ETV Bharat / bharat

Bihar Hooch Tragedy: ଗଲାଣି ୭୫ ଜୀବନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

author img

By

Published : Dec 18, 2022, 12:09 PM IST

ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭୫ ଜଣଙ୍କର ମୃତ୍ୟୁ ହୋଇଛି । 72 ଘଣ୍ଟା ମଧ୍ୟରେ 213 ଜଣ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Bihar Hooch Tragedy
Bihar Hooch Tragedy

ପାଟନା: ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା । ଦିନ ଗଡିବା ସହ ବଢି ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଏଯାବତ ୭୫ ଜଣଙ୍କ ମୃତ୍ୟୁ ଘଟିଲାଣି (Bihar hooch tragedy)। କିନ୍ତୁ ବିଷାକ୍ତ ମଦ ଯୋଗୁଁ ୬୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ପ୍ରକାଶ ପାଇଛି । ସମସ୍ତ ମୃତକ ମଶ୍ରକ ପୋଲିସ ଷ୍ଟେସନ ଅଞ୍ଚଳର ମଧୌରା, ଇସୁପୁର ଓ ସରାନ ଅଞ୍ଚଳର । ମଦ ମୃତ୍ୟୁ ଘଟଣା ପରେ ଏସଆଇଟ ଗଠନ କରାଯାଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଛପରା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବଡ ଖୁଲାସା

ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏକ ବଡ ଖୁଲାସା ହୋଇଛି । ଏକ ସୁତ୍ରରୁ ଜଣାପଡିଛି ଯେ ବିଷାକ୍ତ ମଦ କେଉଁ ବାହାର ସ୍ଥାନରୁ ନୁହଁ ବରଂ ପୋଲିସ ଷ୍ଟେସନରୁ ଚୋରି ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ମଶ୍ରକ ପୋଲିସ ଷ୍ଟେସନରେ ଅବକାରୀ ବିଭାଗ ଦ୍ବାରା ବହୁ ପରିମାଣର ମଦ ଜବତ କରାଯାଇ ଏହାକୁ ନଷ୍ଟ ପାଇଁ ରଖାଯାଇଥିଲା । କିନ୍ତୁ ଏହାକୁ ନଷ୍ଟ କରିବାକୁ ଭୁଲି ଯାଇଥିଲେ ପୋଲିସ ଅଧିକାରୀ । ଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ବହୁ ପରିମାଣର ମଦ ଏଠାରୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଷ୍ଟେସନ ମଧ୍ୟରେ ମଦ କିପରି ଚୋରି ହେଉଛି ।

କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବିଷାକ୍ତ ମଦକୁ ମଶ୍ରକ ବଜାରରୁ କିଣାଯାଇଥିଲା । ଯାହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଦଳ ଛପରାରେ ପହଞ୍ଚିଛି । ତେବେ ଥାନାରୁ ମଦ ଚୋରୀ ହୋଇଥିବାରୁ ଏହି ଘଟଣାରେ ଦୁଇ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ବିଷାକ୍ତ ମଦ ଯୋଗୁଁ ଏବେ ୭୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଏବେ ମଧ୍ୟ ଅନେକଙ୍କ ଚିକିତ୍ସା ଜାରି ରହିଛି ।

72 ଘଣ୍ଟା ମଧ୍ୟରେ 213 ଜଣ ଗିରଫ

ଏହି ମାମଲାରେ 72 ଘଣ୍ଟା ମଧ୍ୟରେ 213 ଜଣଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଏବେ ମଧ୍ୟ ଅନେକଙ୍କୁ ପଚରାଉଚରା କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି, କାରଣ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଛପରା ସଦର ଡାକ୍ତରଖାନା, ପିଏମସି ଏବଂ ଏନଏମଏଚରେ ଅସୁସ୍ଥ ଲୋକଙ୍କ ଚିକିତ୍ସା ଚାଲିଛି । ବିଷାକ୍ତ ମଦ ପିଇବା କାରଣରୁ ଏପର୍ଯ୍ୟନ୍ତ 25 ଜଣ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସରକାରୀ ଭାବେ 67 ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି ।

ସୁପ୍ରିମକୋର୍ଟରେ ପିଟିସନ ଦାଖଲ

ବିଷାକ୍ତ ମଦ ମୃତ୍ୟୁ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ 60 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ମଦ ମୃତ୍ୟୁ ନେଇ ତଦନ୍ତ କରିବା ପାଇଁ ଏସଆଇଟି ପକ୍ଷରୁ ଏକ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। ଆଡଭୋକେଟ ପୱନ ପ୍ରକାଶ ପାଠକ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପୂର୍ବରୁ ଏହି ପିଟିସନ ଦାୟର କରିଥିଲେ । କିନ୍ତୁ ଏହି ଘଟଣାରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରିବାକୁ ମନା କରିଦେଇଛନ୍ତି ଖଣ୍ଡପୀଠ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.