ETV Bharat / bharat

Guinness World Record: ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହେଲେ ମଧ୍ୟପ୍ରଦେଶ ଝିଅ

author img

By ETV Bharat Odisha Team

Published : Sep 2, 2023, 10:42 PM IST

Updated : Sep 2, 2023, 11:01 PM IST

ବିଶ୍ବର ସର୍ବକନିଷ୍ଠ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହେଲେ ମଧ୍ୟପ୍ରଦେଶ ଝିଅ ନନ୍ଦିନୀ ଅଗ୍ରୱାଲ । ପରିବାର ଓ ରାଜ୍ୟ ପାଇଁ ଆଣିଲେ ଗୌରବ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୋପାଳ: ମଧ୍ୟପ୍ରଦେଶ ଚମ୍ବଲ ଅଞ୍ଚଳର ଝିଅ ହାତେଇଲେ ବିଶ୍ବ ରେକର୍ଡ । ଦିନେ ଏହି ଅଞ୍ଚଳ ଚୋରି ଡକାୟତି ପାଇଁ ପ୍ରଖ୍ୟାତ ଅର୍ଜନ କରିଥିବା ବେଳେ ଏବେ ଅର୍ଜନ କରିଛି ସୁନାମ । ଚମ୍ବଲ ଅଞ୍ଚଳର ଝିଅ ନନ୍ଦିନୀ ଅଗ୍ରୱାଲ ହୋଇପାରିଛନ୍ତି ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ​ ଆକାଉଣ୍ଟାଣ୍ଟ । ଏହାସହ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ପକ୍କା କରିଛନ୍ତି । ଏହି ବିରାଟ ସଫଳତା ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନନ୍ଦିନୀ ଅଗ୍ରୱାଲ ଚମ୍ବଲ ମୁରେନା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ଏହାପରେ ୨୦୨୧ ମସିହାରେ ସିଏ ପରୀକ୍ଷାରେ ସାରା ଭାରତରେ ରାଙ୍କ ୧ରେ ରହିଥିଲେ । ନନ୍ଦିନୀଙ୍କ ପିତା ନରେଶ ଅଗ୍ରୱାଲ ଇଟିଭି ଭାରତ ସହିତ ଆଲୋଚନା କରି କହିଛନ୍ତି ଯେ ନନ୍ଦିନୀ ଗିନିଜ ବିଶ୍ବ ରେକର୍ଡର ଟିମ ସହିତ ଯୋଗାଯୋଗ କରିଥିଲେ । ଏହାପରେ ଉକ୍ତ ଟିମ ନନ୍ଦିନୀଙ୍କ ସହିତ କଥାବାର୍ତ୍ତା କରିଥିଲେ । ଯାଞ୍ଚ କରିବା ପରେ ଗିନିଜ ବିଶ୍ବ ରେକର୍ଡର ଟିମ ନନ୍ଦିନୀଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ଦୌଡି ଦୌଡି ଭଦ୍ରକରେ ପହଞ୍ଚିଲେ ଗୁଜୁରାଟ ଯୁବକ, ୬ ହଜାର କିମି ଅତିକ୍ରମ କରି ଗିନିଜ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟ

ଏବେ ନନ୍ଦିନୀ ମୁମ୍ବାଇର ସିଙ୍ଗାପୁର ସ୍ଥିତ ଏକ କମ୍ପାନୀରେ ଚାକିରି କରିଥିବା ବେଳେ ବାର୍ଷିକ ୩୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନନ୍ଦିନୀଙ୍କ ପିତା ପେଶାରେ ଜଣେ ଓକିଲ ଥିବା ବେଳେ ମାଆ ସାଧାରଣ ଗୃହିଣୀ । ନନ୍ଦିନୀଙ୍କ ଆଉ ଜଣେ ଭାଇ ଅଛନ୍ତି । ଭାଇ ସଚିନ ଅଗ୍ରୱାଲ ମଧ୍ୟ ଜଣେ ମେଧାବୀ ଛାତ୍ର । ସେ ୨୦୨୧ ମସିହା ସିଏ ପରୀକ୍ଷାରେ ଅଲ ଇଣ୍ଡିଆ ରାଙ୍କ ୧୮ରେ ରହିଥିଲେ । ନନ୍ଦିନୀଙ୍କ ପିତା ନରେଶ ଅଗ୍ରୱାଲ କହିଛନ୍ତି ଯେ ତାଙ୍କ ଝିଅ ନନ୍ଦିନୀ ଛୋଟ ବେଳୁ ଭଲ ପାଠ ପଢୁଥିଲେ । ସେ ସର୍ବଦା କିଛି ଶିଖିବାକୁ ଆଗ୍ରହ ରଖୁଥିଲେ ।

ଏଣୁ ମାତ୍ର ୧୩ ବର୍ଷ ବୟସରେ ସେ ଦଶମ ପାସ କରିଥିବା ବେଳେ ୧୫ ବର୍ଷ ବୟସରେ ଦ୍ବାଦଶ ଓ ୧୯ ବର୍ଷ ବୟସରେ ଏହି ଗିନିଜ ୱାର୍ଲ୍ଡ ରେକର୍ଡ ହାତେଇଛନ୍ତି । ନନ୍ଦିନୀ ମଧ୍ୟପ୍ରଦେଶ ମୁରେନା ଜିଲ୍ଲାର ଗଞ୍ଜ ଅଞ୍ଚଳର ଅଧିବାସୀ । ଏବେ ନନ୍ଦିନୀଙ୍କୁ ୨୦ ବର୍ଷ ବୟସ ବୋଲି ତାଙ୍କ ପିତା କହିଛନ୍ତି । ୨ ଭାଇ ଭଉଣୀ ୧୨ ବର୍ଷ ବୟସରେ ଦ୍ବାଦଶ ବୋର୍ଡ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 2, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.