ETV Bharat / bharat

Bomb Scare, ବିମାନରେ ବୋମା ସୂଚନା, ୬ ଘଣ୍ଚା ଉଡାଣ ବିଳମ୍ବ

author img

By

Published : Aug 27, 2022, 8:55 PM IST

ଚେନ୍ନାଇରୁ ଦୁବାଇ ଉଡାଣ ଭରିବାକୁୁ ଥିବା ବିମାନରେ ବୋମା (Bomb Scare) ଥିବା ସୂଚନା ପରେ ୬ ଘଣ୍ଟା ଉଡାଣ ବିଳମ୍ବ (Chennai to Dubai IndiGo flight delayed) । ତଦନ୍ତ ଜାରି । ଅଧିକ ପଢନ୍ତୁ

ବିମାନରେ ବୋମ ସୂଚନା, ୬ ଘଣ୍ଚା ଉଡାଣ ବିଳମ୍ବ
ବିମାନରେ ବୋମ ସୂଚନା, ୬ ଘଣ୍ଚା ଉଡାଣ ବିଳମ୍ବ

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ବମ (Bomb Scare) ଥିବା ସୂଚନା ମିଳିବା ଯୋଗୁ ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି ଉଡାଣ (Chennai to Dubai IndiGo flight delayed) । ବୋମା ଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ବିମାନଟିକୁ ପାର୍କିଂରୁ ଅଲଗା କରାଯାଇ ତନଖି କରାଯାଇଥିଲା । ଏପରି ସୂଚନା ମିଳିବା ପରେ ବିମାନ କମ୍ପାନୀ ଚେନ୍ନାଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ । ପରେ ସ୍ବତନ୍ତ୍ର ବମ ନିଷ୍କ୍ରିୟକାରୀ ଟିମ ସହାୟତାରେ ବମ ପ୍ରୋଟକଲ ମୁତାବକ ସମସ୍ତ ପ୍ରକ୍ରିୟା ଅନୂସରଣ କରାଯାଇଥିଲା ।

  • Due to a specific bomb threat, IndiGo flight (6E 65) from Chennai to Dubai was delayed. As per the protocol, the aircraft was taken to a remote bay & bomb threat process was initiated. The flight was operated after a delay of about 6hrs from Chennai: IndiGO pic.twitter.com/dQuKvEM663

    — ANI (@ANI) August 27, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଚେନ୍ନାଇରୁ ଦୁବାଇକୁ ଉଡାଣ ଭରିବାକୁ ଥିବା ଇଣ୍ଡିଗୋ ବିମାନ (IndiGo flight, 6E 65)ରେ ବମ ଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ତେବେ ଏପରି ସୂଚନା କେମିତି ଓ କେଉଁଠୁ ଆସଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତନଖି ପରେ ବିମାନରେ ବୋମା କିମ୍ବା ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳନି । ସମସ୍ତ ସୁରକ୍ଷା ପ୍ରଟୋକଲ ନିଶ୍ଚିତ ହେବା ପରେ ପ୍ରାୟ ୬ ଘଣ୍ଟା ବିଳମ୍ବରେ ବିମାନଟି ଚେନ୍ନାଇ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସମ୍ପୃକ୍ତ ବିମାନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏପରି ଧମକପୂର୍ଣ୍ଣ ବାର୍ତ୍ତା ମଳିବା ନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.