ETV Bharat / bharat

୧୫ ବର୍ଷ ପରେ ନକ୍ସଲ ପ୍ରବଣ ଜିଲ୍ଲାରେ ଖୋଲିଲା ସ୍କୁଲ - ୧୫ ବର୍ଷ ପରେ ନକ୍ସଲ ଅଞ୍ଚଳରେ ଖୋଲିଲା ସ୍କୁଲ

ଦିନେ ନକ୍ସଲ ଉପଦ୍ରବରେ ବନ୍ଦ ହୋଇଯାଇଥିଲା ଶତାଧିକ ସ୍କୁଲ । ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବନ୍ଦ ସ୍କୁଲ ଖୋଲିଲେ ସରକାର । ଅଧିକ ପଢନ୍ତୁ

୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ
୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ
author img

By

Published : Jun 17, 2022, 9:55 AM IST

ରାୟପୁର: ଦିନେ ନକ୍ସଲ ଭୟରେ ସ୍କୁଲ ବାଟ ଭୁଲି ଯାଇଥିଲେ ଛାତ୍ରଛାତ୍ରୀ । ନକ୍ସଲ ଓ ଯବାନଙ୍କ ସଂଘର୍ଷ ଭିତରେ ଶତାଧିକ ସ୍କୁଲରେ ତାଲା ଝୁଲିଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବନ୍ଦ ହୋଇଯାଇଥିବା ସ୍କୁଲକୁ ପୁଣିଥରେ ଖୋଲିଛନ୍ତି ସରକାର । ଗତକାଲି(ଗୁରୁବାର) ଛତିଶଗଡ ରାଜ୍ୟର ସୁକମା, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଆଦି ନକ୍ସଲ ପ୍ରବଣ ଅଞ୍ଚଳରେ ଦେଢ ଦଶକରୁ ବନ୍ଦ ପଡିଥିବା ୨୬୦ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପୁନର୍ବାର ଖୋଲିଛନ୍ତି । ବିଜାପୁର ଜିଲ୍ଲାରେ ସର୍ବାଧିକ ୧୫୮ଟି ସ୍କୁଲ ଖୋଲିଛି । ଏହି କ୍ରମରେ ସୁକିମା ଜିଲ୍ଲାରେ ୯୭ଟି, ନାରାୟଣପୁର ଜିଲ୍ଲାରେ ୪ଟି ଏବଂ ଦନ୍ତେୱାଡାରେ ଗୋଟିଏ ସ୍କୁଲ ପୁଣିଥରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହୋଇଛି । ଏହିସବୁ ସ୍କୁଲରେ ଏବେସୁଦ୍ଧା ୧୧,୦୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

୧୫ ବର୍ଷ ପରେ ନକ୍ସଲ ପ୍ରବଣ ଜିଲ୍ଲାରେ ଖୋଲିଲା ସ୍କୁଲ

ଛତିଶଗଡ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ରାଜ୍ୟର ସ୍କୁଲଗୁଡିକରେ ଶାଲା ପ୍ରବେଶ ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ନକ୍ସଲ ପ୍ରବଣ ଅଞ୍ଚଳର ୨୬୦ ବନ୍ଦ ସ୍କୁଲ ପୁଣିଥରେ ଖୋଲିଛନ୍ତି । ୧୫ ବର୍ଷ ହେଲା ସ୍କୁଲ ଖୋଲିବା ପରେ ସ୍ଥାନୀୟ ଅଞ୍ଚଳର ପିଲାଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଯାଇଛି । ବିଜାପୁର ଜିଲ୍ଲାରେ ୨୦୦୫ ମସିହାରୁ ୩୦୦ ସ୍କୁଲ ବନ୍ଦ ରହିଥିଲା । ଏହାମଧ୍ୟରୁ ୧୫୮ଟି ସ୍କୁଲ ପୁଣିଥରେ ଖୋଲାଯାଇଛି । ସ୍କୁଲ ପରିଚାଳନା ପାଇଁ ଗ୍ରାମରେ ଜ୍ଞାନଦୂତ ନିଯୁକ୍ତ କରାଯାଇଛି ।

୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ
୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, "ରାଜ୍ୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସ୍ବାମୀ ଆତ୍ମାନନ୍ଦ ଇଂରାଜୀ ଏବଂ ହିନ୍ଦୀ ମିଡିୟମ ସ୍କୁଲ ପରିଚାଳିତ ହେଉଛି । ଏହା ଅନ୍ତର୍ଗତ ରାଜ୍ୟରେ ୧୭୧ ଇଂରାଜୀ ମିଡିୟମ ଏବଂ ୩୨ଟି ହିନ୍ଦୀ ମିଡିୟମ ସ୍କୁଲ ଚାଲିଛି । ଯେପରି ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲର କୌଣସି କ୍ଷେତ୍ରରେ କମ୍ ନ ହୁଏ ସେ ଦିଗରେ ଆମେ ପ୍ରଚେଷ୍ଟା କରୁଛୁ ।" ଏଥିସହ ସମସ୍ତଙ୍କୁ ମିଶି ଶିକ୍ଷିତ ଛତିଶଗଡ ଗଠନରେ ନିଜର ସହଯୋଗ ଦେବାକୁ ଆହ୍ବାନ କରିଛନ୍ତି ବଘେଲ ।

ବସ୍ତର ଜିଲ୍ଲାରେ ପ୍ରାୟ ୧୫ ବର୍ଷ ପୂର୍ବରୁ ନକ୍ସଲବାଦ ବିରୋଧି ଅଭିଯାନ ଚାଲିଥିଲା । ଏହି ସମୟରେ ହର୍ଡକୋର ନକ୍ସଲ ସଲବା ଦ୍ବାରା ବିଭିନ୍ନ ହିଂସାକାଣ୍ଡରେ ଅଞ୍ଚଳରେ ଥିବା ସ୍କୁଲଗୁଡିକ ବଳି ପଡିଥିଲା । ନକ୍ସଲମାନେ ବୋମା ପକାଇ ସ୍କୁଲ ଘରଗୁଡିକୁ ମାଟିରେ ମିଶାଇ ଦେଇଥିଲେ । ସଲବା ଜୁଡୁମର କାର୍ଯ୍ୟକର୍ତ୍ତା ଓ ସୁରକ୍ଷା ବଳର ଯବାନ ସ୍କୁଲରେ ଲୁଚି ରହି ଆକ୍ରମଣ କରୁଥିଲେ ।

ଏହି ଦୁଇ ପକ୍ଷର ସଂଘର୍ଷର ପରିଣାମ ଭୋଗିଥିଲେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ । ଏହି ଅଞ୍ଚଳରେ ପାଖାପାଖି ୪୦୦ ସ୍କୁଲ ବନ୍ଦ କରିଦିଆଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏଠାରେ ୨୫୦ ସ୍କୁଲ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସୁକିମା ଜିଲ୍ଲାରେ ୯୭ଟି, ନାରାୟଣପୁର ଜିଲ୍ଲାରେ ୪ଟି ଏବଂ ଦନ୍ତେୱାଡାରେ ଗୋଟିଏ ସ୍କୁଲ ଖୋଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.