ETV Bharat / bharat

Shivaji Jayanti 2022: ଛତ୍ରପତି ଶିବାଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି - ଛତ୍ରପତି ଶିବାଜୀ

ଆଜି ମରାଠା ଜାତିର ଗର୍ବ ଓ ଗୌରବ ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ । ଏହି ମହାନ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ
ଆଜି ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ
author img

By

Published : Feb 19, 2022, 11:06 AM IST

ହାଇଦ୍ରାବାଦ: ମରାଠା ସାମ୍ରାଜ୍ୟର ପ୍ରଥମ ଶାସକ ଛତ୍ରପତି ଶିବାଜୀ । ତାଙ୍କ କଥା ମନକୁ ଆସିଲେ ମନେପଡେ ଭାରତ ଇତିହାସର ବୀରତ୍ବ ଓ ସାହସିକତାର ଗାଥା । ଏହି ମହାନ ଯୋଦ୍ଧା ମରାଠା ଜାତିର ଥିଲେ ଗର୍ବ ଓ ଗୌରବ । ବୀରତ୍ବ ଓ ବଳିଦାନ ପାଇଁ ସର୍ବଦା ସର୍ବାଗ୍ରେ ଥିବା ଏହି ମହାନ ବୀରଙ୍କ ଆଜି ଜନ୍ମ ଜୟନ୍ତୀ ।

  • I bow to Chhatrapati Shivaji Maharaj on his Jayanti. His outstanding leadership and emphasis on social welfare has been inspiring people for generations. He was uncompromising when it came to standing up for values of truth and justice. We are committed to fulfilling his vision. pic.twitter.com/Oa3JLT0P67

    — Narendra Modi (@narendramodi) February 19, 2022 " class="align-text-top noRightClick twitterSection" data=" ">

୧୬୩୦ ମସିହା ଫେବୃୟାରୀ ୧୯ ତାରିଖରେ ପୁଣେ ସ୍ଥିତ ଶିବନେରୀ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲେ ଓ ମାତା ଥିଲେ ଜୀଜା ବାଈ । ଶିବାଜୀ ପିଲାଟି ଦିନରୁ ଯୁଦ୍ଧବିଦ୍ୟା ଓ ଅଶ୍ବଚାଳନା ଆଦିରେ ଖୁବ୍ ପାରଙ୍ଗମ ଥିଲେ । ମରାଠା ସାମ୍ରାଜ୍ୟର ମୂଳଦୁଆ ରଖିବାର ଶ୍ରେୟ ଶିବାଜୀ ମହାରାଜଙ୍କୁ ଦିଆଯାଏ । ୧୬ ବର୍ଷ ବୟରେ ଶିବାଜୀ ତୋରଣ ଦୁର୍ଗ ଜୟ କରି ନିଜ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲେ । ସେ ଅନେକ ବର୍ଷ ଯାଏଁ ମୋଗଲ ଶାସକ ଔରଙ୍ଗଜେବଙ୍କ ସହ ଯୁଦ୍ଧ କରିଥିଲେ । ୧୬୭୪ ମସିହାରେ ଶିବାଜୀଙ୍କ ରାଜାଭିଷେକ ହୋଇଥିଲା ଏବଂ ପରେ ତାଙ୍କୁ ଛତ୍ରପତି ଉପାଧି ମିଳିଥିଲା । ୧୬୮୦ ମସିହା ଏପ୍ରିଲ ୩ ତାରିଖ ଦିନ ଏହି ମହାନ ଯୋଦ୍ଧା ଇହଧାମ ତ୍ୟାଗ କରିଥିଲେ ।

ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ବଳିଷ୍ଠ ନେତୃତ୍ବ, ସାମାଜିକ କଲ୍ୟାଣକୁ ଗୁରୁତ୍ବ ପିଢି ପରେ ପିଢିଙ୍କୁ ସବୁବେଳେ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.