ETV Bharat / bharat

ମହାରାଷ୍ଟ୍ରକୁ 4.35 ଲକ୍ଷ ରେମଡେସିଭିର ଯୋଗାଇବ କେନ୍ଦ୍ର - ମହାରାଷ୍ଟ୍ରକୁ ରେମଡେସିଭିର ଯୋଗାଇଲା କେନ୍ଦ୍ର

କେନ୍ଦ୍ର ସରକାର ମହାରାଷ୍ଟ୍ରକୁ 4.35 ଲକ୍ଷ ରେମଡେସିଭିର ଯୋଗାଇବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରକୁ 4.35 ଲକ୍ଷ ରେମଡେସିଭିର ଯୋଗାଇବ କେନ୍ଦ୍ର

author img

By

Published : Apr 25, 2021, 7:28 AM IST

ମୁମ୍ବାଇ: ସାରା ଦେଶରେ କୋରୋନା ମହାମାରୀର ତାଣ୍ଡବ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । କେନ୍ଦ୍ର ମହାରାଷ୍ଟ୍ରକୁ 4 ଲକ୍ଷ 35 ହଜାରଟି ରେମଡେସିଭିର ଯୋଗାଇବ ବୋଲି ସୂଚନା ମିଳିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • The Central Government today has approved a supply of 4,35,000 vials of Remdesivir to Maharashtra till April 30th. CM Uddhav Balasaheb Thackeray has thanked the Hon’ble PM @narendramodi for accepting his request.

    — CMO Maharashtra (@CMOMaharashtra) April 24, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର ସରକାର ଏପ୍ରିଲ 30 ତାରିଖ ସୁଦ୍ଧା ରାଜ୍ୟକୁ 4.35 ଲକ୍ଷ ରେମଡେସିଭିର ଯୋଗାଇବେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ପ୍ରଧାନମନ୍ତ୍ରୀ ରେମଡେସିଭିର ଯୋଗାଉଥିବାରୁ ସେ ତାଙ୍କୁ ଟ୍ବିଟ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ସେମାନଙ୍କ ଚିକିତ୍ସାରେ କୋଭିଡ ଔଷଧ ସହିତ ଅକ୍ସିଜେନର ଅଭାବ ଦେଖାଦେଉଛି । ଏହି ଅଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଠାକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କେନ୍ଦ୍ର ରାଜ୍ୟକୁ ସହାୟତା ଯୋଗାଇଛି । ପୂର୍ବରୁ କେନ୍ଦ୍ର ରାଜ୍ୟକୁ 2 ଲକ୍ଷ 69 ହଜାର ରେମଡେସିଭିର ଯୋଗାଇଥିଲା ।

ତେବେ ସୂଚନା ଥାଉ କି ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 67 ହଜାର 160 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 676 ଜଣଙ୍କର ମୃତ୍ୟୁ ଘଟିଥିଲା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 42 ଲକ୍ଷ 28 ହଜାର 836ରେ ପହଞ୍ଚିଥିବା ବେଳେ ସକ୍ରିୟ ରହିଛନ୍ତି 6 ଲକ୍ଷ 94 ହଜାର 480 ଜଣ ଆକ୍ରାନ୍ତ । ସେପଟେ ମୋଟ ମୃତ୍ୟୁ ସଂଖ୍ୟା 63 ହଜାର 928ରେ ପହଞ୍ଚିଛି । ଏହାରି ମଧ୍ୟରେ 34 ଲକ୍ଷ 68 ହଜାର 610 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.