ETV Bharat / bharat

ଛତିଶଗଡ଼ ରାଜ୍ୟ ବିଜେପି ସଭାପତିଙ୍କ ଓଲଟିଲା ଏସକଟ ଗାଡ଼ି, ହେଡ୍‌ କନଷ୍ଟେବଳ ମୃତ ୩ ଆହତ

ଛତିଶଗଡ଼ ରାଜ୍ୟ ବିଜେପି ସଭାପତିଙ୍କ ଏସକଟ ଦୁର୍ଘଟଣାଗ୍ରସ୍ତ । ଗାଡ଼ି ଓଲଟିବା ଫଳରେ ହେଡ କନେଷ୍ଟବଳଙ୍କ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

Chhattisgarh BJP chief Arun Sao
Chhattisgarh BJP chief Arun Sao
author img

By

Published : Jan 21, 2023, 7:45 AM IST

ରାୟପୁର: ଗତ ଶୁକ୍ରବାର ଛତିଶଗଡ଼ ସରଗୁଜାଠାରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ଅରୁଣ ସାୱ ମଧ୍ୟ ବିଳାସପୁରରୁ ଅମ୍ବିକାପୁର ବାହାରିଥିଲେ । ମାତ୍ର ଉଦୟପୁରଠାରେ ତାଙ୍କ ଏସକଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ହେଡ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି । ଏହାସହ ୩ ଜଣ ଆହତ ହୋଇଥିବା ବେଳେ ରାଜ୍ୟ ବିଜେପି ସଭାପତି ଅରୁଣ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡ଼ିରେ ଡ୍ରାଇଭରଙ୍କ ସମେତ ୪ଜଣ ପୋଲିସ କର୍ମୀ ରହିଥିଲେ । ଦୁର୍ଘଟଣାରେ କନେଷ୍ଟବଳ ରବିଶଙ୍କର ପ୍ରସାଦ (୫୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ପୋଲିସ ଅଧିକାରୀ ରାମଦେବ (୪୪)ଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି । ଏହାସହିତ ପ୍ରଦୀପ (୨୯)ଙ୍କ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ଅନିଲ ପୌକରା (୩୨)ଙ୍କ ଛାତି, ବେକ ଓ ଅଣ୍ଟାରେ ଆଘାତ ଲାଗିଛି । ଏହି ଦୁର୍ଘଟଣା ରାତି ପ୍ରାୟ ୧ଟାରେ ଘଟିଛି । ଗାଡ଼ି ଓଲଟିବା ପରେ କାଫିଲା ଅଟକିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରଶାସନ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏହାପରେ ଆହତଙ୍କ ଚିକିତ୍ସା ଲାଗି ଉଦୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢନ୍ତୁ-ରାକ୍ଷସ ସାଜିଲା ସ୍ବାମୀ, ସ୍ତ୍ରୀଙ୍କ ଗଳା କାଟିବା ପରେ ଘରେ ଲଗାଇଲେ ନିଆଁ

ଆହତଙ୍କ ସହିତ ରାଜ୍ୟ ବିଜେପି ସଭାପତି ଅରୁଣ ସାୱ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଅରୁଣ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ । ତହସିଲଦାର, ନାଏବ ତହସିଲଦାର, SDPO ଅଖିଳେଶ ଯାଦବ, ଥାନା ପ୍ରଭାରୀ ନିରୀକ୍ଷକ ଧୀରେନ୍ଦ୍ର ନାଥ ଦୁବେ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ରହିଥିଲେ । ଉଦୟପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିଏମଓ ଡ. ଏ.ଆର ଜୟନ୍ତ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଗାଡ଼ିରେ ୪ଜଣ ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଯିଏ ଡ୍ରାଇଭର ଥିଲେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି । ତାଙ୍କ ହାଡ଼ ମଧ୍ୟ ଭାଙ୍ଗି ଯାଇଛି ।

ଜାନୁଆରୀ ୨୦ ଓ ୨୧ ତାରିଖ ୨ଦିନ ଧରି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମ୍ବିକାପୁରରେ ଅନୁଷ୍ଠିତ ହୋଇଥିଲା । ଆଜି ଜନଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରିବା ଲାଗି ଯୋଜନା ରହିଛି । ଏହି ବୈଠକରେ ଅଜୟ ଜାମୱାଲ, ପୱନ ସାୟ, ରମନ ସିଂଙ୍କ ସମେତ ପୂର୍ବତନ ମନ୍ତ୍ରୀ ମଧ୍ୟ ସାମିଲ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.