ETV Bharat / bharat

ହୁଣ୍ଡିରେ ପଡ଼ିଲା ୧୦୦ କୋଟି ଟଙ୍କାର ଚେକ୍‌, ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୧୭ଟଙ୍କା

author img

By ETV Bharat Odisha Team

Published : Aug 25, 2023, 8:14 PM IST

ଆନ୍ଧ୍ରପ୍ରଦେଶ ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟି ଟଙ୍କାର ଚେକ୍‌ । ଆକାଉଣ୍ଟ ଯାଞ୍ଚ ପରେ ଅବାକ୍‌ ମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

Etv Bharat
Etv Bharat

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶ ସୀମାଚଳମ ସ୍ଥିତ ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟି ଟଙ୍କାର ଚେକ୍‌ । ଜଣେ ଭକ୍ତ ହୁଣ୍ଡିରେ ୧୦୦ କୋଟି ଲେଖା ଥିବା ଚେକ୍‌ ଦକ୍ଷିଣା ଆକାରରେ ପ୍ରଦାନ କରିଥିଲେ । ହେଲେ ବ୍ୟାଙ୍କ ଆକାଉଣ୍ଟରୁ ଦେଖିବା ପରେ ମନ୍ଦିର ପ୍ରଶାସନ ଆବାକ୍‌ ହୋଇଯାଇଥିଲା । ଚେକ୍‌ରେ ୧୦୦ କୋଟି ଲେଖାଥିବା ବେଳେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିଲା ମାତ୍ର ୧୭ ଟଙ୍କା । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସୋସିଆଲ ମିଡିଆରେ ଚେକ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି । ବଡିପାଲ୍ଲି ରାଧାକ୍ରିଷ୍ଣା ନାମକ ବ୍ୟକ୍ତି ଏହି ଚେକ୍‌ରେ ଦସ୍ତଖତ କରିଛନ୍ତି । ହେଲେ ଭକ୍ତ ଜଣକ ଚେକ୍‌ରେ ତାରିଖ ପକାଇନଥିବା ବେଳେ ଏହା କୋଟାକ ମହିନ୍ଦ୍ରା ବ୍ୟାଙ୍କର ଚେକ୍‌ ଥିବା ଜଣାପଡ଼ିଛି । ଯେତେବେଳେ ମନ୍ଦିର ପ୍ରଶାସନ ହୁଣ୍ଡିରୁ ଏହି ଚେକ୍‌କୁ ଦେଖିଥିଲା, ଏଥିରେ କିଛି ଗଡ଼ବଡ଼ ଥିବା ସନ୍ଦେହ କରିଥିଲେ । ଏହାପରେ ଉକ୍ତ ବ୍ୟାଙ୍କକୁ ଯାଇ ଆକାଉଣ୍ଟକୁ ଚେକ୍‌ କରିଥିଲେ ।

ଏହା ବି ପଢନ୍ତୁ- Check Bounce Case: ୨୫ବର୍ଷ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

ହେଲେ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ବ୍ୟାଙ୍କ କର୍ମଚାରୀ ଅବାକ ହୋଇପଡିଥିବା ବେଳେ ମନ୍ଦିର ପ୍ରଶାସନକୁ ମଧ୍ୟ ଜଣାଇଥିଲେ । ଏହି ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ଥିବା ସେ ପ୍ରଶାସନକୁ ଜଣାଇଥିଲେ । ଏହାପରେ ମନ୍ଦିର ପ୍ରଶାସନ ଏହି ଚେକ୍‌ ଦାନ କରିଥିବା ଭକ୍ତର ତଥ୍ୟ ମାଗିଥିଲେ । ଯଦି ଭକ୍ତ ଜଣକ ମନ୍ଦିର ପ୍ରଶାସନକୁ ଠକିବାକୁ ଯୋଜନା କରିଥାଏ, ତେବେ ବ୍ୟାଙ୍କ ପକ୍ଷରୁ ଉକ୍ତ ଖାତାଧାରୀଙ୍କ ବିରୋଧରେ ଚେକ୍‌ ବାଉନ୍ସ ମାମଲା ରୁଜୁ ହୋଇପାରେ ।

ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ମନ୍ଦିର ସହିତ ଏପରି ମଜାକ୍‌କୁ ଅନେକ ନାପସନ୍ଦ କରିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଠିକଣା ଖୋଜା ଚାଲିଛି । ସେପଟେ ଚେକ୍‌ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ହୁଏତ ଉକ୍ତ ଭକ୍ତ ଜଣକ ନିଜ ପ୍ରାର୍ଥନା ଲାଗି ଭଗବାନଙ୍କୁ ଆଡଭାନ୍ସ ପେମେଣ୍ଟ କରିଛି ।" କିଛି ୟୁଜର ଏପରି କାର୍ଯ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସୂଚନା ଥାଉ କି ଆନ୍ଧ୍ରପ୍ରଦେଶର ଏହି ମନ୍ଦିରଟି ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ । ଏଠାକୁ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତ ଦର୍ଶନ ଲାଗି ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.