ETV Bharat / bharat

Rahul Rescue Operation: ଗଡୁଛି ସମୟ, ରାହୁଲକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

author img

By

Published : Jun 13, 2022, 8:51 AM IST

ଛତିଶଗଡ ଜାଞ୍ଜଗିର ଚମ୍ପା ମାଲଖାରୋଡ ଅଞ୍ଚଳରେ ଏକ ବୋରୱେଲରେ ଖସି ପଡିଥିବା 12 ବର୍ଷର ବାଳକ ରାହୁଲ ଏବେ ବି ଫସି ରହିଛି । 80 ଫୁଟ ଗର୍ତ୍ତ ବୋରୱେଲରେ ଫସିଛି ରାହୁଲ । ଗୋଟେ ଗୋଟେ ମିନିଟ ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି । ଉଦ୍ଧାର କାର୍ଯ୍ୟ ଜୋରସୋର ହୋଇଛି । ତୃତୀୟ ଦିନରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ବୋରୱେଲରୁ ବାଳକକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି
Child falls in borewell

ରାୟପୁର: ଛତିଶଗଡ ଜାଞ୍ଜଗିର ଚମ୍ପା ମାଲଖାରୋଡ ଅଞ୍ଚଳରେ ଏକ ବୋରୱେଲରେ ଖସି ପଡିଥିବା 12 ବର୍ଷର ବାଳକ ରାହୁଲ ଏବେ ବି ଫସି ରହିଛି । 80 ଫୁଟ ଗର୍ତ୍ତ ବୋରୱେଲରେ ଫସିଛି ରାହୁଲ । ଗୋଟେ ଗୋଟେ ମିନିଟ ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି । ଉଦ୍ଧାର କାର୍ଯ୍ୟ ଜୋରସୋର ହୋଇଛି । ତୃତୀୟ ଦିନରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ । ରାହୁଲକୁ ପାଇପରେ ଖାଦ୍ୟ, ପାଣି ଓ ଅକ୍ସିଜେନ ଦିଆଯାଉଛି । ରବିବାର ରୋବଟିକ୍ସ ଉଦ୍ଧାର କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଅସଫଳ ହେବାରୁ ଟନେଲ ତିଆରି କରିବାକୁ ଯୋଜନା କରାଯାଉଛି । ରାହୁଲ ପାଖରେ ପହଞ୍ଚିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ବୋରୱେଲ ପାଖରେ 20ଫୁଟର ଗାତ ଖୋଳା ଯାଉଛି ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳା, ପୋଲିସ ଅଧୀକ୍ଷକ ବିଜୟ ଅଗ୍ରୱାଲଙ୍କ ସହ ଅଫିସର, ଏନଡିଆରଏଫ, ଏସଡିଆରଏଫ, ଏସଇସିଏଲ ସହିତ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ପୁରା ଟିମ ଛତିଶଗଡର ଏହି ବଡ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଅପରେସନରେ ସାମିଲ ସମସ୍ତଙ୍କୁ ପ୍ରତିଟି ମୂହୁର୍ତ୍ତରେ ଆଲର୍ଟ ରହିବାକୁ କୁହାଯାଇଛି । ଉଦ୍ଧାର କାର୍ଯ୍ୟରେ କୌଣସି ଅସାବଧାନତା ନ କରିବାକୁ ନିର୍ଦ୍ଦେଶ ହୋଇଛି ।

  • हम सब ईश्वर से प्रार्थना करते हैं, हमारी टीमों पर पूर्ण विश्वास रखते हुए आशा करते हैं कि सुबह सूर्योदय के साथ राहुल साहू का मुस्कुराता चेहरा हम सबके बीच होगा।

    हम होंगे कामयाब!

    — Bhupesh Baghel (@bhupeshbaghel) June 12, 2022 " class="align-text-top noRightClick twitterSection" data=" ">

