ନୂଆଦିଲ୍ଲୀ: ବର୍ଷ 2023 ତାରିଖ ବି ଅଗଷ୍ଟ 23 । ଆଉ ସମୟ 6ଟା 4 ମିନିଟ । ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଅଭୁଲା ହୋଇ ରହିବ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3 ସଫଳ ହୋଇଛି । ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତ । ଜହ୍ନରେ ନାଁ ଲେଖି ଇତିହାସ ରଚିଛି ଭାରତ । ଚାନ୍ଦର ଦକ୍ଷିଣ ମେରୁରେ ଅବତରଣ କରି ଐତିହାସିକ ସଫଳତା ହାସଲ କରିଛି ଇସ୍ରୋ । ଏହି ଅବିଶ୍ବସନୀୟ ଅସମ୍ଭବ ସଫଳତା ପାଇଁ ସାରା ବିଶ୍ବରୁ ଭାରତ, ଇସ୍ରୋ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଚନ୍ଦ୍ରଯାନ-3ର ସଫଳ ସଫ୍ଟ ଲ୍ୟାଣ୍ଡି ପରେ ଶୁଭେଚ୍ଛା ଦେଇଥିବାରୁ ବିଶ୍ବ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
I thank HH Sheikh @MohamedBinZayed for his wishes. This milestone is not just India's pride but a beacon of human endeavor and perseverance. May our efforts in science and space pave the way for a brighter tomorrow for all. https://t.co/SYhTPtjL3K
— Narendra Modi (@narendramodi) August 23, 2023 " class="align-text-top noRightClick twitterSection" data="
">I thank HH Sheikh @MohamedBinZayed for his wishes. This milestone is not just India's pride but a beacon of human endeavor and perseverance. May our efforts in science and space pave the way for a brighter tomorrow for all. https://t.co/SYhTPtjL3K
— Narendra Modi (@narendramodi) August 23, 2023I thank HH Sheikh @MohamedBinZayed for his wishes. This milestone is not just India's pride but a beacon of human endeavor and perseverance. May our efforts in science and space pave the way for a brighter tomorrow for all. https://t.co/SYhTPtjL3K
— Narendra Modi (@narendramodi) August 23, 2023
ଚନ୍ଦ୍ରଯାନ-3ର ସଫଳତା ପାଇଁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଶୁଭେଚ୍ଛା ଜଣାଇଥିବାରୁ ଶେଖ ମହମ୍ମଦ ବିନ ଜାୟଦଙ୍କୁ ଧନ୍ୟବାଦ । ଏବି ମାଇଲଷ୍ଟୋନ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ ମାନବୀୟ ପ୍ରୟାସ ଏବଂ ଦୃଢତାର ପ୍ରତୀକ ।
-
Thank you @vonderleyen for the kind words. India will continue to explore, learn and share for the betterment of all humankind. https://t.co/igyP5QbyyN
— Narendra Modi (@narendramodi) August 23, 2023 " class="align-text-top noRightClick twitterSection" data="
">Thank you @vonderleyen for the kind words. India will continue to explore, learn and share for the betterment of all humankind. https://t.co/igyP5QbyyN
— Narendra Modi (@narendramodi) August 23, 2023Thank you @vonderleyen for the kind words. India will continue to explore, learn and share for the betterment of all humankind. https://t.co/igyP5QbyyN
— Narendra Modi (@narendramodi) August 23, 2023
ସେହିପରି ୟୁଏଇ ରାଷ୍ଟ୍ରପତି ଉର୍ସୁଲା ଭୋନ ଡେର ଲେୟନ ଚନ୍ଦ୍ରଯାନ-3ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଏହା ଐତିହାସିକ ମାଇଲଷ୍ଟୋନ ଓ ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ସମୟ । ମହାକାଶ ଅନୁସନ୍ଧାନରେ ଭାରତ ପ୍ରକୃତରେ ଅଗ୍ରଣୀ ହୋଇପାରିଛି । ଭାରତର ସଫଳତା ସମଗ୍ର ବିଶ୍ବର ଗବେଷଣାକୁ ଲାଭ ପ୍ରଦାନ କରିବ । ଏନେଇ ପ୍ରଧାନମନ୍ତ୍ରୀ ୟୁଏଇ ରାଷ୍ଟ୍ରପତି ଉର୍ସୁଲା ଭୋନ ଡେର ଲେୟନ ଧନ୍ୟବାଦ ଦେଇଛନ୍ତି । ଟ୍ବିଟ କରି ସେ କହିଛନ୍ତି, ''ତୁମର ଶୁଭେଚ୍ଛା ଶଦ୍ଦ ପାଇଁ ଧନ୍ୟବାଦ । ଭାରତ ସମସ୍ତ ମାନବଜାତି ପାଇଁ ଅନୁସନ୍ଧାନ, ଶିକ୍ଷା ଓ ଅଂଶୀଦାର ଜାରି ରଖିବ ।’’
ସେହିପରି ରିପବ୍ଲିକ ଅରମନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିୟାନ ଚନ୍ଦ୍ରଯାନ ସଫଳତା ପାଇଁ ଭାରତ ସମେତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫଳତାର ସହ ଅବତରଣ କରିଛି । ଏହା ମାନବଜାତି ସହ ବିଜ୍ଞାନ ଓ ଟେକ୍ନୋଲୋଜି ପାଇଁ ଏକ ବଡ ସଫଳତା । ଏନେଇ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...ବିଶ୍ବ ଦେଖିଲା ଭାରତର ଦମ୍, ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ସ୍ପେସ୍ ଏଜେନ୍ସି
ଏହା ବି ପଢନ୍ତୁ...Chandrayaan3: ଚାନ୍ଦ ମାମା ଅବ୍ ନେହିଁ ଦୂର କେ...ବାସ ଏକ ଟୁର କେ: ମୋଦି
ଏହା ବି ପଢନ୍ତୁ...ସଫଳ ହେଲା ଇସ୍ରୋର ମୁନ ମିଶନ, ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ବଧାଇ ଦେଲେ ମୋଦି
ପ୍ରକାଶ ଥାଉ କି, ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା । ପ୍ରାୟ 50 ଦିନର ଯାତ୍ରା ପରେ ଚନ୍ଦ୍ର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଛି ଚନ୍ଦ୍ରଯାନ-3 । 2019ରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଲ୍ୟାଣ୍ଡରର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଫଳରେ ଇସ୍ରୋର ଉଦ୍ଦେଶ୍ୟ ପୂରଣ ହୋଇପାରିନଥିଲା । ମାତ୍ର ଚନ୍ଦ୍ରଯାନର ସଫଳ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଜି ପ୍ରତିଟି ଭାରତୀୟ ଗର୍ବିତ । ସେହି ମୂହୁର୍ତ୍ତକୁ ସେଲିବ୍ରେସନ କରୁଛନ୍ତି ସଭିଏଁ । ସବୁଠି ଉତ୍ସାହ ସବୁଠି ଖୁସିର ମାହୋଲ ।