ETV Bharat / bharat

ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଷ୍ଟ୍ରୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ଶାସନ ଏବଂ ଫସଲ ବିବିଧକରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

author img

By

Published : Jun 15, 2022, 11:44 AM IST

ଶିମଲା: ରାଷ୍ଟ୍ରୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ଶାସନ ଏବଂ ଫସଲ ବିବିଧକରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଜାତୀୟ ସ୍ତରୀୟ ସମ୍ମିଳନୀ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

ଏହାସହ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସଭାରେ ମୋଦି ଦୁଇ ଏବଂ ତିନି ଦିନିଆ ସଭାରେ ଯୋଗଦେବେ ବୋଲି ପିଏମଓ ମଙ୍ଗଳବାର ଏକ ବିବୃତ୍ତିରେ କୁହାଯାଇଛି । ତେବେ, ଏହି ବୈଠକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ତେବେ ଏ ବୈଠକରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ସହ 200ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ଡୋମେନ୍ ବିଶେଷଜ୍ଞ(domain experts) ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଯେଉଁଥିରେ ରାଜ୍ୟ ସହ ସହଭାଗିତାରେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଅଧିବେଶନ ହେବ। 2010 ମସିହାରେ ଦିଲ୍ଲୀରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ବାର୍ଷିକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀକୁ ଆୟୋଜନ କରିଥିଲା ପର୍ସନାଲ, ପବ୍ଲିକ୍ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ(Ministry of Personnel, Public Grievances & Pensions )।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.