ETV Bharat / bharat

୧୦ଟି ମାମଲାରେ ଆଜମ ଖାନଙ୍କ ବିରୁଦ୍ଧରେ ଚାର୍ଜସିଟ୍

author img

By

Published : Jul 26, 2022, 10:54 AM IST

ସୋମବାର MPMLA କୋର୍ଟରେ ପୁଣି ହାଜର ହେଲେ ସପା ନେତା ଆଜମ ଖାନ । ୧୦ଟି ମାମଲାରେ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ପ୍ରସ୍ତୁତ । ଅଧିକ ପଢନ୍ତୁ

୧୦ ମାମଲାରେ ଆଜମ ଖାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ପ୍ରସ୍ତୁତ

ଲକ୍ଷ୍ନୌ: ସମାଜବାଦୀ ପାର୍ଟ ନେତା ଆଜମ ଖାନଙ୍କ ଅଡୁଆ ଥମିବାର ନାଁ ନେଉନି । ସୋମବାର MPMLA କୋର୍ଟରେ ପୁଣିଥରେ ହାଜର ହୋଇଛନ୍ତି ସପା ନେତା । କୋର୍ଟରେ ତାଙ୍କ ବିରୁଦ୍ଧରେ ଅନେକ ମାମଲାର ଶୁଣାଣି ଥିବାବେଳେ ଆଜମ ଖାନ ନିଜର କିଛି ସହଯୋଗୀଙ୍କ ସହ ସେଠାରେ ହାଜର ହୋଇଛନ୍ତି । ସହଯୋଗୀଙ୍କ ମଧ୍ୟରେ ଆଲେ ହସନ ଖାନ, ପୂର୍ବତନ ପୌରପାଳିକା ଚେୟାରମ୍ୟାନ ଅଜହର ଅହମ୍ମଦ ଖାନ ପ୍ରମୁଖ ରହିଥିଲେ ।

ଏହି ମାମଲା ସମ୍ପର୍କରେ ସରକାରୀ ଓକିଲ କହିଛନ୍ତି ଯେ, ''ସପା ନେତାଙ୍କ ବିରୁଦ୍ଧରେ ଥିବା ୩୭ଟି ମାମଲା ଡୁଙ୍ଗରପୁର ଏବଂ ଅନାଥ ଆଶ୍ରମ ସହ ଜଡିତ ଅଟେ, ଯାହାମଧ୍ୟରୁ ୨୭ଟି ମାମଲାରେ ପୂର୍ବରୁ ଚାର୍ଜସିଟ୍ ପ୍ରସ୍ତୁତ ହୋଇଥିବା ବେଳେ ସୋମବାର ବାକି ୧୦ଟି ମାମଲାରେ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ପ୍ରକାଶଥାଉ କି, ଆଜମ ଖାନ ନିଜ ସହଯୋଗୀଙ୍କ ଦ୍ବାରା ଅନାଥ ଆଶ୍ରମ ଏବଂ ଡୁଙ୍ଗରପୁରରେ ଅନେକ ଗରୀବଙ୍କ ଘର ଉପରେ ବୁଲଡୋଜର ଚଲାଇବା ସହ ଘରେ ପଶି ଲୁଟପାଟ କରିଥିବାର ଅଭିଯୋଗ ରହିଛି ।

ଏହି ମାମଲାରେ ସେ ଅନ୍ୟ ଅଭିଯୁକ୍ତ ଆଲେ ହସନ, ଔମେନ୍ଦ୍ର ଚୌହାନ, ବୀରନ୍ଦ୍ର ଗୋୟଲ ଏବଂ ସାନୁଙ୍କ ସହ ସୋମବାର କୋର୍ଟରେ ହାଜର ହୋଇଥିଲେ । ସେମାନଙ୍କ ବିରୁଦ୍ଧରେ ଥିବା ମାମଲାକୁ କୋର୍ଟ ପଢି ଶୁଣାଇଥିଲେ । ହେଲେ ଏହି ଅଭିଯୋଗକୁ ସେମାନେ ଅସ୍ବୀକାର କରିଛନ୍ତି । ଅନ୍ୟପକ୍ଷରେ କୋର୍ଟରୁ ବାହାରି ଆଜମ ଖାନ ଗଣମାଧ୍ୟମ ଆଗରେ କହିଛନ୍ତି, "ସମଗ୍ର ଦେଶ ଜାଣିଛି ମୋ ପ୍ରତି ଯେତିକି ଅନ୍ୟାୟ ହୋଇଛି ତାହା ଆଉ କାହା ସହ ହୋଇନାହିଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.