ETV Bharat / bharat

ସେପ୍ଟେମ୍ବରରେ ଶିଶୁଙ୍କୁ ଦିଆଯାଇପାରେ ଟୀକା: AIIMS ନିର୍ଦ୍ଦେଶକ

author img

By

Published : Jul 24, 2021, 6:08 PM IST

ସେପ୍ଟେମ୍ବର ମାସ ପ୍ରାରମ୍ଭରେ ଶିଶୁଙ୍କୁ ଦିଆଯାଇପାରେ କୋରୋନା ଟୀକା । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ । ଶିଶୁ ମାନଙ୍କୁ ଦିଆଯିବାକୁ ଥିବା ଟ୍ରାଏଲ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ଡ. ଗୁଲେରିଆ । ଅଧିକ ପଢନ୍ତୁ...

 ଶିଶୁମାନଙ୍କ ଉପରେ ଭାରତ ବାୟୋଟେକର କୋଭିଡ -19 ଟିକା

ନୂଆଦିଲ୍ଲୀ: ଶିଶୁମାନଙ୍କ ଉପରେ ଭାରତ ବାୟୋଟେକର କୋଭିଡ -19 ଟିକା କୋଭାକ୍ସିନ ପାଇଁ ଟ୍ରାଏଲ ଚାଲିଛି । ଏହା ଶେଷ ପର୍ଯ୍ୟାୟରେ ରହିଛି ସେପ୍ଟେମ୍ବର ସୁଦ୍ଧା ଟୀକା ପ୍ରସ୍ତୁତ ହେବ ବୋଲି ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି।

AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ଶିଶୁ ମାନଙ୍କ ପାଇଁ ଟିକା ବର୍ତ୍ତମାନ ବାହାରକୁ ଆସିବା ଉଚିତ କାରଣ ଭାରତରେ ଉପଲବ୍ଧ ଟିକାର ଟ୍ରାଏଲ ଚାଲିଛି। ଆସନ୍ତା ସପ୍ତାହ କିମ୍ବା ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ଉଚିତ୍ । ତା ପରେ 18-45 ବର୍ଷ ବୟସରୁ କରିଆସୁଥିବା ଭଳି ଗ୍ରେଡ ଅନୁସାରେ ଟୀକା ବ୍ୟବସ୍ଥା କରାଯିବ । ବିଦ୍ୟାଳୟ ଆରମ୍ଭ କରିବା ଏବଂ ଏହା ପିଲାମାନଙ୍କୁ ଅଧିକ ସୁରକ୍ଷା ଦେବ ଏବଂ ଜନସାଧାରଣଙ୍କୁ ଅଧିକ ଆତ୍ମବିଶ୍ୱାସ ଯୋଗାଇବ ।

ଟ୍ରାଏଲରେ ଶିଶୁମାନଙ୍କୁ ସେମାନଙ୍କ ବୟସ ଅନୁସାରେ ତିନୋଟି ଶ୍ରେଣୀରେ ବିଭକ୍ତ କରି ପରୀକ୍ଷା ଚାଲିଛି। ପ୍ରଥମ ପରୀକ୍ଷା 12 ରୁ 18 ବର୍ଷ ବୟସରେ ଶିଶୁ ମାନଙ୍କ ଉପରେ କରାଯାଇଛି । ସେହିପରି 6 ରୁ 12 ବର୍ଷ ବୟସ ଏବଂ 2 ରୁ 6 ବର୍ଷ ବୟସର ପିଲାମାନଙ୍କ ପାଇଁ ବର୍ତ୍ତମାନ ପରୀକ୍ଷା ଚାଲିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ନିର୍ମାତା ଜାଇଡସ୍ କାଡିଲା, ଯାହାକି ଏହାର କୋଭିଡ ଟିକା ZyCov-D ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁରୋଧ କରିଛି। ସେମାନେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଆବେଦନ କରିସାରିଛନ୍ତି ବୋଲି ସେ କହିଛନ୍ତି। ଜାଇଡସ୍ କ୍ୟାଡିଲା 12 ରୁ 18 ବର୍ଷ ବୟସର ପିଲାମାନଙ୍କ ପାଇଁ ଏହାର ଟ୍ରାଏଲ ଶେଷ କରିଛନ୍ତି। ସେହିପରି ଭାରତ ସରକାର ବିଦେଶୀ ଟିକା କିଣିବା ପାଇଁ ଟିକା ନିର୍ମାତା ମୋଡର୍ନା ଏବଂ ଫାଇଜର ସହିତ ଆଲୋଚନା କରିଆସୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.