ETV Bharat / bharat

ଆଦାନୀଙ୍କ ପାଇଁ କାମ କରୁଛନ୍ତି ଭୂପେଶ ବାଘେଲ, କହୁ କହୁ କହି ଦେଲେ ରାହୁଲ

author img

By ETV Bharat Odisha Team

Published : Oct 30, 2023, 8:16 AM IST

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖଉଛି । ଏ ନେଇ ଛତିଶଗଡର ରଜନନ୍ଦଗାଁରେ ଏକ ଜନସଭାକୁ ସମ୍ଭୋଧନ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ । ଯାହାକୁ ନେଇ ବିଜେପି କଟାକ୍ଷ କରିଛି । ଅଧିକ ପଢନ୍ତୁ

Chhattisgarh poll
Rahul called cm baghel working for adani

ରାୟପୁର: ନିର୍ବାଚନୀ ମୁହାଁ ଛତିଶଗଡର ରଜନନ୍ଦଗାଁରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଏମିତି କହି ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜନସଭାରେ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହି ଦେଇଛନ୍ତି ରାହୁଲ ଗାନ୍ଧୀ । ମୋଦିଙ୍କୁ ନିଶାନା କରି କଣ କହୁଥିଲେ ଆଉ କଣ କହିଦେଲେ ତାହା ସେ ଜାଣି ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହୁ କହୁ କହି ଦେଲେ ରାହୁଲ । ଏହାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି ।

  • Rahul Gandhi admits that Chattisgarh CM Bhupesh Baghel works for Adani all the time. Finally, truth is emerging, that it is the Congress, which has patronised Adani, the corporate group, Rahul doesn’t tire targeting. What a joke he is! pic.twitter.com/WS8Z0H8GhM

    — Amit Malviya (@amitmalviya) October 29, 2023 " class="align-text-top noRightClick twitterSection" data=" ">

ଛତିଶଗଡ଼ର ରଜନନ୍ଦଗାଁରେ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ଭୋଧନ କରିଥିଲେ । ଏଥିରେ ସେ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ଦେଶରେ ଦୁଇ ପ୍ରକାର ସରକାର ଅଛନ୍ତି । ଗୋଟିଏ ସରକାର ଯିଏ ଗରିବଙ୍କ ପାଇଁ କାମ କରନ୍ତି । ଆଉ ଜଣେ ସରକାର ବଡ଼ବଡ଼ କୋଟିପତି ଅଛନ୍ତି ତାଙ୍କ ପାଇଁ କାମ କରନ୍ତି । 14 ଲକ୍ଷ କୋଟି ଟଙ୍କା ଆଦାନୀର ଋଣ ଛାଡ କରିଛନ୍ତି ମୋଦି ସରକାର । କେନ୍ଦ୍ର ସରକାରଙ୍କର ଓ ଆଦାନୀଙ୍କର ତ ସମ୍ପର୍କ ରହିଛି ସେ 24 ଘଣ୍ଟା ଆଦାନୀ ଆଦାନୀ ହେଉଛନ୍ତି । ଏଠାରେ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ବି ଆଦାନୀଙ୍କ ଭଳି ଲୋକଙ୍କ ପାଇଁ 24 ଘଣ୍ଟା କାମ କରୁଛନ୍ତି । ରାହୁଲ ଗାନ୍ଧୀ ଏହା କହିବା ପରେ ମଞ୍ଚରେ ଉପସ୍ଥିତ ଥିଲା ଭୂପେଶ ବାଘେଲ ଓ ଅନ୍ୟ କଂଗ୍ରେସ ନେତା ଟେନସନରେ ଆସିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ସାରା ଦେଶରେ କାର୍ଯ୍ୟକାରୀ ହେବ ଛତିଶଗଡ ସରକାରଙ୍କ କୃଷକ ମଡେଲ: ରାହୁଲ

କଂଗ୍ରେସକୁ ବିଜେପିର ସମାଲୋଚନା: ଜନସଭାରେ ନିଜ ଦଳର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀଙ୍କ ପାଇଁ କାମ କରୁଥିବା ରାହୁଲ କହିବାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି । ଏହାକୁ ନେଇ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲ୍ୟବିୟ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ଆଧାର କରି କଂଗ୍ରେସକୁ ଆଟାକ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି,"ରାହୁଲ ଗାନ୍ଧୀ ମାନୁଛନ୍ତି କି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସବୁବେଳେ ଆଦାମୀ ପାଇଁ କାମ କରୁଛନ୍ତି । ଶେଷରେ ସତ୍ୟ ସାମ୍ନାକୁ ଆସିଲା କି କଂଗ୍ରେସ ହିଁ ଆଦାନୀକୁ ସୁରକ୍ଷା ଦେଉଛନ୍ତି ଯାହାକୁ ରାହୁଲ ନିଶାନା କରିବାକୁ ପଛାଉ ନାହାନ୍ତି ।''

ଏହା ବି ପଢନ୍ତୁ...Chhattisgarh poll: ରାହୁଲ ହେଲେ ଚଷାପୁଅ, ହାତରେ ଦା’ ଧରି କାଟିଲେ ଫସଲ

ପ୍ରକାଶ ଥାଉ କି, ଆସନ୍ତା ମାସରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନା ଓ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 7 ତାରିଖରେ ଭୋଗ ଗ୍ରହଣ ହେବ । ଛତିଶଗଡ଼ରେ 2ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର 7 ଓ 17 ତାରିଖରେ ଭୋଟ ପଡିବ । ଡିସେମ୍ବର 3 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.