ETV Bharat / bharat

TMC ପାଇଁ ମାମଲା ଲଢିବାରୁ କଂଗ୍ରେସ ସମର୍ଥିତ ଓକିଲଙ୍କ ଆକ୍ରୋଶର ଶିକାର ହେଲେ ଚିଦାମ୍ବରମ - ଓକିଲଙ୍କ ଆକ୍ରୋଶର ଶିକାର ହେଲେ ପି ଚିଦାମ୍ବରମ

ଟିଏମସି ବିରୋଧରେ ଦଳୀୟ ନେତା ଦାଏର କରିଥିବା ଏକ ମାମଲାରେ ଟିଏମସିର ପକ୍ଷରୁ ଲଢିବାକୁ ଯାଇଥିବା ପି.ଚିଦାମ୍ବରମଙ୍କୁ କଂଗ୍ରେସ ଓକିଲଙ୍କ ବିରୋଧ । ଅଧିକ ପଢନ୍ତୁ

TMC ପାଇଁ ମାମଲା ଲଢିବାରୁ କଂଗ୍ରେସ ସମର୍ଥିତ ଓକିଲଙ୍କ ଆକ୍ରୋଶର ଶିକାର ହେଲେ ଚିଦାମ୍ବରମ

author img

By

Published : May 4, 2022, 9:35 PM IST

କୋଲକାତା: ଟିଏମସି ବିରୋଧରେ ଦଳୀୟ ନେତା ଦାଏର କରିଥିବା ଏକ ମାମଲାରେ ଟିଏମସି ପକ୍ଷରୁ ଓକିଲାତି କରିବାକୁ ଯାଇ କଂଗ୍ରେସ ସମର୍ଥିତ ଓକିଲଙ୍କ ଆକ୍ରୋଶର ଶିକାର ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ । ପି.ଚଦାମ୍ବରମ ରାଜନେତା ସମେତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ । ଆଜି ( (ବୁଧବାର) ପଶ୍ଚିମବଙ୍ଗରେ ଶାସନାଧୀନ ତୃଣମୂଳ କଂଗ୍ରେସ ସରକାର ବିରୋଧରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଦାଏର କରିଥିବା ଏକ ମାମଲାରେ ସରକାରୀ ପକ୍ଷ ରଖିବା ବେଳେ ତାଙ୍କୁ ଏପରି ଆକ୍ରୋଶର ଶିକାର ହେବାକୁ ପଡିଛି ।

ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ତଥା ଲୋକସଭାରେ ଦଳର ଫ୍ଲୋର ଲିଡର ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ବାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଦାଏର ହୋଇଥିବା ଏକ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖିବା ପାଇଁ କୋର୍ଟରେ ହାଜର ହୋଇଥିଲେ ଚିଦାମ୍ବରମ । ଶୁଣାଣି ପରେ ଚିଦାମ୍ବରମ୍ ହାଇକୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଦଳୀୟ ଓକିଲଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । କଂଗ୍ରେସ ସମର୍ଥିତ ଓକିଲମାନେ ଗୋ-ବ୍ୟାକ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଗଣମାଧ୍ୟମ ମଧ୍ୟ ଘଟଣାସ୍ଥଳରେ ପ୍ରତିକ୍ରିୟା ଚାହିଁଥିବା ବେଳେ ଚିଦାମ୍ବରମ କିନ୍ତୁ ନୀରବ ରହିବା ସହ ଘଟଣାସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ ଭାବିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.