ନାହିଁ । ଏହି ୧ ମାସ ମଧ୍ୟରେ ଗ୍ରାମବାସୀ ମାନେ ବିଜୁଳି ବିଭାଗକୁ ଏନେଇ ଅନେକ ଥର ଅଭିଯୋଗ କରିଛନ୍ତି । ଏହାପରେ ମଧ୍ୟ ଗ୍ରାମବାସୀଙ୍କ ଗୁହାରୀ ବିଜୁଳି ବିଭାଗ ଶୁଣିନଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ଗାଁର ପିଲାମାନେ ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ିବା ପାଇଁ ବାଧ୍ୟ ହୋଇଛନ୍ତି । ଏଭଳି ଅବସ୍ଥାରେ ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଦ୍ବିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସାମିଲ ଅଛନ୍ତି । ସନ୍ଧ୍ୟାରେ ଲାଇଟ ଜଳିବା ମାତ୍ରେ ହିଁ ସେମାନେ ପାଠ ପଢ଼ା ଆରମ୍ଭ କରି ଦେଇଥାନ୍ତି । ତେବେ ଏହି ଲାଇଟ ମଧ୍ୟ ବେଶି ସମୟ ଜଳୁନଥିବେ ସେମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.