ETV Bharat / bharat

IAS ପାଇବା ପୂର୍ବରୁ ଥିଲେ ଡାକ୍ତର, ମଝି ଆକାଶରେ ବଞ୍ଚାଇଲେ ନବଜାତ ଶିଶୁର ଜୀବନ

ବିମାନରେ ଅସୁସ୍ଥ ହୋଇପଡିଲା ଚିକିତ୍ସାଧୀନ ଶିଶୁ । ପାଖରେ ଥିବା ଦୁଇ ଡାକ୍ତର ବଞ୍ଚାଇଲେ ଜୀବନ । ଜଣେ ଡାକ୍ତର ଥିଲେ ଆଇଏଏସ ଅଧିକାରୀ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 9:24 PM IST

IAS ପାଇବା ପୂର୍ବରୁ ଥିଲେ ଡାକ୍ତର, ମଝି ଆକାଶରେ ବଞ୍ଚାଇଲେ ନବଜାତ ଶିଶୁର ଜୀବନ
IAS ପାଇବା ପୂର୍ବରୁ ଥିଲେ ଡାକ୍ତର, ମଝି ଆକାଶରେ ବଞ୍ଚାଇଲେ ନବଜାତ ଶିଶୁର ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ଅସୁସ୍ଥ ହୋଇପଡିଲା ହୃଦରୋଗରେ ଚିକିତ୍ସାଧୀନ ଶିଶୁ । ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଅନୁଭବ କଲା ଶିଶୁଟି । ତେବେ ବିମାନରେ ଯାତ୍ରା କରୁଥିବା ଦୁଇ ଡାକ୍ତର ଶିଶୁଟିକୁ ତୁରନ୍ତ ଚିକିତ୍ସା କରି ତାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଗତକାଲି (ଶନିବାର) ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଏପରି ଘଟଣା ସାମ୍ନାକୁ ଆସିଛି । ହେଲେ ଦୁଇ ଡାକ୍ତରଙ୍କ ମଧ୍ୟରେ ଜଣେ ଥିଲେ ଆଇଏଏସ ଅଧିକାରୀ ତଥା ଝାଡଖଣ୍ଡ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡ. ନିତିନ କୁଲକର୍ଣ୍ଣି ।

ମିଳିଥିବା ସୂଚନା ଅନୁସାରେ, ଏହି ନବଜାତ ଶିଶୁଟି ପୂର୍ବରୁ ହୃଦରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ରହିଛି । ଶିଶୁଟିର ପିତାମାତା ତାକୁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନେଉଥିଲେ । ତେବେ ଗତକାଲି ସେମାନେ ଦିଲ୍ଲୀ ଅଭିମୁଖେ ବିମାନରେ ବାହାରିଥିଲେ । ବିମାନ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଶିଶୁଟି ଶ୍ବାସକ୍ରିୟା କରିବାରେ ସମସ୍ୟା ଅନୁଭବ କରିଥିଲା । ପିତାମାତା ବିମାନ କ୍ର୍ୟୁ ସଦସ୍ୟଙ୍କୁ ଅବଗତ କରିବା ସହ ସାହାଯ୍ୟ ମାଗିଥିଲେ । ବିମାନ କର୍ମଚାରୀ ବିମାନରେ କେହି ଡାକ୍ତର ଯାତ୍ରା କରୁଛନ୍ତି କି ଓ ଜରୁରୀ ମେଡିକାଲ ସହାୟତାର ଆବଶ୍ୟକତା ଥିବା ଘୋଷଣା କରିଥିଲେ ।

ତେବେ ବିମାନରେ ଥିଲେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ତଥା ଝାଡଖଣ୍ଡ ରାଜ୍ୟପାଳଙ୍କ ପ୍ରିନ୍ସିପାଲ ସଚିବ ଭାବେ କାର୍ଯ୍ୟରତ ଥିବା ଡ. ନିତିନ କୁଲକର୍ଣ୍ଣି । ସେ ସିଭିଲ ସେବାରେ ଯୋଗଦେବା ପୂର୍ବରୁ ଡାକ୍ତର ଥିଲେ । ସେହିପରି ରାଞ୍ଚି ସଦର ହସ୍ପିଟାଲର ବୃତ୍ତିଗତ ଡାକ୍ତର ମୋଜାମିଲ ଫିରୋଜ ମଧ୍ୟ ଉକ୍ତ ବିମାନରେ ଯାତ୍ରା କରୁଥିଲେ । ଉଭୟ ଘୋଷଣା ଶୁଣି ଅସୁସ୍ଥ ଶିଶୁଟିର ପିତାମାତା ବସିଥିବା ସିଟ୍‌ ନିକଟରେ ପହଞ୍ଚି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Pak note in Donation Box: ଅମୃତସରରେ ପୂଜକଙ୍କୁ ହତ୍ୟା ଧମକ, 5 କୋଟି ନଦେଲେ ଯିବ ଜୀବନ

ମାତ୍ର ବିମାନରେ କୌଣସି ଶିଶୁଙ୍କ ପାଇଁ ଅକ୍ସିଜେନ ମାସ୍କ ଉପଲବ୍ଧ ନଥିଲା । ଫଳରେ ବୟସ୍କମାନେ ବ୍ୟବହାର କରୁଥିବା ମାସ୍କକୁ ଏକ ସ୍ବତନ୍ତ୍ର ପ୍ରଣାଳୀରେ ଉଭୟ ଡାକ୍ତର ଏହି ଅସୁସ୍ଥ ଶିଶୁ କ୍ଷେତ୍ରରେ ବ୍ୟବହାର କରିଥିଲେ । ଶିଶୁଟି ସାମାନ୍ୟ ସୁସ୍ଥ ହୋଇଥିଲା । ଅବତରଣ ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରକୁ ଏ ସମ୍ପର୍କରେ ଇଣ୍ଡିଗୋ କ୍ର୍ୟୁ ସଦସ୍ୟ ଅବଗତ କରିସାରିଥିଲେ । ବିମାନ ବନ୍ଦରରେ ଏକ ଡାକ୍ତର ଟିମ୍‌ ପ୍ରସ୍ତୁତ ହୋଇ ରହିଥିଲା । ପୂର୍ବାହ୍ନ ପ୍ରାୟ 9.25 ମିନିଟରେ ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ଶିଶୁଟିକୁ ଡାକ୍ତରୀ ଟିମ୍‌ ଚିକିତ୍ସା କରିବା ପରେ ଏମ୍ସ ପଠାଇବାର ତ୍ବରିତ ବ୍ୟବସ୍ଥା କରିଥିଲେ । ଶିଶୁଟି ଏବେ ଏମ୍ସରେ ଚିକିତ୍ସାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.