ETV Bharat / bharat

ବେକାରୀ ଭତ୍ତା ଦେବ ଛତିଶଗଡ ସରକାର, ସାଧାରଣତନ୍ତ୍ର ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଛତିଶଗଡ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସରେ ବଡ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଆସନ୍ତା ଆର୍ଥିକବର୍ଷରୁ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ମିଳିବ ଭତ୍ତା । 2018 ନିର୍ବାଚନ ପୂର୍ବର ଘୋଷଣା କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ

ବେକାରୀଙ୍କୁ ଭତ୍ତା ଦେବ ଛତିଶଗଡ ସରକାର
ବେକାରୀଙ୍କୁ ଭତ୍ତା ଦେବ ଛତିଶଗଡ ସରକାର
author img

By

Published : Jan 26, 2023, 4:40 PM IST

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣତନ୍ତ୍ର ଦିବସରେ ବଡ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ରାଜ୍ୟରେ ବେକାରୀ ଯୁବକ ଯୁବତୀଙ୍କୁ ମିଳିବ ଭତ୍ତା । ସାଧାରଣତନ୍ତ୍ର ଦିବସ ଅବସରରେ ଆସାନ୍ତା ଆର୍ଥିକବର୍ଷ ଠାରୁ ମାସିକ ଏହି ଭତ୍ତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 2018 ବିଧାନସଭା ନିର୍ବାଚନ ପୂର୍ବରୁ ଏନେଇ କଂଗ୍ରେସ ନିଜ ଇସ୍ତାହାରରେ ଘୋଷଣା କରିଥିଲା । ତେବେ ପାର୍ଟି 15 ବର୍ଷ ବ୍ୟବଧାନ ପରେ କ୍ଷମତାକୁ ଫେରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଇନଥଲା । ସେହିପରି ଏବେ 2023 ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପୁଣି ଥରେ ଏହି ମୁଦ୍ଦା ଉଠାଇ ବଡ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ଆସନ୍ତା ଆର୍ଥିକବର୍ଷ ଆରମ୍ଭରୁ ରାଜ୍ୟରେ ବେକାର ଥିବା ଯୁବକ ଓ ଯୁବତୀ ଏହି ଭତ୍ତା ଗ୍ରହଣ କରିବେ ।

ଆଜି ଲାଲବାଗ ପରେଡ ଗ୍ରାଉଣ୍ଡରେ 74ତମ ସାଧାରଣ ଦିବସ ପାଳନ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ବଘେଲ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ, ‘‘ଆସନ୍ତା ଆର୍ଥିକବର୍ଷ (2023-24) ଠାରୁ ରାଜ୍ୟରେ ବେକାରୀ ଯୁବକ ଯୁବତୀଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବେ ।’’ ସେହିପରି ମୁଖ୍ୟମନ୍ତ୍ରୀ ବଘେଲ ଅନ୍ୟ କିଛି ପ୍ରତିଶୃତି ମଧ୍ୟ ଦେଇଥିଲେ । ରାୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏକ ଏରୋସିଟି ନିର୍ମାଣ ସହ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ବାସଗୃହ ଯୋଗାଣ ଯୋଜନା, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ ସେ ଏକାଧିକ ପ୍ରତିଶୃତି ରଖିଥିଲେ ।

ରାଜ୍ୟରେ ବିଭିନ୍ନ କ୍ଷେତ୍ରର କାର୍ଯ୍ୟରଥି ଥିବା ତଥା ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରିବେସ ରାଜ୍ୟ ସରକାର । ଏହି ବୋର୍ଡ 3ବର୍ଷ ପାଇଁ କାର୍ଯ୍ୟ କରିବ । ଏହି ବୋର୍ଡ ଶ୍ରମିକଙ୍କୁ ଘର ନିର୍ମାଣ ପାଇଁ 50 ହଜାର ଟଙ୍କାର ଆର୍ଥିକ ରାଶି ଯୋଗାଇ ଦେବ । ସେହିପରି ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ପ୍ରତ୍ସାହନ ଦେବା ପାଇଁ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିବେ । ତେବେ ଚଳିତ ବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 2018 ରେ ଦଳ କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରି ପୁଣି ଥରେ ଭୋଟ ହାତେଇବା ପାଇଁ ବଘେଲ ସରକାର ପ୍ରୟାସ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.