ETV Bharat / bharat

SANT SEXUAL ABUSE CASE: ସାମ୍ନାକୁ ଆସିଲେ ଶିଷ୍ୟା ଚିଦାନନ୍ଦମୟୀ - ପ୍ରଖର ମହାରାଜଙ୍କ ବିରୋଧରେ ଯୌନ ଶୋଷଣ ମାମଲା

କାନପୁରର ଜଣେ ଯୁବତୀକୁ ଯୌନ ଶୋଷଣ ମାମଲାରେ ହରିଦ୍ୱାରର ମହାନ ସାଧୁ ପ୍ରଖର ମହାରାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ  ପ୍ରଖର ମହାରାଜଙ୍କ ଶିଷ୍ୟା ଚିଦାନନ୍ଦମୟୀ ସାମ୍ନାକୁ ଆସିଛନ୍ତି। ଚିଦାନନ୍ଦମୟୀ ନିଜ ଗୁରୁଙ୍କୁ ରକ୍ଷା କରିବା ପାଇଁ ନିଜ ପିତାମାତାଙ୍କୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ

SANT SEXUAL ABUSE CASE: ସାମ୍ନାକୁ ଆସିଲେ ଶିଷ୍ୟା ଚିଦାନନ୍ଦମୟୀ

author img

By

Published : Apr 7, 2022, 3:32 PM IST

ହରିଦ୍ବାର: କାନପୁରର ଜଣେ ଯୁବତୀକୁ ଯୌନ ଶୋଷଣ ମାମଲାରେ ହରିଦ୍ୱାରର ମହାନ ସାଧୁ ପ୍ରଖର ମହାରାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରଖର ମହାରାଜଙ୍କ ଶିଷ୍ୟା ଚିଦାନନ୍ଦମୟୀ ସାମ୍ନାକୁ ଆସିଛନ୍ତି। ଚିଦାନନ୍ଦମୟୀ ନିଜ ଗୁରୁଙ୍କୁ ରକ୍ଷା କରିବା ପାଇଁ ନିଜ ପିତାମାତାଙ୍କୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ଚିଦାନନ୍ଦମୟୀ ହେଉଛନ୍ତି ସେହି ଯୁବତୀ, ଯାହାର ପିତାମାତା ହିଁ ପ୍ରଖର ମହାରାଜଙ୍କ ବିରୋଧରେ ଯୌନ ଶୋଷଣା ମାମଲା ଆଣିଛନ୍ତି ।

SANT SEXUAL ABUSE CASE: ସାମ୍ନାକୁ ଆସିଲେ ଶିଷ୍ୟା ଚିଦାନନ୍ଦମୟୀ

ସ୍ବାମୀ ପ୍ରଖର ମହାରାଜଙ୍କୁ ନେଇ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଷ୍ୟା ଚିଦାନନ୍ଦମୟୀ । ଏହାସହ ନିଜ ପରିବାର ପାଇଁ ଜୀବନ ବିପଦରେ ଥିବା ନେଇ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏହି ଅଭିଯୋଗ ନେଇ ସେ କହିଛନ୍ତି ଯେ, ସେ ଯେଉଁଦିନ ଠାରୁ ଗୃହସ୍ତ ଜୀବନରୁ ବାହାରି ସନ୍ୟାସ ଗ୍ରହଣ କଲେ, ସେବେଠାରୁ ପରିବାର ଲୋକ ଚାପ ପକାଉଛନ୍ତି ଏବଂ ଗୃହସ୍ଥ ଜୀବନକୁ ଫେରିବାକୁ ବାଧ୍ୟ କରୁଛନ୍ତି । ଚିଦାନନ୍ଦମୟୀ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକଙ୍କ ନାଁରେ FIR ମଧ୍ୟ ଦେଇଥିବା କଥା କହିଛନ୍ତି।

କଣ ଏହି ମାମଲା:

ୟୁପି ରାଜ୍ୟ ମହିଳା ସଦସ୍ୟ ପୁର୍ଣ୍ଣମ କପୁରଙ୍କ ନିର୍ଦ୍ଦେଶରେ କାନପୁରର କିଡୱାଇ ନାଗର ଥାନାରେ ଏହି ଯୌନ ଶୋଷଣ ମାମଲା ପଞ୍ଜିକୃତ ହୋଇଛି। ଏହି ମାମଲାରେ ପୀଡିତାଙ୍କ ପିତାମାତା ପୋଲିସ ଥାନାରେ ଅଭିଯୋଗ କରିଥିଲେ। ସାଧୁଙ୍କ ନାମ ହେଉଛି ପ୍ରଖର ମହାରାଜ, ଯାହାର ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ବଡ଼ ଆଶ୍ରମ ରହିଛି ।

ଏନେଇ ପୁର୍ଣ୍ଣମ କପୁର କହିଛନ୍ତି ଯେ, ସଖୀ ୱାନ ଷ୍ଟପ ସେଣ୍ଟରରେ ମହିଳାଙ୍କ ଅଭିଯୋଗ ଶୁଣୁଥିବା ବେଳେ ପୀଡିତାଙ୍କ ମା ଆସି ତାଙ୍କ ଆଗରେ କାନ୍ଦିଥିଲେ । ତାଙ୍କ କହିବା ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ୱାମୀ ପ୍ରଖର ମହାରାଜଙ୍କ ଭକ୍ତ ଅଟନ୍ତି ଏବଂ ସେମାନେ ତାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହରିଦ୍ୱାରକୁ ଯାଉଥିଲେ। ମହିଳାଙ୍କ କହିବାନୁସାରେ, ଥରେ କିମ୍ବା ଦୁଇଥର ସେ ନିଜ ଝିଅକୁ ମଧ୍ୟ ପ୍ରଖର ମହାରାଜଙ୍କ କାର୍ଯ୍ୟକ୍ରମରେ ନେଇଥିଲେ। ତାପରେ ପ୍ରଖର ମହାରାଜଙ୍କ ଆଖି ଚିଦାନନ୍ଦମୟୀଙ୍କ ଉପରେ ପଡିଥିଲା ।

ପ୍ରକାଶ ମହାରାଜ ଉକ୍ତ ଝିଅର ମାତାଙ୍କୁ କହିଥିଲେ ଯେ ତାଙ୍କ ସ୍କୁଲ ଏବଂ ଆଶ୍ରମ ନିର୍ମାଣ କରାଯାଉଛି, ତେଣୁ ସେ ବେଳେବେଳେ ଶିକ୍ଷା ଗ୍ରହଣ ନିମନ୍ତେ ପଠାନ୍ତୁ । ତେବେ ଏହାପୂର୍ବରୁ ପ୍ରଖର ମହାରାଜ ଶିକ୍ଷା ଦେବା ବାହାନାରେ ଝିଅକୁ ଗୋଟିଏ ଅଲଗା ସ୍ଥାନକୁ ଡାକିଥିଲେ, ଯେଉଁଠାରେ ପ୍ରଖର ମହାରାଜ ଉକ୍ତ ଝିଅ ସଙ୍ଗେ କିଛି ଭୁଲ କରିଥିଲେ । ଏନେଇ ପୂର୍ଣ୍ଣମ କପୁର କହିଛନ୍ତି ଯେ, ସେହି ରୁମରୁ ବାହାରି ଆସି ଝିଅଟି ନିଜ ପିତାମାତାଙ୍କୁ କହିଲା ଯେ, ମୋ ସାଙ୍ଗରେ ଭୁଲ ହୋଇଛି ଏବଂ ତୁମ ଜୀବନ ପତି ବିପଦ ଅଛି, ଏଠାରୁ ଆପଣ ଚାଲିଯାଆନ୍ତୁ ।

ପୀଡିତାଙ୍କ ମା ରାଜ୍ୟ ମହିଳା ଆୟୋଗର ସଦସ୍ୟ ପୁର୍ଣ୍ଣମ କପୁରଙ୍କୁ କହିଛନ୍ତି ଯେ ପ୍ରଖର ମହାରାଜ ଝିଅକୁ ଡରେଇ କେଶ କାଟିବା ସହ ଗେରୁଆ ବସ୍ତ୍ର ପିନ୍ଧିବାକୁ ବାଧ୍ୟ କରିଛନ୍ତି । ଝିଅ ସହ ଏପରି ଘଟଣା ଘଟିବା ପରେ ମାଆଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାବେଳେ ଯୋ କୌଣସି ପରିସ୍ଥିତିରେ ଝିଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.