ଉଦ୍ଧାର କାର୍ଯ୍ୟର ଦ୍ବିତୀୟ ଦିନରେ ଗୁଜୁରାଟର ରୋବୋଟିକ୍ ଟିମକୁ ନିୟୋଜିତ କରାଯାଇଥିଲା । ମାତ୍ର ରୋବଟିକ୍ ଉପାୟରେ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଛି । କାରଣ ରୋବୋଟିକ୍ ଟିମ ଏ ଯାଏଁ ଯେତିକି ପିଲାଙ୍କୁ ବୋରୱେଲରୁ ବାହାର କରିଛି ସେମାନଙ୍କ ବୟସ 3ରୁ5 ବର୍ଷ ରାହୁଲଙ୍କୁ 11 ବର୍ଷ ହୋଇଥିବାରୁ ତାଙ୍କୁ ବାହାର କରିବା କଷ୍ଟକର ହୋଇଥିଲା । ଏହି ଉପାୟ ବିଫଳ ହେବାପରେ ରେସ୍କ୍ୟୁ ଟେନେଲ ସହାୟତାରେ ବାହାର କରିବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁସାରେ ବୋରୱେଲ ନିକଟରେ ସମାନ୍ତରାଳ ଭାବେ ରେସ୍କ୍ୟୁ ଟନେଲ ଖୋଳାଯିବ ।

ଏଯାଏଁ 61 ଫୁଟ ଗାତ ଖୋଳା ସରିଲାଣି । ଗାତ ଖୋଳାଯିବା ସ୍ଥାନରେ ଏକ ବିରାଟ ପଥର ପଡିବାରୁ ସମସ୍ୟା ସୃଷ୍ଟି ହୋଇଛି । ଉକ୍ତ ପଥରକୁ ଛୋଟ ଛୋଟ ଖଣ୍ଡ କରି କଟାଯିବ । 46 ଘଣ୍ଟା ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାହୁଲକୁ ଉଦ୍ଧାର ପାଇଁ ଆଉ 10ରୁ 15 ଘଣ୍ଟା ଲାଗିପାରେ । ଗତ 10 ତାରିଖରେ ରାହୁଲ ତାଙ୍କ ଘର ପଛପଟେ ଖେଳୁଥିବାବେଳେ ବୋରୱେଲରେ ଖସି ପଡିଥିଲା । ରାହୁଲ ଖସି ପଡ଼଼ିଥିବା ବୋରୱେଲର ୫୦ରୁ ୮୦ ଫୁଟ ଗଭୀର ହେବ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...Child falls in borewell: ଏବେବି ରହିଛି ଉଦ୍ଧାର କାର୍ଯ୍ୟ ଜାରି, ଓଡିଶା ପଠାଇଲା SDRF ଟିମ

କଟକ ଓ ବିଳାସପୁରରୁ ଆସିଲେ NDRF ଟିମ୍

କଟକ ଓ ବିଲାସପୁରରୁ ଏନଡିଆରଏଫ ଟିମ ଉଦ୍ଧାର କାଯ୍ୟରେ ସାମିଲ ହୋଇଛନ୍ତି । କୋରବା ରାୟଗଡରୁ ମେସିନ ପହଞ୍ଚିଛି । ରାତିସାର ଲାଇଟ ବ୍ୟବସ୍ଥା କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ସହିତ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଆମ୍ବୁଲାନ୍ସ ଟିମ ବି ପ୍ରସ୍ତୁତ ଅଛନ୍ତି ।

ଅପରେସନ ରାହୁଲ ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗତକାଲି (ରବିବାର) ଟ୍ବିଟ କରି ସମସ୍ତଙ୍କ ସାହାସ ବଢାଇଛନ୍ତି । ସେ ଲେଖିଛନ୍ତି,'' ମୋର ବିଶ୍ବାସ ସମସ୍ତ ଉଦ୍ଧାରକାରୀ ଟିମଙ୍କ ପ୍ରୟାସ ଏବଂ ସମର୍ପିତ ସେବାଭାବ ପାଇଁ ରାହୁଲ ଶୀଘ୍ର ଆମ ସମସ୍ତଙ୍କ ଗହଣରେ ରହିବ । ସେ ଆହୁରି କହିଛନ୍ତି, ରାହୁଲର ସମସ୍ତ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଆମେ ସମସ୍ତେ ଇଶ୍ବରଙ୍କୁ ପ୍ରାର୍ଥନା କରୁଛି କି, ଆମ ଟିମ ଉପରେ ପୂର୍ଣ୍ଣ ବିଶ୍ବାସ ଅଛି ସକାଳର ସୂର୍ଯ୍ୟ ଉଦୟ ସହିତ ରାହୁଲ ସାହୁର ହସ ହସ ମୁହଁ ଆମ ସମସ୍ତଙ୍କ ଗହଣରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବିଭାଗୀୟ ଅଧିକାରୀଙ୍କୁ ସବୁ ପ୍ରକାର ପଦକ୍ଷେପ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ନିୟମିତ ଭାବେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହିତ ରାହୁଲଙ୍କ ପରିବାର ସହ କଥା ହୋଇ ସେମାନଙ୍କୁ ଶାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.