ETV Bharat / bharat

ଏଠି ରକ୍ତଦାନ କଲେ ମିଳିବ ଅଧା କେଜି ପନିର ବା ୨ କେଜି ଚିକେନ

ମହାରାଷ୍ଟ୍ରର ପୁଣେରେ ଏକ ନିଆରା ରକ୍ତଦାନ ଶିବିର ଦେଖିବାକୁ ମିଳିଛି । ଏହି ରକ୍ତଦାନ ଶିବିରରେ ଶାକାହାରୀ ରକ୍ତଦାତାଙ୍କୁ ଅଧା କେଜି ପନିର ଦିଆଯାଉଥିବା ବେଳେ ମାଂସାହାରୀ ରକ୍ତଦାତାଙ୍କୁ ଦୁଇ କେଜି ଚିକେନ ଦିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Dec 12, 2021, 10:32 PM IST

ଏଠି ରକ୍ତଦାନ କଲେ ମିଳିବ ଅଧା କେଜି ପନିର ବା ୨ କେଜି ଚିକେନ
ଏଠି ରକ୍ତଦାନ କଲେ ମିଳିବ ଅଧା କେଜି ପନିର ବା ୨ କେଜି ଚିକେନ

ମୁମ୍ବାଇ: ରକ୍ତଦାନ ମହାପୁଣ୍ୟ । ଏନେଇ ବିଭିନ୍ନ ଶ୍ରେଣୀର ବ୍ୟକ୍ତିମାନେ ନିଜର ବିଶେଷ ଦିନରେ ରକ୍ତଦାନ ଶିବିର ଆୟୋଜନ କରୁଥିବା ନଜିର ରହିଛି । ସାଧାରଣତଃ ରକ୍ତଦାନ କରିବା ପରେ ରକ୍ତଦାତାଙ୍କୁ କ୍ଷୀର କିମ୍ବା ଫଳମୂଳ ଖାଇବାକୁ ଦିଆଯାଇଥାଏ । କିନ୍ତୁ ମହାରାଷ୍ଟ୍ରର ପୁଣେରେ ଏକ ନିଆରା ରକ୍ତଦାନ ଶିବିର ଦେଖିବାକୁ ମିଳିଛି । ଯାହା ଫଳରେ ରକ୍ତଦାତାଙ୍କ ସଂଖ୍ୟାରେ ଏଠି ବୃଦ୍ଧି ଘଟିଛି । ଏହି ରକ୍ତଦାନ ଶିବିରରେ ଶାକାହାରୀ ରକ୍ତଦାତାଙ୍କୁ ଅଧା କେଜି ପନିର ଦିଆଯାଉଥିବାବେଳେ ମାଂସାହାରୀ ରକ୍ତଦାତାଙ୍କୁ ଦୁଇ କେଜି ଚିକେନ ଦିଆଯାଇଛି ।

ମହାମାରୀ କୋଭିଡ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ରରେ ରକ୍ତର ଆବଶ୍ୟକତା ବଢ଼ିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରିବାକୁ ଆହ୍ୱାନ ଦିଆଯାଉଛି । ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ପୁଣେର ପୂର୍ବତନ କର୍ପୋରେଟର ଶଙ୍କର କେମ୍‌ସେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ରବିବାର ଅପରାହ୍ଣ ସୁଦ୍ଧା ୫ଶହ କେଜି ଚିକେନ ସହ ୫୦ କେଜି ପନିର ବଣ୍ଟନ କରାଯାଇଛି । ସେପଟେ ଏହି ଶିବିରରେ ମୋଟ ୩୫୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ଏଥିରେ ଶାକାହାରୀ ରକ୍ତଦାତାଙ୍କୁ ୫ଶହ ଗ୍ରାମ ପନିର ଦିଆଯାଇଥିବାବେଳେ ମାଂସାହାରୀ ରକ୍ତଦାତାଙ୍କୁ ୨ କେଜି ଚିକେନ ଦିଆଯାଇଛି । ଏଭଳି ଏକ ରକ୍ତଦାନ ଶିବିର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.