ETV Bharat / bharat

ହାଟରୁ ପତ୍ନୀଙ୍କ ପାଇଁ ସିନ୍ଦୁର କଣିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

author img

By

Published : May 26, 2022, 1:07 PM IST

ହାଟରେ ବୁଲିଲେ ଜିନିଷ କଣିଲେ ଛତିଶଗଡ ମୁଖ୍ୟମନ୍ତୀ । ପତ୍ନୀଙ୍କ ପାଇଁ ଚୁଡି ଓ ଟିକିଲି କିଣିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଅଧିକ ପଢନ୍ତୁ

ହାଟରୁ ପତ୍ନୀଙ୍କ ପାଇଁ ଚୁଡି ଟିକିଲି କିଣିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ହାଟରେ ବୁଲିଲେ ଜିନିଷ କଣିଲେ ଛତିଶଗଡ ମୁଖ୍ୟମନ୍ତୀ । ପତ୍ନୀଙ୍କ ପାଇଁ ସିନ୍ଦୁର, ଚୁଡି ଓ ଟିକିଲି କିଣିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ମାଟି, ସଂସ୍କୃତି, ଲୋକ ଓ ଭାଷା ସହିତ ସେ ନିବିଡ ଭାବେ ଜଡିତ । ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ରାଜ୍ୟର ଅନ୍ୟ ସମସ୍ତ ଲୋକଙ୍କ ପରି ସାଧାରଣ ଆଚରଣ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେଥିପାଇଁ ତ ରାଜ୍ୟବାସୀଙ୍କ ମନରେ ଘର କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ।

  • बस्तर के बड़े किलेपाल हाट बाज़ार में दुकानदार बसंत राय ने आवाज़ दी, "कका काकी बर टिकली बिंदी ले ले गा"

    कैसे इनकार करता? हाट बाज़ार से श्रीमती जी के लिए श्रृंगार का सामान खरीदना अपने आपमें बहुत रूमानी है। pic.twitter.com/SOcRGhEUC2

    — Bhupesh Baghel (@bhupeshbaghel) May 24, 2022 " class="align-text-top noRightClick twitterSection" data=" ">

ଛତିଶଗଡ ବସ୍ତର ଜିଲ୍ଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଳ ଅଞ୍ଚଳ ପ୍ରଦର୍ଶନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଥିବା ଏକ ହାଟରେ ବୁଲିବା ସମୟରେ ତାଙ୍କୁ ଜଣେ ଦୋକାନୀ ବସନ୍ତ ରାୟ କିଛି କିଣିବାକୁ କହିଥିଲେ । ଏହାପରେ ଭୂପେଶ ଉକ୍ତ ଦୋକାନକୁ ଯାଇଥିଲେ । ସେଠାରେ ତାଙ୍କ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୁର, ଚୁଡି ଓ ମେହେନ୍ଦୀ କିଣିଥିବା ଦେଖିବାକୁ ମିଳିଛି । ଜିନିଷ ବାବଦକୁ ଟଙ୍କା ଦେବାକୁ ଭୂପେଶ ତାଙ୍କ ପକେଟରୁ ୫୦୦ ଟଙ୍କା ବାହାର କରିଥିଲେ । ଏହାର ଏକ ଭିଡିଓ ସେ ତାଙ୍କ ଟ୍ବିଟରରେ ପୋଷ୍ଟ କରିଥିଲେ ।

ଟ୍ବିଟ କରି ଭୂପେଶ ଲେଖିଛନ୍ତି, ''ବସ୍ତର କିଲେପାଳ ହାଟରେ ବସନ୍ତ ରାୟ ନାମକ ଜଣେ ଦୋକାନୀ ଟିକିଲି ବିନ୍ଦି ନିଅ ବୋଲି କହିଥିଲେ । କେମିତି ମନା କରିଥାନ୍ତି । ହାଟରୁ ଶ୍ରୀମତିଙ୍କ ଶୃଙ୍ଗାର ପାଇଁ ଜିନିଷ କିଣିବା ନିଜ ପାଇଁ ବହୁତ ବଡ କଥା'' । ପ୍ରକାଶ ଥାଉ କି, ୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏନେଇ ଭେଟ୍‌ ମୁଲାକାତ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.