ETV Bharat / bharat

ଛତିଶଗଡ ଏକଜିଟ ପୋଲ: ଗଡ ବଞ୍ଚାଇବାରେ ସଫଳ ହେବ କଂଗ୍ରେସ, ପୁଣି ବିରୋଧୀ ଆସନରେ ବିଜେପି

author img

By ETV Bharat Odisha Team

Published : Nov 30, 2023, 9:33 PM IST

ରାଜ୍ୟରେ ଶାସନ କ୍ଷମତା ବଜାୟ ରଖିବ ବଘେଲଙ୍କ ଟିମ୍‌ । ଏକଜିଟ ପୋଲରେ କଂଗ୍ରେସକୁ ଅଧିକ ସଂଖ୍ୟା । ପୁଣି ବିରୋଧୀ ଆସନରେ ରହିବାକୁ ବାଧ୍ୟ ହେବ ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

ଛତିଶଗଡ ଏକଜିଟ ପୋଲ: ଗଡ ବଞ୍ଚାଇବାରେ ସଫଳ ହେବ କଂଗ୍ରେସ, ପୁଣି ବିରୋଧୀ ଆସନରେ ବିଜେପି
ଛତିଶଗଡ ଏକଜିଟ ପୋଲ: ଗଡ ବଞ୍ଚାଇବାରେ ସଫଳ ହେବ କଂଗ୍ରେସ, ପୁଣି ବିରୋଧୀ ଆସନରେ ବିଜେପି

ରାୟପୁର: ଆଜି ପ୍ରକାଶ ପାଇଥିବା ଏକଜିଟ ପୋଲରେ ଛତିଶଗଡରେ କଂଗ୍ରେସ କ୍ଷମତା ବଜାୟ ରଖିବା ନେଇ ଏକାଧିକ ଗଣମାଧ୍ୟମ ସଂସ୍ଥା ପୂର୍ବାକଳନ କରିଛନ୍ତି । ଗତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ମାତ୍ର 15 ଆସନ ପାଇଥିବା ଭାରତୀୟ ଜନତା ପାର୍ଟି ଏଥର ଅପେକ୍ଷାକୃତ ଭଲ ପ୍ରଦର୍ଶନ କଲେ ସୁଦ୍ଧା ବିରୋଧୀ ଆସନରେ ରହିବା ନେଇ ଏକଜିଟ ପୋଲ କହୁଛି । ଏକାଧିକ ଗଣମାଧ୍ୟମ ସଂସ୍ଥା ଶାସନରେ ଥିବା କଂଗ୍ରେସ ବିଜେପି ଠାରୁ ଆଗରେ ରହିବା ଓ ସଂଖ୍ୟା ବହୁମତର ନିକଟତର ରହିବା ନେଇ ଆକଳନ ପ୍ରକାଶ କରିଛନ୍ତି ।

ଏବିପି ନ୍ୟୁଜ-ସି ଭୋଟର,କଂଗ୍ରେସ 41 ରୁ 53 ଆସନ ସହ ବହୁମତ ହାସଲ କରିବା ନେଇ ଆକଳନ କରିଥିବା ବେଳେ ବିଜେପି 36-48 ଆସନ ପାଇବ । ଦୈନିକ ଭାସ୍କର କଂଗ୍ରେସକୁ 46-55 ଆସନ ଓ ବିଜେପିକୁ 35-45 ଆସନ ମିଳିବା ନେଇ କହିଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ କଂଗ୍ରେସକୁ 40 ରୁ 50 ଓ ବିଜେପିକୁ 36-46 ମଧ୍ୟରେ ଆସନ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 46-56 ଆସନ ମିଳିବା ସହ ବହୁମତ ସଙ୍କେତ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଓ ବିଜେପି ଛଡା ଅନ୍ୟ କୌଣସି ଦଳ ପ୍ରାୟତଃ ଖାତା ଖୋଲିବା ନେଇ କୌଣସି ସଂସ୍ଥା ପ୍ରକାଶ କରିନାହାନ୍ତି । ରାଜ୍ୟରେ ସରକାର ଗଠନ କରିବା ପାଇଁ 46 ଆସନ ଆବଶ୍ୟକ ହେଉଥିବା ବେଳେ କଂଗ୍ରେସ ପୁଣି ଥରେ କ୍ଷମତା ବଜାୟ ରଖିପାରେ ।

କିପରି ଥିଲା ଗତ ନିର୍ବାଚନରେ ଫଳାଫଳ ଗ୍ରାଫ:-

ମୋଟ 90 ଆସନ ବିଶିଷ୍ଟ ଛତିଶଗଡରେ କଂଗ୍ରେସ ରମଣ ସିଂଙ୍କ ନେତୃତ୍ବାଧୀନ ବିଜେପିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇଥିଲା । ଦଳ 68 ଆସନରେ ବିଜୟ ଲାଭ କରିବା ସହ ସ୍ପଷ୍ଟ ବହୁମତରେ ସରକାର ଗଠନ କରିଥିଲା । ବିଜେପି ମାତ୍ର 15 ଆସନ ଦଖଲ କରିଥିଲା । ଜନତା କଂଗ୍ରେସ ପାର୍ଟି 5 ଆସନ ଓ ବିଏସପି 2 ଆସନରେ ବିଜୟ ଲାଭ କରିଥିଲେ । ଡାକ୍ତର ରମଣ ସିଂଙ୍କ ପରେ କଂଗ୍ରେସର ବରିଷ୍ଠ ନେତା ଭୁପେଶ ବଘେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଳିତ ଥର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି । ଆଜି ଏକାଧିକ ଏକଜିଟ ପୋଲରେ କଂଗ୍ରେସ ସପକ୍ଷରେ ରାଜ୍ୟର ଜନାଦେଶ ଯିବା ନେଇ ଆକଳନ ପାଇଛି ।

ଏହା ମଧ୍ୟ ପଢନ୍ତୁ:-ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

3 ତାରିଖରେ ସମସ୍ତ 4 ରାଜ୍ୟରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । କଂଗ୍ରେସ ଛତିଶଗଡ ଓ ତେଲେଙ୍ଗାନାରେ ଭଲ ପ୍ରଦର୍ଶନ କରିବାକୁ ସଙ୍କେତ ମିଳିଥିବା ବେଳେ ରାଜସ୍ଥାନରେ କ୍ଷମତାରୁ ବେଦଖଲ ହେବା ନେଇ ଏକଜିଟ ପୋଲ କହୁଛି । ତେବେ ଦଳ ଏକଜିଟ ପୋଲକୁ ଭୁଲ ପ୍ରମାଣିତ କରି ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ମଧ୍ୟ ଶାସନ କ୍ଷମତା ହାତେଇବ ବୋଲି କହିଛି । ଛତିଶଗଡରେ ଦଳର ଆସନ ସଂଖ୍ୟା ଏକଜିଟ ପୋଲଠାରୁ ମଧ୍ୟ ଅଧିକା ହେବା କହିଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.