ETV Bharat / bharat

Chandigarh Civic Polls: AAP ଖାତାରେ ୧୪ ଆସନ, BJP 11

author img

By

Published : Dec 27, 2021, 6:54 PM IST

ଚଣ୍ଡିଗଡ ମହାନଗର ନିଗମ ନିର୍ବାଚନରେ AAPର ଭଲ ପ୍ରଦର୍ଶନ । ବିଜେପିକୁ ପଛରେ ପକାଇ ହାତେଇଲା ୧୪ ଆସନ । ବିଜେପି ୧୨ ଓ କଂଗ୍ରେସ 8 ଓ ଶିରୋମଣୀ ଅକାଳୀ ଦଳ ଗୋଟିଏ ଲେଖାଏଁ ଆସନରେ ସିମିତ । ଅଧିକ ପଢନ୍ତୁ

Chandigarh civic polls: ଆପ ଖାତାରେ ୧୪ ଆସନ, ବିଜେପି ୧୧

ଚଣ୍ଡିଗଡ: ଚଣ୍ଡିଗଡ ମହାନଗର ନିଗମ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏଥିରେ ଚଳିତ ଥର ନୂଆ କରି ମୈଦାନକୁ ଓହ୍ଲାଇଥିବା ଆପ ଆଦମୀ ପାର୍ଟି (AAP) ଭଲ ପ୍ରଦର୍ଶନ କରି ରେକର୍ଡ କରିଛି । ମୋଟ ୩୫ଟି ଆସନ ମଧ୍ୟରୁ ଆପ ୧୪ଟି ଆସନ ଜିତିଥିବା ବେଳେ ବେଜେପି ୧୨ ଆସନ ଜିତି ଆପ ଠାରୁ ପଛରେ ତଥା ଦ୍ବିତୀୟ ସ୍ଥାନରେ ରହିଛି ।

ସେହିପରି ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ ମାତ୍ର ୮ଟି ଓ୍ବାର୍ଡରେ ବିଜୟୀ ହୋଇଥିବା ବେଳେ ଶିରୋମଣୀ ଅକାଳି ଦଳ ମାତ୍ର ଗୋଟିଏ ଆସନ ହାତେଇବାରେ ସଫଳ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନର ମେୟର ତଥା ବିଜେପି ପ୍ରାର୍ଥୀ ରବି କୁମାର ଶର୍ମା ଆମ ଆଦମୀ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି । ଗତ ୨୪ ତାରିଖରେ ଚଣ୍ଡିଗଡ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୩୫ ଓ୍ବାର୍ଡରେ ମତଦାନ ହୋଇଥିଲା । ତେବେ ଆଜି ମତ ଗଣନା ସହ ଫଳ ମଧ୍ୟ ପ୍ରକାଶ ପାଇଛି ।

ପ୍ରଥମ କରି ଚଣ୍ଡିଗଡ ମହାନଦଗର ନିଗନ ନିର୍ବାଚନୀ ମୈଦାନରେ ଅଂଶ ଗ୍ରହଣ କରିଥିବା ଆପ ଏପରି ବିଜୟ ପରେ ଉତ୍ସାହିତ ନଜର ଆସିଛି । ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ବିଜୟକୁ ପରିବର୍ତ୍ତନର ସଙ୍କେତ ବୋଲି କହିଛନ୍ତି । ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଫଳାଫଳ ଦ୍ବାରା ପଞ୍ଜାବବାସୀ ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ଦୃଶ୍ୟମାନ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପଞ୍ଜାବବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.