ETV Bharat / bharat

ଲୁଡୁ ଖେଳ ହେଲା କାଳ: ପୁଅକୁ ପିଟିପିଟି ହତ୍ୟା କଲା ବାପା - ଉତ୍ତର ପ୍ରଦେଶ ସହରର ଆଜମଗଢ଼ ଅଞ୍ଚଳରେ ଅଘଟଣ

ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ମାେବାଇଲରେ ଲୁଡୁ ଖେଳକୁ ନେଇ ଜଣେ ବାପା ତା ସନ୍ତାନକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେଇ ପଚରାଉଚୁରା କରିବା ପରେ ଦୋଷୀ ନିଜ ଦୋଷ ମାନିଛି । ଅଧିକ ପଢ଼ନ୍ତୁ

ପିଶାଚ ସାଜିଲା ବାପା : ମୋବାଇଲରେ ଲୁଡୁ ଖେଳ ପାଇଁ ପିଟି ପିଟି ପୁଅକୁ କରିଲା ହତ୍ୟା

author img

By

Published : Jun 11, 2022, 7:22 PM IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସହରର ଆଜମଗଢ଼ ଅଞ୍ଚଳସ୍ଥିତ ମହୁଲା ବଗିଚା ଗାଁରେ ଜଣେ ବାପା ତାର ମାନବିକତାକୁ ହରାଇ ୮ ବର୍ଷର ସନ୍ତାନକୁ ପିଟି ପିଟି ହତ୍ୟା କରିଛି । ସୂଚନାନୁସାରେ ଏହି ଗାଁରେ ରହୁଥିବା ଲକି (୮) ଶନିବାର ଘର ପାଖରେ ଛେଳି ଚରାଉଥିଲା । ତେବେ ଖାଲି ସମୟରେ ସେ ଏକ ଗଛ ମୂଳ ପାଖରେ ବସି ମୋବାଇଲରେ ଲୁଡୁ ଖେଳୁଥିଲା ।

ଏହା ଦେଖି ସୈତାନ ବାପା ରାଗରେ ଲକିକୁ ନିର୍ଦ୍ଧୁମ ମାଡ଼ ମାରିଥିଲା । ଏହାପରେ ଘରକୁ ନେଇ ଏକ ରୁମ୍ ଭିତରେ ବନ୍ଦ କରିଦେଇଥିଲା । ରାତି ସାଢ଼େ ୯ଟାରେ ସେହି ବନ୍ଦ କୋଠରୀ ଭିତରୁ ଲକି ମୃତ ଅବସ୍ଥାରେ ମିଳିଥିଲା । ଏ ସମ୍ପର୍କରେ ବାପା ଜିତେନ୍ଦ୍ର ସ୍ତ୍ରୀ ବବିତାକୁ ଫୋନ କରି କାହାରିକୁ ନକହିବାକୁ କହିଥିଲା । ଏପରିକୁ ଯହି କାହାରିକୁ କହିବ ତେବେ ତମକୁ ମଧ୍ୟ ମାରିଦେବି ବୋଲି ଧମକ ଦେଇଥିଲା ।

ଏହାପରେ ପିଶାଚ ବାପା ଜିତେନ୍ଦ୍ର ଭାଇ ଉପେନ୍ଦ୍ର ଏବଂ ପଡ଼ୋଶୀଙ୍କ ସହାୟତାରେ ଲକିର ମୃତଦେହକୁ ନିକଟସ୍ଥ ଘାଘରା ନଦୀ କୂଳରେ ପୋତି ଦେଇଥିଲେ । ଏସମ୍ପର୍କରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରକୁ ଗିରଫ କରିବା ସହ ପଚରାଉଚୁରା କରିବା ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.