ETV Bharat / bharat

ପୁଣିଥରେ ନିରାଶ କଲା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତକୁ ଦେଲାନି ଶାସ୍ତ୍ରୀୟ ମାନ୍ୟତା - ଓଡିଶୀ ସଙ୍ଗୀତ ଖବର

ପାଇକ ବିଦ୍ରୋହ (Paika Rebellion) ପରି ଓଡିଶୀ ସଙ୍ଗୀତକୁ ମଧ୍ୟ ମିଳିଲାନି ମାନ୍ୟତା । ଓଡିଶାର ଆଉ ଏକ ଦାବିକୁ ପ୍ରତ୍ୟାଖାନ କରିଛି କେନ୍ଦ୍ର । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି (State demands classical status for Odissi music) କରିଥିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦାବିକୁ କେନ୍ଦ୍ରର ପ୍ରତ୍ୟାଖାନ

author img

By

Published : Dec 7, 2021, 10:44 AM IST

Updated : Dec 7, 2021, 11:09 AM IST

ନୂଆଦିଲ୍ଲୀ: ପାଇକ ବିଦ୍ରୋହ (Paika Rebellion) ପରି ଓଡିଶୀ ସଙ୍ଗୀତକୁ ମଧ୍ୟ ମିଳିଲାନି ମାନ୍ୟତା । ଓଡିଶାର ଆଉ ଏକ ଦାବିକୁ ପ୍ରତ୍ୟାଖାନ କରିଛି କେନ୍ଦ୍ର । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି (State demands classical status for Odissi music) କରିଥିଲେ ରାଜ୍ୟ ସରକାର । ଲୋକସଭାରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦିଅନ୍ତି ନାହିଁ ବୋଲି କହିଛନ୍ତି ।

ଯଦି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଏ ତେବେ ଏହା ଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହୋଇପାରିବ ବୋଲି କହିଥିଲେ ସାଂସଦ ଅଚ୍ୟୁତ ସାମନ୍ତ । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଆଭିମୁଖ୍ୟ ଗ୍ରହଣ କରିବା ନେଇ ଯେଉଁ ଆଶା କରାଯାଉଥିଲା ତାହା ଆଶାରେ ରହିଛି । ପାଇକ ବିଦ୍ରୋହ ପରି ଓଡିଶୀ ସଙ୍ଗୀତକୁ ମଧ୍ୟ ମାନ୍ୟତା ମିଳିନାହିଁ ।

ଗତବର୍ଷ ସେପ୍ଟମ୍ବର ୨୫ରେ ମୁଖ୍ୟମନ୍ତ୍ରୀ ତତକାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଓଡିଶୀ ସଙ୍ଗୀତକୁ (Odissi music) ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଏକ ପତ୍ର ଲେଖିବା ସହ ଓଡିଶୀ ସଙ୍ଗୀତ ସମ୍ପର୍କରେ ଏକି ବିସ୍ତୃତି ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଓଡିଶାର କଳା ଓ ସଙ୍ଗୀତପ୍ରେମୀ ଚଳାଇଥିବା ଉଦ୍ୟମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ୍ୟ ସରକାର ।

ଆହୁରି ପଢନ୍ତୁ...Paika Rebellion: ଶୁଣିଲେନି ସରକାର, ପାଇକ ବିଦ୍ରୋହକୁ ଦେଲେନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା

ପ୍ରକାଶ ଥାଉ କି ପୂର୍ବରୁ ପାଇକ ବିଦ୍ରୋହକୁ (Paika Rebellion) ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ପାଇଁ ଓଡିଶା କରିଥିବା ଦାବିକୁ ଆଗ୍ରାହ୍ୟ କରିଦେଇଥିଲା କେନ୍ଦ୍ର । ଏହା କେବଳ ଏନସିଆରଟି ପାଠ୍ୟକ୍ରମର ଇତିହାସ ବହିରେ କେସ ଷ୍ଟଡି ଭାବେ ପାଠ୍ୟକ୍ରମରେ ସାମିଲ ହୋଇଛି । ଓଡିଶାବାସୀ ଆଶା କରିଥିଲେ କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ରଖିନାହାନ୍ତି । ପାଇକ ବିଦ୍ରୋହକୁ ମାନ୍ୟତା ନ ମିଳିବାକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 7, 2021, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.