ପାଟନା: ପିଲାମାନେ ନିଜ ମା’କୁ ଖୁବ ଭଲ ପାଆନ୍ତି । ପିଲାଟି ମା’ ବିନା ବଞ୍ଚିପାରିବ ନାହିଁ । ମା’ ମଧ୍ୟ ଅନୁରୂପ ଭାବେ ତାର ସନ୍ତାନ ବିନା ବଞ୍ଚି ପାରିବନାହିଁ । କିନ୍ତୁ ବିହାରର ସୀତାମଢୀ ଜିଲ୍ଲାର ଏକ ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ 8 ବର୍ଷୀୟ ଶିଶୁ ନିଜ ମା’ ବିରୋଧରେ ସଙ୍ଗୀନ ଅଭିଯୋଗ ନେଇ ଥାନାରେ ପହଞ୍ଚିଛି । ମା’ ମାଡ ମାରିବା ଏବଂ ଖାଦ୍ୟ ନଦେବା ଅଭିଯୋଗରେ 8 ବର୍ଷର ପୁଅ ସ୍ଥାନୀୟ ନଗର ପୋଲିସ ଷ୍ଟେସନରେ ପହଞ୍ଚିଛି । ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନସାରେ, ପିଲାଟିର ପରିବାର ସୀତାମଢୀ ସହରର ଚନ୍ଦ୍ରିକା ମାର୍କେଟର ବାସିନ୍ଦା । ସ୍ଥାନୀୟ SHO ରାକେଶ କୁମାର ଶିଶୁର ସମ୍ପୂର୍ଣ୍ଣ ଅଭିଯୋଗ ଶୁଣିଲେ ଏବଂ ତାଙ୍କୁ ଥାନା ପରିସରରେ ଖାଇବାକୁ ମଧ୍ୟ ଦିଆଯାଇଥିଲା । ଏହା ପରେ ଶିଶୁର ପରିବାର ସଦସ୍ୟଙ୍କୁ ଡକା ଯାଇଥିଲା । ଏପରି ନକରିବା ପାଇଁ ପୋଲିସ ଶିଶୁଟିର ମା’ ଓ ପରିବାର ସଦସ୍ୟଙ୍କୁ ତାଗିଦ କରି ଛାଡି ଦେଇଥିବା ଜଣାପଡିଛି ।