ETV Bharat / bharat

ସ୍କୁଟିକୁ ଧକ୍କା ଦେବାପରେ ୨ କିଲୋମିଟର ଘୋଷାଡି ନେଲା ଟ୍ରକ, ଜେଜେବାପା-ନାତି ମୃତ - ଉତ୍ତରପ୍ରଦେଶର ମହୋବା

ଉତ୍ତରପ୍ରଦେଶର ମହୋବାରେ ଅଭାବନୀୟ ଘଟଣା । ସ୍କୁଟିକୁ ଧକ୍କା ଦେବାପରେ ୨ କି.ମି ଯାଏଁ ଘୋଷାଡି ନେଲା ଟ୍ରକ । ଜେଜେବାପା ଏବଂ ନାତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Accident In Mahoba
Accident In Mahoba
author img

By

Published : Feb 26, 2023, 9:44 AM IST

ଲକ୍ଷ୍ନୌ: ଦିଲ୍ଲୀର ଅଞ୍ଜଳି ସିଂହଙ୍କୁ କାର୍ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେବା ଭଳି ଲୋମହର୍ଷଣକାରୀ କାଣ୍ଡ ମନରୁ ଲିଭି ନଥିବାବେଳେ ଦେଶର ଅନେକ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଠିକ ଏହିପରି ଉତ୍ତର ପ୍ରଦେଶରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଏକ ଟ୍ରକ ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେବା ସହ ୨ କିଲୋମିଟର ଯାଏଁ ଘୋଷାଡି ନେଇଥିଲା । ଏହି ଦୁର୍ଘଟଣାରେ ଜେଜେବାପା ଏବଂ ନାତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଭଳି ଛାତିଥରା ଘଟଣା ଘଟିଛି ମୋହବା ଅଞ୍ଚଳର ସାଗର ହାଇଓ୍ବେ ନିକଟସ୍ଥ କବରାଇ ରୋଡ ନିକଟରେ । ଖବରପାଇ କୋଟଓ୍ବାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ହମିରପୁର ଚୁଙ୍ଗି ନିକଟରେ ରହୁଥିବା ୬୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଉଦିତ ନାରାୟଣ ଚାନସୋରିଆ ଶନିବାର ଦିନ ନିଜର ୬ ବର୍ଷର ନାତି ସାତ୍ବିକକୁ ବୁଲାଇବା ପାଇଁ ନେଇଥିଲେ । ତେବେ ସେ ଘରୁ ବାହାରିବା ମାତ୍ରେ କାନପୁର ସାଗର ରାଜପଥରେ ମହୋବା ଠାରୁ କାବ୍ରାଇ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ସ୍କୁଟିକୁ ଶକ୍ତ ଧକ୍କା ଦେଇଥିଲା । ଏଥିରେ ସ୍କୁଟି ଚଳାଉଥିବା ବୃଦ୍ଧ ଉଦିତ ନାରାୟଣ ନିୟନ୍ତ୍ରଣ ହରାଇ ରାସ୍ତାରେ ଛିଟିକି ପଡିଥିବା ବେଳେ ୬ ବର୍ଷୀୟ ନାବାଳକ ସହ ସ୍କୁଟିକୁ ୨ କିଲୋମିଟର ଯାଏଁ ଟାଣି ନେଇଥିଲା ଟ୍ରକ । ଏହାଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ପଛରେ ଦୌଡିଥିଲେ ସୁଦ୍ଧା ଟ୍ରକଟି ଅଟକି ନଥିଲା । ଟ୍ରକ ଚାଳକ ପ୍ରାଣ ବଞ୍ଚାଇବା ପାଇଁ ଖସିଯିବାକୁ ଯୋଜନା କରି ସ୍କୁଟିକୁ ଟାଣି ନେଇଥିଲା । ଏହାପରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଟ୍ରକ ଉପରୁ ପଥରମାଡ କରିବା ପରେ ଦୁଇ କିଲୋମିଟର ପରେ ଗାଡି ଅଟକିଥିଲା । ଏହାପରେ ସ୍ଥାନୀୟ ଲୋକେ ମୃତବାଳକକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କୁକୁରଙ୍କୁ ଖୁଆଉଥିବା ବେଳେ ଯୁବତୀଙ୍କ ଉପରେ ମାଡିଗଲା କାର୍

କିଛି ସମୟ ପରେ ଖବର ପାଇ ସିଟି କୋଟୱାଲି ପୋଲିସ ଏସଡିଏମ ସଦର ଜିତେନ୍ଦ୍ର କୁମାର, ସିଓ ସିଟି ରାମପ୍ରଭେଶ ରାୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ୬୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଉଦିତ ନାରାୟଣ ଚାନସୋରିଆ ଏବଂ ୬ ବର୍ଷୀୟ ସାତ୍ବିକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସ୍ପଟାଲରେ ଭର୍ତ୍ତି କରିଥିଲେ । ତେବେ ଜରୁରୀକାଳୀନ ଓ୍ବାର୍ଡରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ପରିବାରର ଲୋକେ ଭାଙ୍ଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.