ETV Bharat / bharat

ବାବା କା ଢାବା: ୟୁଟ୍ୟୁବର ଗୌରବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ପୋଲିସ - ୟୁଟ୍ୟୁବର ଗୌରବ

ପୁଣି ଫେରିଲା ବାବା କା ଢାବା ଅର୍ଥ ହେରଫେର ମାମଲା । ଫୁଡ ବ୍ଲଗର ଗୌରବ ୱାସନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବ ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ବାବା କା ଢାବା: ୟୁଟ୍ୟୁବର ଗୌରବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ପୋଲିସ

author img

By

Published : Jun 21, 2021, 8:05 AM IST

ନୂଆଦିଲ୍ଲୀ: ବଢିଲା ଫୁଡ ବ୍ଲଗର ଗୌରବ ୱାସନଙ୍କ ଅଡୁଆ । ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ତାଙ୍କ ବିରୋଧରେ ଆଣିଥିବା ଅର୍ଥ ହେରଫେର ମାମଲାରେ ଖୁବଶିଘ୍ର ତାଙ୍କ ବିରୋଧରେ ପୋଲିସ କରିପାରେ ଚାର୍ଜସିଟ ଦାଖଲ । କାରଣ ଗତ 8 ମାସ ତଳେ ଗୌରବଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି କି, କାନ୍ତା ପ୍ରସାଦଙ୍କ ଭିଡିଓ ୟୁଟ୍ୟୁବରେ ସେୟାର କରିବା ପରେ କାନ୍ତାକୁ ଚାରିଆଡୁ ଛୁଟିଥିଲା ସହାୟତାର ସୁଅ । ଏପରିକି ତାଙ୍କୁ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଦାନ ମିଳିଥିଲା । କିନ୍ତୁ ଗୌରବ ସେ ଟଙ୍କା କାନ୍ତାଙ୍କୁ ଦେଇନଥିଲେ । ପରେ ମାମଲା ଥାନାରେ ପହଞ୍ଚିବା ପରେ ଟଙ୍କା ଦେଇଥିଲେ ଗୌରବ ।

ସୂଚନା ଥାଉକି, ଗତବର୍ଷ ଲକଡାଉନ ସମୟରେ ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରର ‘ବାବା କା ଢାବା’ର କାହାଣୀ ସାରା ଦେଶରେ ଲୋକପ୍ରିୟ ହୋଇଥିଲା । ଫୁଡ ବ୍ଲଗର ଗୌରବ ତାଙ୍କର ଏକ ଭିଡିଓ ଭାଇରାଲ କରିଥିଲେ । ଯେଉଁଥିରେ ଢାବା ମାଲିକ କାନ୍ତା ପ୍ରସାଦ ଲକଡାଉନ ଯୋଗୁଁ ବେପାର ହେଉଥିବାରୁ କାନ୍ଦି କାନ୍ଦି ଜଣାଇଥିଲେ । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା । ଏହାପରେ କାନ୍ତା ପ୍ରସାଦଙ୍କୁ ଚାରିଆଡୁ ଛୁଟିଥିଲା ସାହାଯ୍ୟ । ପରେ କିନ୍ତୁ କିଛି ଦିନ ପରେ କାନ୍ତା ପ୍ରସାଦ ଗୌରବଙ୍କ ବିରୋଧରେ ଅର୍ଥର ହେରଫେର ମାମଲା ଦାୟର କରିଥିଲେ। ଯାହା ବେଶ ଚର୍ଚ୍ଚା ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.