ETV Bharat / bharat

ଘର ବାହାରକୁ ଅଳିଆ ପକାଇଲେ ମୁଖ୍ୟମନ୍ତ୍ରୀ ! କଟିଲା ଚାଲାଣ

author img

By

Published : Jul 23, 2022, 9:38 PM IST

ପରିଚ୍ଛନ୍ନ ନଥିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସର । 10 ହଜାରର ଚାଲାଣ କାଟିଲା ମହାନଗର ନିଗମ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆବର୍ଜନା, ଚାଲାଣ କାଟିଲା ମହାନଗର ନିଗମ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ ସରକାରୀ ବାସଭବନର ଚାଲାଣ କାଟିିଲା ଚଣ୍ଡିଗଡ ମହାନଗର ନିଗମ । କାରଣ ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସ୍ବଚ୍ଛତା ନଥିବା ଓ ଅଳିଆ ଆବର୍ଜନା ଜମା ହୋଇଥିବା କାରଣରୁ 10 ହାଜର ଟଙ୍କାର ଚାଲାଣ ମହାନଗର ନିଗମ କର୍ତ୍ତୁପକ୍ଷଙ୍କ ପକ୍ଷରୁ କଟାଯାଇଛି ।

ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ସେକ୍ଟର-2 ରେ ଅବସ୍ଥିତ କୋଠି ନଂ-7 ହେଉଛି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ । କିନ୍ତୁ ମୁଖ୍ୟମନ୍ତ୍ରୀ ଘର ନମ୍ବର-6 ରେ ରହୁଛନ୍ତି । ନମ୍ବର-7 ଘରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ରହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ସ୍ବଚ୍ଛତାକୁ ଗୁରୁତ୍ବ ନମିଳିବା କାରଣରୁ ମହାନଗର ନିଗମ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ନିଗମ କର୍ତ୍ତୁପକ୍ଷ CRPF ବାଟାଲିଅନ୍-113 ର ଡିଏସପି ହରଜିନ୍ଦର ସିଂଙ୍କ ନାମରେ ଏହି ଚାଲାଣ ଜାରି କରିଛନ୍ତି । ତେବେ ଏହି ଜୋରିମାନା ରାଶି ଏକ ସପ୍ତାହ ମଧ୍ୟରେ ମହାନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରିବାକୁ ସମୟ ସୀମା ମଧ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.