ETV Bharat / bharat

ଛତିଶଗଡରେ ବିଜେପି ନେତାଙ୍କୁ କଲେ ହତ୍ୟା ନକ୍ସଲ

(Chhattisgarh Naxalites kill BJP leader) ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ନକ୍ସଲଙ୍କ ହତ୍ୟା । ଘଟଣାସ୍ଥଳରେ ପୋଷ୍ଟର ଛାଡି ଧମକ ଦେଲା ଲାଲବାହିନୀ । ଅଧିକ ପଢନ୍ତୁ

ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

author img

By ETV Bharat Odisha Team

Published : Dec 9, 2023, 4:39 PM IST

ରାୟପୁର: ଛତିଶଗଡରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ନାରାୟଣପୁରର ଛୋଟେଡଙ୍ଗର ଗ୍ରାମରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଛନ୍ତି ନକ୍ସଲ । ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଉଛନ୍ତି କୋମଲ ମାଝି । ସେ ଆଜି ସକାଳେ ପୂଜା କରିବା ପାଇଁ ଗ୍ରାମ ନିକଟବର୍ତ୍ତୀ ଏକ ମନ୍ଦିରକୁ ଯାଉଥିବା ବେଳେ ତାଙ୍କୁ ନକ୍ସଲମାନେ ଟାଙ୍ଗିଆରେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ସ୍ଥାନରେ ଏକ ପୋଷ୍ଟର ଛାଡି ନକ୍ସଲ ଫେରାର ହୋଇଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଛତିଶଗଡରେ ବିଜେପି କାର୍ଯ୍ୟକର୍ତ୍ତା ନକ୍ସଲଙ୍କ ଦ୍ବାରା ହତ୍ୟାର ଶିକାର ହୋଇସାରିଛନ୍ତି । ଭାଜପାର ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ ସାଗର ସାହୁଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର ବେଳେ ହତ୍ୟା କରିଥିଲେ ନକ୍ସଲ ।

ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ
ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

ତେବେ ସୂଚନା ଅନୁସାରେ, କୋମଲଙ୍କୁ ପୂର୍ବରୁ ମଧ୍ୟ ମାଓକ୍ୟାମ୍ପରୁ ଏକାଧିକ ଥର ହତ୍ୟା ଧମକ ମିଳିଥିଲା । ଏନେଇ ସେ ଅଭିଯୋଗ ମଧ୍ୟ କରିଥିଲେ । ଆଜି ସକାଳେ ସେ ଗ୍ରାମରେ ସାଢେ 10ଟା ବେଳେ ଗ୍ରାମ ନିକଟବର୍ତ୍ତୀ ଶୀତଳା ମନ୍ଦିରକୁ ପୂଜା କରିବାକୁ ବାହାରିଥିଲେ । ରାସ୍ତାରେ ନକ୍ସଲଙ୍କ ଏକ ଦଳ ସେମାନଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରେ ହିଁ ନକ୍ସଲିମାନେ ହତ୍ୟା କରିବା ପରେ ନିକଟରେ ଏକ ପୋଷ୍ଟର ଫିଙ୍ଗିଥିବା ମଧ୍ୟ ଦେଇଥିବାକୁ ମିଳିଛି । ନକ୍ସଲଙ୍କ ଏହି ଦଳରେ ପ୍ରାୟ 3 ରୁ 4 ଜଣ ଥିବା କେତେକ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାଓ ପୋଷ୍ଟର ମଧ୍ୟ ଜବତ କରିଛି । ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁରକ୍ଷା ବଳର ଯବାନ ମଧ୍ୟ ନିକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।

ନକ୍ସଲମାନେ ଫିଙ୍ଗିଥିବା ପୋଷ୍ଟରରେ କୋମଲ ସ୍ଥାନୀୟ ଅଞ୍ଚଳରେ ଖାଦାନ ଦଲାଲିରେ ସମ୍ପୃକ୍ତ ଥିଲେ, ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ଉଲ୍ଲେଖ ରହିଛି । ସେହିପରି ଅନ୍ୟକେହି ଏପରି କାର୍ଯ୍ୟରେ ଲିପ୍ତ ରହିଲେ, ବା ସାମ୍ରାଜ୍ୟବାଦୀ କାର୍ଯ୍ୟକଳାପ ଆରମ୍ଭ କଲେ ସେମାନଙ୍କୁ ମଧ୍ୟ ଏହିପରି ମୃତ୍ୟୁଦଣ୍ଡ ମିଳିବ ନେଇ ନକ୍ସଲ ପୋଷ୍ଟରରେ ଧମକ ଦେଇଛନ୍ତି । ତେବେ ଚଳିତ ନିର୍ବାଚନ ସମୟରେ ମଧ୍ୟ ନକ୍ସଲ ସେମାନଙ୍କ ଉପସ୍ଥିତି ସାବ୍ୟସ୍ତ କରିବାକୁ ଏକାଧିକ ସ୍ଥାନରେ ହିଂସା ଭିଆଇଥିଲେ । ଏଥିରେ ଏକାଧିକ ସ୍ଥାନୀୟ ସାଧାରଣ ଲୋକଙ୍କୁ ମଧ୍ୟ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ନକ୍ସଲ ।

ଏହା ମଧ୍ୟ ପଢନ୍ତୁ:- ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତିକୁ କିଶନ ରେଡ୍ଡିଙ୍କ ବିରୋଧ: 'ସ୍ଥାୟୀ ବାଚସ୍ପତି ନିର୍ବାଚନ ପରେ ହିଁ ଶପଥ ନେବେ ବିଜେପି ବିଧାୟକ'

ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ବସ୍ତର କାର୍ଯ୍ୟକ୍ରମର ମାତ୍ର କିଛି ଘଣ୍ଟା ପୂର୍ବରୁ ମଧ୍ୟ କାଙ୍କେରରେ ଲାଲବାହିନୀ ସ୍ଥାନୀୟ ଲୋକଙ୍କୁ ହତ୍ୟା କରିବା ସହ ଭୋଟବର୍ଜନ ଧମକ ଦେଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ବୁଥରେ ଭୋଟିଂ ଶେଷ ହୋଇଥିଲା । କିଛି ସ୍ଥାନରେ ନିର୍ଦ୍ଧାରିତ ସଂଧ୍ୟା 5ଟା ପରିବର୍ତ୍ତେ ଅପରାହ୍ନ 3ଟାରେ ମଧ୍ୟ ଭୋଟିଂ ଶେଷ କରିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.