ETV Bharat / bharat

Live-inରୁ ଜନ୍ମିତ ଶିଶୁ ସମ୍ପତ୍ତିର ହକଦାର: ସୁପ୍ରିମକୋର୍ଟ

author img

By

Published : Jun 15, 2022, 9:00 AM IST

ଲଭ-ଇନ- ରିଲେସନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବିବାହ ବିନା ଜନ୍ମ ହୋଇଥିବା ଶିଶୁର ପିତାଙ୍କ ସମ୍ପତ୍ତିରେ ଭାଗ ରହିଛି ବୋଲି ଗତକାଲି(ମଙ୍ଗଳବାର) ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନାୟାଳୟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ବଡ ରାୟ, ଲିଭ-ଇନରୁ ଜନ୍ମିତ ଶିଶୁ ସମ୍ପତ୍ତିର ହକଦାର

ନୂଆଦିଲ୍ଲୀ: ଲଭ-ଇନ-ରିଲେସନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବିବାହ ବିନା ଜନ୍ମ ହୋଇଥିବା ଶିଶୁର ପିତାଙ୍କ ସମ୍ପତ୍ତିରେ ଭାଗ ରହିଛି ବୋଲି ଗତକାଲି(ମଙ୍ଗଳବାର) ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ,"ଯଦି ମହିଳା ଓ ପୁରୁଷ ଦୀର୍ଘ ସମୟ ଧରି ସମ୍ପର୍କରେ ରହନ୍ତି ତେବେ ତାହାକୁ ବିବାହ ବୋଲି ଧରାଯିବ । ଏହି ସମ୍ବନ୍ଧରୁ ଜନ୍ମିତ ଶିଶୁକୁ ପିତାଙ୍କ ସମ୍ପତ୍ତିରୁ ଭାଗ ମିଳିବ ।" ସର୍ବୋଚ୍ଚ ଅଦାଲତ କେରଳ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ରଦ୍ଦ କରି ଏହି ଭଳି ରାୟ ଶୁଣାଇଛନ୍ତି ।

ପିତା ମାତାଙ୍କ ବିବାହ ହୋଇନଥିବା କାରଣରୁ ପିତାଙ୍କ ସମ୍ପତ୍ତିରେ ଜଣେ ପୁତ୍ରର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ଏହି ରାୟ ଦେଇଥିଲେ । ଏହି ରାୟକୁ ନେଇ ଆବେଦନକାରୀ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ତେବେ ସୁପ୍ରିମକୋର୍ଟ ନିଜର ଐତିହାସିକ ରାୟରେ କହିଛନ୍ତି ଯେ, ଦୁଇଜଣ ବିବାହ କରିନଥିଲେ ହେଁ ଦୀର୍ଘଦିନ ଧରି ପତି-ପତ୍ନୀ ଭାବେ ରହିଛନ୍ତି । ଏଭଳି ପରିସ୍ଥିତିରେ ଡିଏନଏ ଟେଷ୍ଟରୁ ଯଦି ପ୍ରମାଣିତ ହୁଏ ଯେ ପିଲା ସେମାନଙ୍କର ତେବେ ତାକୁ ହକ ସମ୍ପତ୍ତି ପାଇବା ପାଇଁ କେହି ବେଦଖଲ କରିପାରିବେ ନାହିଁ ।

ଜଷ୍ଟିସ୍‌ ଅବଦୁଲ ନାଜିର ଏବଂ ଜଷ୍ଟିସ୍‌ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ସୂଚନାଅନୁସାରେ, ୨୦୧୦ ମସିହାରେ ସୁପ୍ରିମକୋର୍ଟ ଲିଭ-ଇନ-ରିଲେସନକୁ ମଞ୍ଜୁରି ଦେଇଥିଲେ । ଏହାସହ ଘରୋଇ ହିଂସା ଅଧିନିୟମ ଅନୁସାରେ ୨୦୦୫ ଧାରା୨(ଏଫ୍)ରେ ମଧ୍ୟ ସାମିଲ କରିଥିଲେ । ଏହାର ଅର୍ଥ ଲିଭ-ଇନ- ରିଲେସନରେ ରହିଥିଲେ ମଧ୍ୟ ଘରୋଇ ହିଂସା ନେଇ ଏତଲା ଦେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.