ETV Bharat / bharat

ଶୋଇଥିଲା ଶିଶୁ, ଟେକି ନେଇ ଛାତ ଉପରୁ ଫିଙ୍ଗିଲା ମାଙ୍କଡ

author img

By

Published : Jan 5, 2023, 9:51 PM IST

ଶିଶୁ ପୁତ୍ରର ଜୀବନ ନେଲା ମାଙ୍କଡ। ଘରର ପ୍ରାଙ୍ଗଣରେ ଶୋଇଥିବା ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଠାଇ ନେଇ ହତ୍ୟା କଲା ମାଙ୍କଡ । ଘର ଲୋକ ଚିତ୍କାର ଶୁଣି ମାଙ୍କଡଟି ଶିଶୁକୁ ଛାତ ଉପରୁ ଫିଙ୍ଗି ଦେଇଥିଲା । ଅଧିକ ପଢ଼ନ୍ତୁ

ଉତ୍ତରପ୍ରଦେଶରେ ବଢୁଛି ମାଙ୍କଡ ଆତଙ୍କ
ଉତ୍ତରପ୍ରଦେଶରେ ବଢୁଛି ମାଙ୍କଡ ଆତଙ୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢୁଛି ମାଙ୍କଡ ଆତଙ୍କ। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲରେ ମାଙ୍କଡମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବଣ୍ଡା ଜିଲ୍ଲର ଚାପର ଗାଁରେ ମାଙ୍କଡ ଦୁଇ ମାସର ଶିଶୁ ପୁତ୍ରକୁ ଶୋଇଥିବା ଅବସ୍ଥାରେ ଉଠାଇ ନେଇ ହତ୍ୟା କରଛି (Monkey killed child in Banda district of UP) । ମାଙ୍କଡଟି ଶୋଇଥିବା ଅବସ୍ଥାରେ ଶିଶୁ ପୁତ୍ରକୁ ନେଇ ଘରର ଛାତ ଉପରୁ ଫିଙ୍ଗି ଦେଇଥିବା ସୂଚନା ଦେଇଛି ପୋଲିସ ।

ଦୀର୍ଘ ଦିନଧରୀ ଚାପର ଗାଁରେ ମାଙ୍କଡଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି(Monkey menace in UP village)। ଦୁଇ ମାସ ମଧ୍ୟରେ ଏହି ଗାଁରେ ମାଙ୍କଡଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି । ମାଙ୍କଡମାନେ ଘରେ ପ୍ରବେଶ କରି ଜିନିଷପତ୍ର ନେଉଥିବା ବେଳେ, ଘରୁ ପିଲାଙ୍କୁ ନେବା ଆରମ୍ଭ କରିଥିବା କହିଛନ୍ତି ଗ୍ରାମବାସୀ । ଏଠାରେ ଏକ ମାଙ୍କଡଟି ଘର ଅଗଣାରେ ଶୋଇଥିବା ଏକ ଶିଶୁପୁତ୍ରକୁ ଉଠାଇ ନେଇ ଛାତ ଉପରକୁ ଚାଲି ଯାଇଥିଲା । ଏହି ସମୟରେ, ଶିଶୁଟି କାନ୍ଦ ଶୁଣି ପରିବାର ଲୋକେ ଆସିଥିଲେ । ଘର ଲୋକଙ୍କ ଚିତ୍କାର ଶୁଣି ମାଙ୍କଡଟି ଶିଶୁକୁ ଛାତ ଉପରୁ ଫିଙ୍ଗି ଦେଇଥିଲା । ଫଳରେ ଶିଶୁ ପୁତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାକୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଶିଶୁଟିର ନାମ ଅଭିଶେକ ବୋଲି ଜଣା ପଡ଼ିଛି ।

ଶିଶୁର ପିତା ବିଶ୍ବନାଥ ବର୍ମାଙ୍କ କହିବା ଅନୁଯାଇ, ଗତ କିଛି ଦିନ ହେବ ମାଙ୍କଡମାନେ ପାର୍ଦୃଭାବ ବଢ଼ିଥିବା ବେଳେ, ଅନେକଲୋକ ମାଙ୍କଡ ଆତଙ୍କର ଶୀକାର ହେଉଛନ୍ତି । ମାଙ୍କଡମାନେ ଅନେକ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରୁଛନ୍ତି । ମାଙ୍କଡ ଆତଙ୍କକୁ ନେଇ ବନବିଭାଗକୁ ବାରମ୍ବାର ଅବଗତ କରାଗଲେ ମଧ୍ୟ ଫଳ ଶୂନ । ବନବିଭାଗକୁ ଲିଖିତ ଆକାରରେ ସମସ୍ୟା ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.