ETV Bharat / bharat

CEC ଓ EC ଙ୍କୁ ନିଯୁକ୍ତି ଦେବେ ସ୍ବତନ୍ତ୍ର ପ୍ୟାନେଲ: ସୁପ୍ରିମକୋର୍ଟ

author img

By

Published : Mar 2, 2023, 2:52 PM IST

ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ, ନିର୍ବାଚନ ଆୟୋଗଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର ହୋଇଥିଲା । ଦାୟର ଯାଚିକାରେ ପ୍ରାର୍ଥନା କରାଯାଇଥିଲା କି ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା କରାଯାଉ । କାରଣ କଲେଜିୟମରେ ସୁପ୍ରିମକୋର୍ଟର ବିଚାରପତି ଥାଆନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟଙ୍କ ନିଯୁକ୍ତି ଭଳି ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ହେବ। ଏକ କମିଟି ଗଠନ ହେବ, ଯେଉଁ କମିଟିରେ ପ୍ରଧାନମନ୍ତ୍ରୀ ଲୋକସଭାର ବିରୋଧୀ ଦଳନେତା ଓ ପ୍ରଧାନବିଚାରପତି ସଦସ୍ୟ ରହିବେ। କମିଟି ରାଷ୍ଟ୍ରପତିଙ୍କ ପାଖକୁ ଚୂଡାନ୍ତ ନା ସୁପାରିଶ କରିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ ନିଯୁକ୍ତି ହେବେ । ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କିପରି ହେବ ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ଏହାବି ପଢନ୍ତୁ- Meghalaya Election Result 2023: ମେଘାଳୟରେ ଝୁଲା ସରକାର ! NPPର ପଲ୍ଲା ଭାରି

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ମାମାଲର ଶୁଣାଣି କରି ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି‘‘ ଏକ କମିଟି ଗଠନ ହେବ, ଯେଉଁ କମିଟିରେ ପ୍ରଧାନମନ୍ତ୍ରୀ ଲୋକସଭାରେ ବିରୋଧୀ ଦଳନେତା ଓ ପ୍ରଧାନବିଚାରପତି ସଦସ୍ୟ ରହିବେ । କମିଟି ରାଷ୍ଟ୍ରପତିଙ୍କ ପାଖୁ ନା ସୁପାରିଶ କରିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ ନିଯୁକ୍ତି ହେବେ । ’’ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯଦି ଲୋକସଭାରେ ବିରୋଧୀ ଦଳନେତା ନାହାଁନ୍ତି, ସେହିକ୍ଷେତ୍ରରେ ସର୍ବବୃହତ ଦଳର ସଂସଦୀୟ ନେତା ଏହି କମିଟିର ସଦସ୍ୟ ରହିବେ ।

ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ, ନିର୍ବାଚନ ଆୟୋଗଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର ହୋଇଥିଲା । ଦାୟର ଯାଚିକାରେ ପ୍ରାର୍ଥନା କରାଯାଇଥିଲା କି ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା କରାଯାଉ । କାରଣ କଲେଜିୟମରେ ସୁପ୍ରିମକୋର୍ଟର ବିଚାରପତି ଥାଆନ୍ତି । ବିଚାରପତିଙ୍କ ନିଯୁକ୍ତି ନେଇ କଲେଜୟିମ କେନ୍ଦ୍ର ସରକାରଙ୍କୁ ନା ସୁପାରିଶ କରିଥାଏ । କେନ୍ଦ୍ର ସରକାରଙ୍କ ମଞ୍ଜୁର ପରେ ବିଚାରପତି ନିଯୁକ୍ତି ପାଇଥାନ୍ତି । ଠିକ ସେହିଭଳି ଏହି ନିଯୁକ୍ତି ମଧ୍ୟ କରାଯାଉ ।

ଏହାବି ପଢନ୍ତୁ- Tripura Election 2023: ପ୍ରତିମୁହୂର୍ତ୍ତରେ ବଦଳୁଛି ତ୍ରିପୁରା ଗଣତି, TMP ହେବ କି କିଙ୍ଗମେକର ?

ମାମଲାର ଶୁଣାଣି କରି ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି, ‘‘ଯେ ପର୍ଯ୍ୟନ୍ତ ସଂସଦ ନୂଆ ଆଇନ ପ୍ରଣୟନ କରିନାହିଁ ସେ ପର୍ଯ୍ୟନ୍ତ ଏହି ରାୟ ଅନୁସାରେ ସିଇସି ଓ ଇସି ନିଯୁକ୍ତି ହେବେ । ’’ ଯେକୌଣସି ନିର୍ବାଚନ ବି ହେଉ ତାହା ଅବାଧ ମୁକ୍ତ ଓ ନିରପେକ୍ଷ ହେବା ଜରୁରୀ । ଏହାର ଶୁଦ୍ଧତା ସ୍ବଚ୍ଛତା ବଜାୟ ରଖିବା ହିଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରଧାନକର୍ତ୍ତବ୍ୟ ଓ ଦାୟିତ୍ବ । ମୁଖ୍ୟ ନିର୍ବାଚନ ଆୟୋଗଓ ନିର୍ବାଚନ କମିଶନର ନିଯୁକ୍ତ କରିବାର ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । କିନ୍ତୁ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ବି ଜରୁରୀ । ଏଥିପାଇଁ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ୟାନେଲ ବା କମିଟି ଏହି ଏହି ଚୟନ କରିବ ।

ଏହାବି ପଢନ୍ତୁ- Adani vs Hindenburg: ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ

ଯାଚିକାକର୍ତ୍ତା ଅନୁପ ବରାୱଂଲଙ୍କ ପକ୍ଷରୁ ଦାୟର ଏହି ମାମଲର ଶୁଣାଣି ପାଇଁ କୋର୍ଟ ଗ୍ରହଣ କରିବା ସହ ୨୩ ଅକ୍ଟୋବର ୨୦୧୮ ରେ ମାମଲାକୁ ଏକ ସାମ୍ବିଧାନିକ ପୀଠକୁ ପଠାଇଥିଲେ । ଆଜି ସାମ୍ବିଧାନିକ ଖଣ୍ଡପୀଠର ୫ ଜଣିଆ ବିଚାରପତି ଜଷ୍ଟିସ ହୃଷିକେଶ ରାୟ, ଜଷ୍ଟିସ ଅନିଋଦ୍ଧ ବୋଷ, ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ କେଏମ ଜୋସେଫ ଓ ଜଷ୍ଟିସ ସିଟି ରବିଶ କୁମାର ଏହି ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.