ରାୟପୁର: ଆହତ ଯବାନଙ୍କୁ ଡାକ୍ତରଖାନାରେ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଗତକାଲି ଛତିଶଗଡ ସୁକମା ନକ୍ସଲ ହମଲାରେ ଆହତ ହୋଇଥିବା 31 ସିଆରପିଏଫ ଏବଂ ଡିଆରଜି ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ।
ସୂଚନା ଅନୁଯାୟୀ ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି(ରବିବାର) ରାମକ୍ରିଷ୍ଣ କେୟାର ହସ୍ପିଟାଲରେ ଆହତ ଯବାନଙ୍କୁ ଭେଟିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତେବେ ଗତକାଲି ନକ୍ସଲ ଛତିଶଗଡ ସୁକମା ବିଜାପୁରରେ ଏକ ବଡଧରଣର ହମଲା କରିଥିଲେ । ଏନେଇ ଆଜି ରିପୋର୍ଟ ଆସିବା ପରେ ଏହି ହମଲାରେ 22 ଜଣ ଯବାନ ସହିଦ ହୋଇଥିବାବେଳେ 31 ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
@ANI