ETV Bharat / bharat

ଚାଟାର୍ଡ ବିମାନରେ ଯାଇ ହଟହଟ୍ଟା ଚରଣଜିତ ସିଂ ଚନ୍ନି - ଚନ୍ନିଙ୍କ ସ୍ବତନ୍ତ୍ର ଚାର୍ଟର୍ଡ ବିମାନରେ ଗସ୍ତ

ଚାଟାର୍ଡ ବିମାନରେ ଦିଲ୍ଲୀ ଯାଇ ସମାଲୋଚିତ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ଅଧିକ ପଢନ୍ତୁ...

ଚାଟାର୍ଡ ବିମାନରେ ଯାଇ ସମାଲୋଚିତ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

author img

By

Published : Sep 22, 2021, 11:32 AM IST

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ପଦ ସମ୍ଭାଳିବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି । ମଙ୍ଗଳବାର ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ ପାଇଁ ଦିଲ୍ଲୀ ପହଞ୍ଚିଥିଲେ । ଏହି ସମୟରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚନ୍ନି ଏବଂ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରନ୍ଧାୱା ଏକାସାଙ୍ଗେ ଏକ ଚାଟାର୍ଡ ପ୍ଲେନ ସାମ୍ନାରେ ଛିଡା ହୋଇଥିବା ଦେଖାଯାଇଛି । ନିଜକୁ ସାଧାରଣ ବ୍ୟକ୍ତି ବୋଲି କହୁଥିବା ନୂଆ ମୁଖ୍ୟମନ୍ତ୍ରୀ ଚଣ୍ଡୀଗଡରୁ ଦିଲ୍ଲୀ ଯିବା ପାଇଁ ଚାଟାର୍ଡ ବିମାନ ବ୍ୟବହାର କରିବା ନେଇ ଖୁବ୍ ସମାଲୋଚନା କରିଛନ୍ତି ବିରୋଧୀ ।

ବିରୋଧୀ ଅକଳୀ ଦଳ କହିଛି, ନୂଆ ସିଏମ୍ ଗତକାଲି ନିଜକୁ ସାଧାରଣ ବ୍ୟକ୍ତି ବୋଲି କହୁଥିଲେ । ହେଲେ ଆଜି ସିଏମ୍ ପ୍ରାଇଭେଟ୍ ଜେଟରେ ଦିଲ୍ଲୀ ଗସ୍ତ କରୁଛନ୍ତି । ଯେତେବେଳେ କି ମାତ୍ର ୨୫୦ କିଲୋମିଟର ଯାତ୍ରା କାରରେ ମଧ୍ୟ କରାଯାଇପାରିଥାନ୍ତା ।

କଂଗ୍ରେସ ନେତା ସାଧାରଣ ଜନତାଙ୍କ ସହ ଛିଡା ହେବେ ବୋଲି କହି ହେଉଛନ୍ତି । ଏବେ ସେ ଚଣ୍ଡୀଗଡରୁ ଦିଲ୍ଲୀ ଯିବା ପାଇଁ ପ୍ରାଇଭେଟ ଜେଟ୍ ବ୍ୟବହାର କରୁଛନ୍ତି । ଦିଲ୍ଲୀ ଯିବାକୁ କ'ଣ ସେଠାରେ ସାଧାରଣ ବିମାନ ସେବା ନାହିଁ ବୋଲି ସିଦ୍ଧୁଙ୍କ ଫଟୋକୁ ରି-ଟ୍ବିଟ୍ କରି ଶିରୋମଣି ଅକାଳୀ ଦଳ ପ୍ରଶ୍ନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.