ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କ ନାମରେ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି ନାର୍ସାପୁରାମ ସାଂସଦ ରଘୁରାମ କିଷ୍ଣା ରାଜୁ । ତାଙ୍କୁ ମୁଖ୍ୟମନ୍ତ୍ରୀ ଜଗନ ହତ୍ୟା କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ସାଂସଦ ରଘୁରାମ ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ ତେଲେଙ୍ଗାନାର ସାଇବରବାଦ ପୋଲିସ୍ କମିଶନର ରବୀନ୍ଦ୍ରଙ୍କ ସହ ଷଡଯନ୍ତ୍ର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍ ଓ ଷ୍ଟିଫେନ୍ ରବୀନ୍ଦ୍ର ପିଲାଦିନର ବନ୍ଧୁ । ଜଗନ୍ ଷ୍ଟିଫେନଙ୍କୁ ଆନ୍ଧ୍ରପ୍ରଦେଶର ଇଣ୍ଟେଲିଜେନ୍ସ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ।ବର୍ତ୍ତମାନ ଜଗନ୍ ମୋତେ ମାରିବାକୁ ଚେଷ୍ଟା କରୁଥିବା କହିଛନ୍ତି ରଘୁରାମ ରାଜୁ । ଷ୍ଟିଫେନ୍ ରବୀନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ପୋଲିସ୍ ସହଯୋଗରେ ଏ ଷଡଯନ୍ତ୍ର କରୁଛନ୍ତି ।