ETV Bharat / bharat

TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ କନ୍‌ଭୟକୁ ପଥର ମାଡ଼, ମୁଖ୍ୟ ସୁରକ୍ଷା ଅଧିକାରୀ ଆହତ

author img

By

Published : Nov 6, 2022, 8:23 PM IST

ଆନ୍ଧ୍ର ପ୍ରଦେଶ ଏନଟିଆର ଜିଲ୍ଲାର ନନ୍ଦିଗାମାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କ କନ୍‌ଭୟ ଉପରକୁ ପଥରମାଡ଼ । ଘଟଣାରେ ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ଆହତ । ଅଧିକ ପଢ଼ନ୍ତୁ

TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ କନ୍‌ଭେକୁ ପଥର ମାଡ଼, ମୁଖ୍ୟ ସୁରକ୍ଷା ଅଧିକାରୀ ଆହତ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଏନଟିଆର ଜିଲ୍ଲାର ନନ୍ଦିଗାମା ଗସ୍ତ ସମୟରେ ଉତ୍ତେଜନା । ରୋଡ଼ ସୋ ସମୟରେ କୌଣସି ଦୁର୍ବୃତ୍ତ ଚନ୍ଦ୍ରବାବୁ ନାଇଡୁଙ୍କ କନ୍‌ଭୟ ଉପରକୁ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୁଖ୍ୟ ସୁରକ୍ଷା ଅଧିକାରୀ ମଧୁ ବାବୁ ଆହତ ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶ ଏନଟିଆର ଜିଲ୍ଲାର ନନ୍ଦିଗାମାରେ ଆୟୋଜିତ ଏକ ରୋଡ଼ ସୋ'ରେ ଯୋଗ ଦେବାପାଇଁ ନନ୍ଦିଗାମା ଗସ୍ତରେ ଯାଇଥିଲେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ । ତେବେ ଏହି ସମୟରେ ସେ ଯାଉଥିବା କନ୍‌ଭୟ ଉପରକୁ କୌଣସି ଦୁର୍ବୁତ୍ତ ପଥର ମାଡ଼ କରିଥିଲା । ପଥର ଆକ୍ରମଣରେ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟ ସୁରକ୍ଷା ଅଧିକାରୀ ମଧୁ ବାବୁ ଆହତ ହୋଇଥିଲେ । ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଭଳି ଆକ୍ରମଣ ପରେ ପୋଲିସର ସୁରକ୍ଷାରେ ଅବହେଳାକୁ ଦାୟୀ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ତେବେ ଏହି ଆକ୍ରମଣ ୱାଇଏସଆରସିପି (YSRCP) ଦଳର ଗୁଣ୍ଡାମାନଙ୍କର କାର୍ଯ୍ୟ ବୋଲି ସେ କହିଛନ୍ତି । ୱାଇଏସଆରସିପି ଦଳର ଏଭଳି ବାରମ୍ବାର ଆକ୍ରମଣକୁ ସେ ଖାତିର କରନ୍ତିନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.