ETV Bharat / bharat

Union Budget: ଅର୍ଥମନ୍ତ୍ରୀଙ୍କ ଭାଷଣକୁ ପୁଞ୍ଜିବାଦୀ କହିଲେ ଚିଦାମ୍ବରମ, ଅସନ୍ତୋଷ ଜାହିର କଲେ କେଜ୍ରିୱାଲ

author img

By

Published : Feb 2, 2022, 9:26 AM IST

ସାଧାରଣ ବଜେଟ୍‌କୁ କଡା ସମାଲୋଚନା କଲେ ବିଭିନ୍ନ ବରିଷ୍ଠ ନେତା । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣକୁ ପୁଞ୍ଜିବାଦୀ କହିଲେ ଚିଦାମ୍ବରମ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନଥିବା କହିଲେ କେଜ୍ରିୱାଲ । ଅଧିକ ପଢନ୍ତୁ

Union Budget: ଅର୍ଥମନ୍ତ୍ରୀଙ୍କ ଭାଷଣକୁ ପୁଞ୍ଜିବାଦୀ କହିଲେ ଚିଦାମ୍ବରମ, ଅସନ୍ତୋଷ ଜାହିର କଲେ କେଜ୍ରିୱାଲ
Union Budget: ଅର୍ଥମନ୍ତ୍ରୀଙ୍କ ଭାଷଣକୁ ପୁଞ୍ଜିବାଦୀ କହିଲେ ଚିଦାମ୍ବରମ, ଅସନ୍ତୋଷ ଜାହିର କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍‌କୁ ନେଇ ବିଭିନ୍ନ ରାଜନୈତିକ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣକୁ ପୁଞ୍ଜିବାଦୀ କହି ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ । ଆଜି ପର୍ଯ୍ୟନ୍ତ କୌଣସି ଅର୍ଥମନ୍ତ୍ରୀ ଏଭଳି ପୁଞ୍ଜିବାଦୀ ଭାଷଣ ଦେଇନଥିଲେ । ଅଭିଭାଷରେ ଦୁଇ ଥର ଗରୀବ ଶବ୍ଦର ବ୍ୟବହାର ହୋଇଛି । ଦେଶରେ ଗରୀବ ଲୋକ ଅଛନ୍ତି ମନେପକାଇଥିବାରୁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ।

ଅର୍ଥବ୍ୟବସ୍ଥା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନଗୁଡିକର ମୁକାବିଲା ଦିଗରେ ୨୦୨୨-୨୩ର ଏହି ବଜେଟ୍ ବିଫଳ ହେବ । ବହୁମତ ବଳରେ ସରକାର ସଂସଦରେ ଏହାକୁ ପାରିତ କରିବାକୁ ସକ୍ଷମ ହେଲେ, ମାତ୍ର ଲୋକେ ଏହି ପୁଞ୍ଜିବାଦୀ ବଜେଟକୁ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି ଚିଦାମ୍ବରମ । ଚିଦାମ୍ବରମଙ୍କ ସମେତ ଶଶି ଥରୁର, ରଣଦୀପ ସୂର୍ଯ୍ୟେୱାଲା ଭଳି କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ବଜେଟ୍କୁ ସମାଲୋଚନା କରିଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କିଛି ସୁଫଳ ମିଳିବାକୁ ନଥିବା କହିଥିଲେ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବଜେଟ୍‌କୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । କୋରୋନା ସଙ୍କଟ କାଳରେ ଏହି ସାଧାରଣ ବଜେଟ୍ ଉପରେ ଲୋକଙ୍କ ବହୁତ ଆଶା ଥିଲା । ହେଲେ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଥିରେ କିଛି ନାହିଁ । ଦାରଦାମ୍ ହ୍ରାସ ନେଇ ମଧ୍ୟ ସରକାର କୌଣସି ବ୍ୟବସ୍ଥା କରିନଥିବା କେଜ୍ରିୱାଲ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.