ETV Bharat / bharat

ପରଲୋକରେ ପ୍ରଥମ ଭୋଟର: ଶେଷକୃତ୍ୟରେ ସାମିଲ ହେବେ ମୁଖ୍ୟ ନିର୍ବାଚନ କମିଶନର

author img

By

Published : Nov 5, 2022, 4:03 PM IST

105 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କଲେ ସ୍ବାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗି । ଶ୍ରଦ୍ଧାଞ୍ଜଳି ସହ ଶେଷକୃତ୍ୟରେ ସାମିଲ ହେବା ପାଇଁ ପୈତୃକ ଗ୍ରାମ ଗଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । 2 ଦିନ ତଳେ ଦେଇଥିଲେ ଶେଷ ଭୋଟ । ଅଧିକ ପଢନ୍ତୁ

ପରଲୋକରେ ପ୍ରଥମ ଭୋଟର: ଶେଷକୃତ୍ୟରେ ସାମିଲ ହେବା ପାଇଁ ପୈତୃକ ଗ୍ରାମ ଗଲେ ମୁଖ୍ୟ ନିର୍ବାଚନ କମିଶନର

ଶିମଲା: ଦେଶର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗିଙ୍କ ଦେହାନ୍ତ ହୋଇଛି । ତାଙ୍କ ପୈତୃକ ଗ୍ରାମ ହିମାଚଳ ପ୍ରଦେଶର କଳ୍ପା ଅନ୍ତର୍ଗତ କିନ୍ନୌର ଗସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ରାଜୀବ କୁମାର ନେଗିଙ୍କୁ ଶେଷ ସମ୍ମାନ ଜଣାଇବେ । ସେହିପରି ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ନେଗିଙ୍କ ଶେଷକୃତ୍ୟରେ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

  • Chief Election Commissioner Rajiv Kumar leaves for Kalpa, Kinnaur to meet the bereaved family of #ShyamSaranNegi and attend last rites in person at his native village.

    Shyam Saran Negi, India's first voter, passed away at the age of 106.

    (File photo) pic.twitter.com/woIA3xRWjF

    — ANI (@ANI) November 5, 2022 " class="align-text-top noRightClick twitterSection" data=" ">

ଆଜି ପ୍ରାୟ ଭୋର ୩ଟା ସମୟରେ ନେଗି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 105 ବର୍ଷ ହୋଇଥିଲା । ଗତ 2ଦିନ ତଳେ ସେ ଶେଷ ଥର ପାଇଁ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଗୁଆ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଯାହା ନେଗିଙ୍କ ଶେଷ ତଥା 34ତମ ମତଦାନ ଥିଲା ।

ହିମାଚଳ ପ୍ରଦେଶରେ ଚଳିତ ବିଧାନସଭା ନିର୍ବଚନ ପାଇଁ ନଭେମ୍ବର 12 ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଏଥିପାଇଁ ନେଗି ଗତ 2 ଦିନ ତଳେ ଭୋଟ ମଧ୍ୟ ଦେଇ ସାରିଛନ୍ତି । ତେବେ ଶତାଧିକ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦେଶର ଏହି ପ୍ରଥମ ଭୋଟରଙ୍କୁ ପୋଲିଂ ବୁଥ ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ପୋଷ୍ଟାଲ ବାଲାଟ ପ୍ରକ୍ରିୟାରେ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ମତାଦାନ ପ୍ରକ୍ରିୟା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ମତାଧିକାର ସାବ୍ୟସ୍ତ ପରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନେଗିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

1951 ମସିହା ସାଧାରଣ ନିର୍ବାଚନରେ ଦେଇଥିଲେ ପ୍ରଥମ ଭୋଟ:-

1917 ମସିହାରେ ଜନ୍ମିତ ଶ୍ୟାମ ଶରଣ ନେଗି ଆଜି 105 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନେଗି ଥିଲେ ସ୍ବାଧୀନ ଭାରତର ପ୍ରଥମ ମତଦାତା । ସେ ଦେଶରେ ସ୍ବାଧୀନତା ପରବର୍ତ୍ତୀ 1951 ମସିହାରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ହୋଇଥିବା ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିର୍ବାଚନରେ ସେ କ୍ରମାଗତ ମତାଧିକାର ସାବ୍ୟସ୍ତ କରି ଆସିଥିଲେ । ଚଳିତ ବିଧାନସଭା ନିର୍ବାଚନକୁ ମିଶାଇ ସେ ମୋଟ 34 ଥର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ମୋଟ 16 ସାଧାରଣ ନିର୍ବାଚନରେ ଦେଲେଥିଲେ ଭୋଟ:-

ତେବେ 1951 ରେ ପ୍ରଥମ ସାଧାରଣ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିଥିବା ନେଗି ତାଙ୍କ ଜୀବନ କାଳରେ ମୋଟ 16 ଥର ସାଧାରଣ ନିର୍ବାଚନରେ ମତଦାତା ଭାବେ ଅଂଶଗ୍ରହଣ କରି ସାରିଲେଣି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ମଧ୍ୟ ହୋଇନଥିଲେ ।

2014 ଠାରୁ ରାଜ୍ୟ ନିର୍ବାଚନ ଆଇକନ ହୋଇଥିଲେ ନେଗି:-

ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତାଧିକାର ଏକ ପ୍ରମୁଖ ସାମ୍ବିଧାନିକ ଅଧିକାର ହୋଇଥିଲେ ସୁଦ୍ଧା ସାକ୍ଷରତା ଓ ସଚେତନତାର ଅଭାବ କାରଣରୁ କିଛି ଉପାନ୍ତ ତଥା ଅନୁନ୍ନତ ଅଞ୍ଚଳରେ ମତଦାନକୁ ନେଇ ସେତେଟା ଗମ୍ଭୀରତା ମଧ୍ୟ ଦେଖିବାକୁ ମିଳିନଥାଏ । ସମାଜରେ ଏଦିଗରେ ଗୁରୁତ୍ବ ଓ ସଚେତନତା ସୃଷ୍ଟି ପାଇଁ ତାଙ୍କୁ 2014 ଠାରୁ ରାଜ୍ୟ ନିର୍ବାଚନ ଆଇକନ (state election icon) ଭାବେ ମଧ୍ୟ ହିମାଚଳ ପ୍ରଦେଶ ସରକାର ମନୋନୀତ କରିଛନ୍ତି । ପେଶାରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶ୍ୟାମ ଶରଣ ନେଗିଙ୍କୁ କେବଳ ସରକାରୀ ସ୍ତରରେ ନୁହେଁ ବରଂ ଅନେକ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଆଜି ତାଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଶେଷ ହୋଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନେଗିଙ୍କ ପୈତୃକ ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷକୃତ୍ୟରେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.