ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣର ଭୟଙ୍କର ପରିଣତି ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହାର ସବୁଠୁ ଭୟାବହତା ଦେଖିବାକୁ ମିଳିଛି । ଦିଲ୍ଲୀ ସରକାର ଅସହାୟତା ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ଅନୁରୋଧ କରିସାରିଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଦେଶର ପ୍ରମୁଖ ଶିଳ୍ପପତିଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି ।
ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଂଙ୍କଟରେ ଶିଳ୍ପପତି ମାନଙ୍କ ସହଯୋଗ ଲୋଡିଛନ୍ତି କେଜ୍ରିଓ୍ବାଲ । 'ଯଦି ଆପଣଙ୍କର ଅମ୍ଳଜାନ ଏବଂ ଟ୍ୟାଙ୍କର ଅଛି ତେବେ ଦୟାକରି ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି ଚିଠିରେ ନିବେଦନ କରିଛନ୍ତି କେଜ୍ରିଓ୍ବାଲ । ଯେକୌଣସି ପ୍ରକାର ଆପଣ ଦିଲ୍ଲୀକୁ ସାହାଯ୍ୟ କରନ୍ତୁ ବୋଲି କେଜ୍ରିଓ୍ବାଲ ନିବେଦନ କରିଥିବା ଦେଖାଯାଇଛି ।
ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ସହାୟତା ମାଗି ସାରିଛନ୍ତି କେଜ୍ରିଓ୍ବାଲ । ସାରା ଦେଶରେ ଅକ୍ସିଜେନ ସଂଙ୍କଟ ଦେଖାଯାଇଥିବା ବେଳେ ଦିଲ୍ଲୀରେ ସ୍ଥିତି ଅଣାୟତ ହୋଇପଡିଛି । ଦିଲ୍ଲୀର ବିଭିନ୍ନ ହସ୍ପିଟାଲ ରୋଗୀ ଭର୍ତ୍ତି କରିବା ବନ୍ଦ କରିବା ସହ ଅକ୍ସିଜେନ ଯୋଗାଣ ନେଇ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ଅକ୍ସିଜେନ ଅଭାବ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ।
@ANI