ETV Bharat / bharat

Chandigarh University MMS Case: ମାମଲାରୁ ଓହରିବାକୁ ଛାତ୍ରୀଙ୍କୁ ଧମକ - ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଏମଏମଏସ ମାମଲା

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଭିଡିଓ ଲିକ ଘଟଣାରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ ମାମଲାରୁ ଓହରି ଯିବାକୁ ଛାତ୍ରୀଙ୍କୁ ଧମକପୂର୍ଣ୍ଣ କଲ ଆସୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Chandigarh University MMS Case
ମାମଲାରୁ ଓହରିବାକୁ ଛାତ୍ରୀଙ୍କୁ ଧମକ
author img

By

Published : Sep 19, 2022, 3:31 PM IST

ଚଣ୍ଡିଗଡ: ପଞ୍ଜାବ ଅମୃତସର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର (Chandigarh University MMS Case) ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସୁଛି । କିଛି ଛାତ୍ରୀଙ୍କୁ ଧମକପୂର୍ଣ୍ଣ କଲ ଆସୁଥିବା ଅଭିଯୋଗ ହୋଇଛି । ବିଦେଶୀ ନମ୍ବରରୁ କଲ ଆସୁଥିବା ଅଭିଯୋଗ କରିଛନ୍ତି କିଛି ଛାତ୍ରୀ । ମାମଲାରୁ ନ ଓହରିଲେ ସେମାନଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ମିଳିଛି ।

ଅଭିଯୋଗ ଅନୁସାରେ ଏକ ବିଦେଶୀ ନମ୍ବର (204) 819-9002ରୁ ଧମକପୂର୍ଣ୍ଣ କଲ ଆସିଥିବା କହିଛନ୍ତି ଛାତ୍ରୀ । ନମ୍ବରଟି କାନାଡା ମାନିତୋବାରୁ ଆସିଥିବା ଜଣାପଡିଛି । ମାମଲାରୁ ଓହରି ଯିବାକୁ ଧମକ ଦିଆଯାଉଛି । ଯଦି ମାମଲାରୁ ନ ଓହରିବ ତେବେ ସୋମାନଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଇଥିବା କହିଛନ୍ତି ଛାତ୍ରୀ । ଧମକପୂର୍ଣ୍ଣ କଲ ପାଇଥିବା ଛାତ୍ରୀ ବର୍ତ୍ତମାନ ପୋଲିସ ଓ ମିଡିଆଙ୍କୁ ଦୂରରେ ରହୁଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ସାମ୍ନାକୁ ଆସିବାକୁ ସେ ଭୟ କରୁଥିବା ଜଣାପଡିଛି ।

ଏହା ବି ପଢନ୍ତୁ...Chandigarh University MMS Case: 6 ଦିନ ପାଇଁ କ୍ଲାସ ବନ୍ଦ, ୨ ୱାର୍ଡେନ ନିଲମ୍ବିତ

ପ୍ରକାଶ ଥାଉ କି, ଘଟଣା ପରେ ଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶୃତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ଭିଡଓ ଲିକ କରିଥିବା ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି । ଆଜିଠୁ ଶନିବାର ଯାଏ 6 ଦିନ ପାଇଁ ବିଶ୍ବ ବିଦ୍ୟାଳୟର ସମସ୍ତ କ୍ଲାସକୁ ବାତିଲ କରାଯାଇଛି । ଘଟଣାକୁ ନେଇ ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ

ପ୍ରାୟ 60ରୁ ଅଧିକ ଛାତ୍ରୀଙ୍କ ଭିଡିଓ ଲିକ ହୋଇଥିବା ରିପୋର୍ଟରୁ ଜଣାପଡିଥିଲା । ଘଟଣା ଘଟିବା ପରେ କିଛି ଛାତ୍ରୀ ଆତ୍ମହତ୍ୟା କରିବା ନେଇ ଧମକ ଦେଇଥିଲେ । ସେପରି କିଛି ଖବର ନଥିବା କହିଥିଲେ ମୋହାଲି ଡେପୁଟି କମିଶନର ଅମିତ ତଲୱାର । ମିଥ୍ୟା ପ୍ରଚାର କରାଯାଉଥିବା କହିଥିଲେ ଡେପୁଟି କମିଶନର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଯେଉଁମାନେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତୀ । ଘଟଣାର ଏସଆଇଟି ତଦନ୍ତ କରାଯିବା ନେଇ ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.