ETV Bharat / bharat

ସାଇବର ଠକାମିର ଶିକାର ହେଲେ ହାଇକୋର୍ଟ ମୁଖ୍ୟ ବିଚାରପତି - ହାଇକୋର୍ଟ ମୁଖ୍ୟ ବିଚାରପତି ଠକେଇ ଶିକାର

5 ଲକ୍ଷ ଟଙ୍କା ଠକେଇର ଶିକାର ହେଲେ କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି । ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

chief justice of calcutta high court duped
ଠକେଇ ଶିକାର କୋଲକତା ହାଇକୋର୍ଟ ମୁଖ୍ୟ ବିଚାରପତି
author img

By

Published : Mar 25, 2023, 2:28 PM IST

ରାଞ୍ଚି: ସାଇବର ଠକାମିର ଶିକାର ହେଲେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି । ଏହି ଠକେଇ ଘଟଣାରେ କୋଲକାତା ପୋଲିସ ଝାଡଖଣ୍ଡ ଜାମାତାରୁ 4 ଜଣଙ୍କୁ ଗିରଫ କରିଛି । କୋଲକତା ହାଇକୋର୍ଟ ମୁଖ୍ୟ ବିଚାରପତି 5 ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଜଣାପଡିଛି । ସାଇବର ଠକମାନେ ପ୍ରାୟ 12ରୁ 15 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଥିରେ କୋଲକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ କିଛି ସାଧାରଣ ଲୋକ ମଧ୍ୟ ଠକାମିର ଶିକାର ହୋଇଥିଲେ । ଗିରଫ 4 ଜଣଙ୍କୁ କୋଲକାତା ପୋଲିସ ରିମାଣ୍ଡରେ ନେଇଛି ।

ମିଳିଥିବା ସୂଚନା ଅନୁସାରେ, କୋଲକାତା ପୋଲିସ ଓ ଝାଡଖଣ୍ଡ ପୋଲିସ ମିଳିତ ଭାବେ କାର୍ମାତାଣ୍ଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଜହିଲୁଭା ଏବଂ ମାତାଣ୍ଡ ଗାଁର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ । ଏଥିରେ 4 ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଗିରଫ 4 ଜଣ ହେଲେ ଶିବ ଶଙ୍କର ମଣ୍ଡଳ, ମିତ୍ର ମଣ୍ଡଳ, ତପନ ମଣ୍ଡଳ ଓ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ । କୋଲକାତା ପୋଲିସର ଜଣେ ଅଧିକାରୀ କହିଛନ୍ତି, କୋଲକତାରେ ଦୁଇଟି ପୃଥକ ପୃଥର ସାଇବର କ୍ରାଇମ ମାମଲା ରୁଜୁ ହୋଇଥିଲା । କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ କିଛି ଲୋକ ଏହି ଠକାମିର ଶିକାର ହୋଇଥିଲେ । 12ରୁ 15 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ସେଥିରୁ କୋଲକତା ହାଇକୋର୍ଟ ମୁଖ୍ୟ ବିଚାରପତି 5 ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ଜଣାପଡିଥିଲା ।

ଏହା ବି ପଢନ୍ତୁ...ପଦ ହରାଇବା ପରେ ରାହୁଲଙ୍କ ପ୍ରେସମିଟ, କହିଲେ ସତ କହିବା ମୋ ଜୀବନର ତପସ୍ୟା

ଘଟଣାର ତଦନ୍ତ ପରେ କୋଲକାତାରୁ ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଠକେଇ ଝାଡଖଣ୍ଡର ଜାମାତାରୁ ହୋଇଥିବା ଜଣାପଡିଥିଲା । ଝାଡଖଣ୍ଡ ପୋଲିସକୁ ଜଣାଇବା ପରେ ଏକ ମିଳିତ ଅପରେସନ 4ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା କହିଛନ୍ତି ପୋଲିସ ଅଧିକାରୀ । 4ଜଣଙ୍କୁ କୋର୍ଟରେ ହାଜର କରାଯିବ । ଏହାପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ଗିରଫ 4 ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଏହି ଠାକାମିର ଚେର କେତେ ବାଟ ଲମ୍ବିଛି ତାର ପର୍ଦ୍ଦାଫାସ ହେବ । ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗ ଉପରକୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.