ନୂଆଦିଲ୍ଲୀ: ଚେନ୍ନାଇ କଷ୍ଟମର ଏୟାର କୋର୍ଗୋ କ୍ଲିୟରେନ୍ସ ଏକ୍ସପୋର୍ଟ କମିଶନରେଟ ବୈଦେଶିକ ପୋଷ୍ଟ ଅଫିସ ମାଧ୍ୟମରେ ଅଷ୍ଟ୍ରେଲିଆ ପଠାଯାଉଥିବା ଦୁଇଟି ପାର୍ସଲ ଜବତ କରିଛି । ଏହି ପାର୍ସଲରେ ପାଖାପାଖି 755 ଗ୍ରାମର ଏମଡିଏମଏ(ନିଶା ସାମଗ୍ରୀ) ରହିଛି । ଏମଡିଏମଏକୁ ପାର୍ସଲ ଯୋଗେ ଲୁଚାଇ ଅଷ୍ଟ୍ରେଲିଆ ପଠାଯାଉଥିବା ଜଣାପଡିଛି । ଜବତ ନିଶା ସାମଗ୍ରୀର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଦିଲ୍ଲୀ କଷ୍ଟମ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, କଷ୍ଟମ ଅଧିକାରୀଙ୍କୁ ଉକ୍ତ ଦୁଇ ପାର୍ସଲ ବାବଦରେ କୌଣସି ସୂତ୍ରରୁ ଖବର ମିଳିଥିଲା । ଯାହା ଉପରେ ତଦନ୍ତ କରାଯାଇ ଅଷ୍ଟ୍ରେଲିଆ ପଠାଯାଉଥିବା ଏହି ଦୁଇ ପାର୍ସଲକୁ ଯାଞ୍ଚ କରାଯାଇଥିଲା । ଯାହା ମଧ୍ୟରୁ ହେୟାର କ୍ଲିପର ଫାଙ୍କା ସ୍ଥାନରେ ଏବଂ କ୍ରିକେଟ ଥାଇ ପ୍ୟାଡରେ ଲୁଚାଇ ରଖାଯାଇଥିବା ପ୍ରାୟ 755 ଗ୍ରାମର ଏମଡିଏମଏ ଜବତ କରାଯାଇଥିଲା । ତେବେ ଏହି ପାର୍ସଲଟି କେଉଁଠୁ ଆସିଛି ଏବଂ କିଏ ପଠାଇଛି ସେନେଇ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